ନୂଆଦିଲ୍ଲୀ ୧୪/୦୧: ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଲାଗିବ ବିରାମ । ପ୍ରାୟ ଦେଢ଼ ବର୍ଷ ପୁରୁଣା ସଂଘର୍ଷର ଅନ୍ତ ହେବାର ସମ୍ଭାବନା ବୃଦ୍ଧି ପାଇଛି । ଆଉ ଏହି ସୂଚନା ମିଳିବା ପରେ ବନ୍ଧକଙ୍କୁ ମୁକ୍ତ କରିବା ପାଇଁ ଆମେରିକା ଏବଂ ଆରବ ଦେଶର ମଧ୍ୟସ୍ଥତାମାନେ ଜୋରସୋରରେ ଆରମ୍ଭ କରିଛନ୍ତି ଉଦ୍ୟମ ।
ସୋମବାର ବିଳମ୍ବିତ ରାତିରେ ଆଲୋଚନାରେ ତିନି ଜଣ ଅଧିକାରୀ ଏହି ଆଲୋଚନାକୁ ନିଶ୍ଚିତ କରିଛନ୍ତି । ସେ କହିଛନ୍ତି ଯେ ଆଗାମୀ ଦିନଗୁଡ଼ିକ ଗତ ୧୫ ମାସ ଧରି ଚାଲିଥିବା ଯୁଦ୍ଧର ଅନ୍ତ ପାଇଁ ନିର୍ଣ୍ଣାୟକ ହୋଇପାରେ । ଯାହା ସମଗ୍ର ପଶ୍ଚିମ ଏସିଆକୁ ଅସ୍ଥିର କରି ରଖିଛି । ହମାସର ଜଣେ ଅଧିକାରୀ ମଧ୍ୟ ଆଲୋଚନାରେ ସାମିଲ ଥିଲେ । ଯିଏ କହିଛନ୍ତି ଯେ ଅନେକ ପ୍ରତିବନ୍ଧକ ଏବେ ବି ଦୂର କରିବାକୁ ବାକି ଅଛି । ଗତ ବର୍ଷ ମଧ୍ୟ, ଆମେରିକୀୟ ଅଧିକାରୀମାନେ ଏ ବିଷୟରେ ଅନେକ ଥର କହିଥିଲେ, କିନ୍ତୁ ତା’ପରେ ଆଲୋଚନା ବନ୍ଦ ହୋଇଯାଇଥିଲା।
ଜଣେ ଇସ୍ରାଏଲୀ ଅଧିକାରୀ କହିଛନ୍ତି ଯେ ୩୩ ଜଣ ବନ୍ଧକଙ୍କ ମୁକ୍ତି ପାଇଁ ଆଲୋଚନା କରାଯାଉଛି । ଏଥିରେ ସଫଳତା ମିଳିବାର ଯଥେଷ୍ଟ ସମ୍ଭାବନା ଅଛି । ଦୋହାରେ କାତାର ଆମୀର ଶେଖ୍ ତାମିମ୍ ବିନ୍ ହମାଦ୍ ଅଲ୍-ଥାନିଙ୍କ ସହ ବୈଠକ ପରେ ହମାସ ପ୍ରତିନିଧିମଣ୍ଡଳ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଆଲୋଚନା ସକାରାତ୍ମକ ରହିଛି । ଆଲୋଚନା ପରେ ଡ୍ରାଫ୍ଟ ଚୁକ୍ତିନାମା ଚୂଡ଼ାନ୍ତ ହୋଇଛି । ଇସ୍ରାଏଲୀ ଏବଂ ହମାସ ଆଲୋଚନାକାରୀମାନେ ଏହାକୁ ଚୂଡ଼ାନ୍ତ ଅନୁମୋଦନ ପାଇଁ ସେମାନଙ୍କ ନେତାଙ୍କ ନିକଟକୁ ପଠାଇବେ।
ରିପୋର୍ଟରେ କୁହାଯାଇଛି ଯେ କାତାର ମଧ୍ୟସ୍ଥିମାନେ ହମାସ ଉପରେ ଚୁକ୍ତି ଗ୍ରହଣ କରିବା ପାଇଁ ଚାପ ପକାଇଥିଲେ । ନବନିର୍ବାଚିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିନିଧି ଷ୍ଟିଭ୍ ୱିଟକଫ ଇସ୍ରାଏଲୀ ପକ୍ଷ ଉପରେ ଚାପ ପକାଇଛନ୍ତି । ଆଗାମୀ 24 ଘଣ୍ଟା ନିର୍ଣ୍ଣାୟକ ହେବ। ଜଣେ ଇଜିପ୍ଟର ଅଧିକାରୀ କହିଛନ୍ତି ଯେ ରାତାରାତି ହୋଇଥିବା ଅଗ୍ରଗତି ସକାରାତ୍ମକ ଥିଲା କିନ୍ତୁ ଏହାକୁ ଚୂଡ଼ାନ୍ତ କରିବାକୁ ଆହୁରି କିଛି ଦିନ ଲାଗିପାରେ। ଜାନୁଆରୀ ୨୦ ତାରିଖରେ ଟ୍ରମ୍ପ ରାଷ୍ଟ୍ରପତି ଭାବରେ ଶପଥ ନେବା ପୂର୍ବରୁ ଏକ ସହମତିରେ ପହଞ୍ଚିବା ଉଭୟ ପକ୍ଷର ଲକ୍ଷ୍ୟ।