ମୁମ୍ୱାଇ ୨୪/୦୩: IPL ୨୦୨୫ ଆରମ୍ଭରୁ ମୁଣ୍ଡ ଟେକିଛି ବିବାଦ । ଏଥର ବିବାଦରେ ଛନ୍ଦି ହୋଇପଡିଛନ୍ତି ଭାରତର ପୂର୍ବତ୍ନ ଅଭିଜ୍ଞ ଅଫ୍ ସ୍ପିନର ହରଭଜନ ସିଂହ । ଜାତିଆଣ ଭେଦଭାବ ନେଇ ତାଙ୍କ କମେଣ୍ଟ୍ରି ପାଇଁ ସେ ଏବେ ପ୍ରଶଂସକଙ୍କ ଟାର୍ଗେଟରେ । ହରଭଜନ ସିଂହଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓଟି ରାଜସ୍ଥାନ ରୟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ର । ଯେଉଁଥିରେ ସେ ଏକ ମନ୍ତବ୍ୟ ଦେଇଛନ୍ତି, ଯାହାକୁ ନେଇ ହଇଚଇ । ପ୍ରଶଂସକମାନେ ତାଙ୍କୁ ଜାତିଆଣ ଆକ୍ଷେପ ମନ୍ତବ୍ୟ ଦେବାର ଅଭିଯୋଗ କରିଛନ୍ତି।
ସୂଚନା ଥାଉକି, ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓଟି ରାଜସ୍ଥାନ ରୟାଲ୍ସର ଇନିଂସର ୧୮ତମ ଓଭରର । ସେତେବେଳେ ଇଶାନ କିଶାନ ଏବଂ ହେନରିଚ୍ କ୍ଲାସେନ୍ ପିଚ୍ରେ ବ୍ୟାଟିଂ କରୁଥିଲେ । ସେହି ସମୟରେ ତାଙ୍କୁ ଜୋଫ୍ରା ଆର୍ଚର ବୋଲିଂ କରୁଥିଲେ । ଯେତେବେଳେ କ୍ଲାସେନ୍ ଆର୍ଚରଙ୍କ ଦ୍ୱିତୀୟ ଏବଂ ତୃତୀୟ ବଲରେ ଲଗାତାର ଚୌକା ମାରିଥିଲେ । ଏତିକିବେଳେ ହରଭଜନ ସିଂହ କହିଥିଲେ, 'ଲଣ୍ଡନରେ ବ୍ଲାକ୍ ଟ୍ୟାକ୍ସିର ମିଟର ଦ୍ରୁତ ଗତିରେ ଚାଲିଥାଏ ।
Racism at Peak 😂😂😂😂
— B I S W A J E E T (@Biswajeet_2277) March 23, 2025
Harbhajan Singh Calling Archer Kali Taxi pic.twitter.com/ijdEqFgNbX
ଏଠାରେ ଆର୍ଚର ସାହେବଙ୍କ ମିଟର ମଧ୍ୟ ଦ୍ରୁତ ଗତିରେ ଚାଲିଥିଲା। ସେପଟେ ତାଙ୍କର ମନ୍ତବ୍ୟ ଭାଇରାଲ ହେବାରେ ଲାଗିଛି । ପ୍ରଶଂସକମାନେ ତାଙ୍କୁ କମେଣ୍ଟ୍ରିରୁ ବାଦ୍ କରିବାକୁ ଦାବି କରୁଛନ୍ତି । ପ୍ରଶଂସକମାନେ କହିଛନ୍ତି କି, ହରଭଜନ ସିଂହ ଇଂଲଣ୍ଡର ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କୁ 'କଳା ଟ୍ୟାକ୍ସି' ସହିତ ତୁଳନା କରିଛନ୍ତି । ଯାହା ଏକ ଜାତିଆଣ ପୂର୍ଣ୍ଣ ମନ୍ତବ୍ୟ। ଜଣେ ବ୍ୟବହାରକାରୀ ଲେଖିଛନ୍ତି, 'ହରଭଜନ ସିଂହ ହିନ୍ଦୀ କମେଣ୍ଟ୍ରିରେ ଜୋଫ୍ରା ଆର୍ଚରଙ୍କୁ ବ୍ଲାକ୍ ଟ୍ୟାକ୍ସି କହିଥିଲେ।' ଏହା ବହୁତ ଖରାପ କଥା। ଦୟାକରି ସେମାନେ ଏପରି କମେଣ୍ଟ କରନ୍ତୁ ନାହିଁ ।
କହିବାକୁ ଗଲେ ମ୍ୟାଚ୍ରେ ଜୋଫ୍ରା ଆର୍ଚର ଆଇପିଏଲ ଇତିହାସର ସବୁଠାରୁ ମହଙ୍ଗା ସ୍ପେଲ ବୋଲିଂ କରିଥିଲେ । ସେ ୪ ଓଭରରେ ୭୬ ରନ ଖର୍ଚ୍ଚ କରିଥିଲେ। ପ୍ରଥମ ଓଭରରେ ଆର୍ଚର ୨୩ ରନ୍ ଦେଇଥି ଲେ। ଏହା ପରେ ଆର୍ଚର ଦ୍ୱିତୀୟ ଓଭରରେ ୧୨, ତୃତୀୟ ଓଭରରେ ୨୨ ଏବଂ ଚତୁର୍ଥ ଓଭରରେ ୧୯ ରନ ଦେଇ ଏହି ଲଜ୍ଜାଜନକ ରେକର୍ଡ ନିଜ ନାମରେ କରିଥିଲେ। ଆର୍ଚରଙ୍କ ପୂର୍ବରୁ ମୋହିତ ଶର୍ମା ସବୁଠାରୁ ମହଙ୍ଗା ସ୍ପେଲ ବୋଲିଂ କରିଥିବା ବୋଲର ଥିଲେ। ଗତ ସିଜିନରେ ସେ ଗୋଟିଏ ମ୍ୟାଚ୍ରେ ୭୩ ରନ୍ ଦେଇଥିଲେ। ସେହି ସମୟରେ, ବାସିଲ ଥାମ୍ପି ମଧ୍ୟ ଥରେ ୭୦ ରନର ସ୍ପେଲ ବୋଲିଂ କରିଛନ୍ତି।