ଟି-୨୦ ବିଶ୍ଵକପ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିବନି ଜାଗା ? ପୂର୍ବତନ ମୁଖ୍ୟ ଚୟନକର୍ତ୍ତାଙ୍କ ବଡ଼ ବୟାନ

Published By : Prameya-News7 Bureau | April 09, 2024 IST

abp live

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୪ର ପ୍ରଥମ ପର୍ଯ୍ୟାୟ ପ୍ରଦର୍ଶନ ଟି-୨୦ ବିଶ୍ଵକପ୍ ପାଇଁ ଭାରତୀୟ ଦଳର ଚୟନରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଚୟନକର୍ତ୍ତାଙ୍କ ନଜର ମଧ୍ୟ ଆଇପିଏଲ୍‌ର ପ୍ରତିଟି ମ୍ୟାଚ୍‌ରେ ଖେଳାଳିଙ୍କ ପ୍ରଦର୍ଶନ ଉପରେ ରହିଛି। ଏହି କ୍ରମରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଖେଳାଳି ଭେଙ୍କଟେଶ ପ୍ରସାଦଙ୍କ ଗୋଟିଏ ପରାମର୍ଶ କ୍ରିକେଟ୍ ପ୍ରେମୀଙ୍କୁ ସାମାଜିକ ଗଣମାଧ୍ୟମରେ ଦୁଇଟି ଗୋଷ୍ଠୀରେ ବିଭାଜନ କରିଛି। ଭେଙ୍କଟେଶଙ୍କ ଅନୁସାରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଦଳରେ ଥିବା ଅବସ୍ଥାରେ ବୋଧହୁଏ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସୁଯୋଗ ମିଳି ନ ପାରେ। କିନ୍ତୁ ଦଳ ପ୍ରବନ୍ଧକ ମହଲରେ ଅଧିକ ଚର୍ଚ୍ଚା ଓ୍ଵିକେଟ୍ କିପର ବ୍ୟାଟରକୁ ନେଇ ଜାରି ରହିଛି। ଭେଙ୍କଟେଶ ପ୍ରସାଦ ନିଜେ ମୁଖ୍ୟ ଚୟନକର୍ତ୍ତା ରହି ସାରିଛନ୍ତି। ତେଣୁ ତାଙ୍କ ଟିପ୍ପଣୀକୁ ଗମ୍ଭୀରତାର ସହ ଗ୍ରହଣ କରାଯାଇପାରେ।

ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଭେଙ୍କଟେଶ କହିଛନ୍ତି, ମୋ ଅନୁସାରେ ସ୍ପିନ ବୋଲରଙ୍କ ବିରୋଧରେ ବିସ୍ଫୋରକ ବ୍ୟାଟିଂ ପାଇଁ ଶିବମ ଦୁବେ, ଦୁନିଆର ସର୍ବଶ୍ରେଷ୍ଠ ଟି-୨୦ ବ୍ୟାଟର ହୋଇଥିବା ହେତୁ ସୂର୍ଯ୍ୟକୁମାର ଯାଦବ ଓ ଜଣେ ଦମଦାର ଫିନିସର ହୋଇଥିବାରୁ ରିଙ୍କୁ ସିଂଙ୍କ ଦଳରେ ଚୟନ କରାଯିବା ଉଚିତ୍। ଭାରତୀୟ ଦଳ ପାଇଁ ଏହା ବହୁତ ଭଲ ହେବ ଯଦି ଏହି ତିନି ଖେଳାଳିଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଯିବ। ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଉପସ୍ଥିତିରେ କେବଳ ଜଣେ ଓ୍ଵିକେଟ୍ କିପର ବ୍ୟାଟରଙ୍କ ସ୍ଥାନ ଖାଲି ରହିବ। ଏହା ବହୁତ ରୋଚକ ହେବ ଯେ, ଚୟନକର୍ତ୍ତା କିଭଳି ଏବଂ କେଉଁ ଆଧାରରେ ଖେଳାଳିଙ୍କ ଚୟନ କରୁଛନ୍ତି। ଭେଙ୍କଟେଶ ଏହି ଟିପ୍ପଣୀ ଏହି ସଙ୍କେତ ମିଳୁଛି ଯେ, ଟି-୨୦ ବିଶ୍ଵକପ୍‌ ଭାରତୀୟ ଦଳରେ ହାର୍ଦ୍ଦିକଙ୍କୁ ସ୍ଥାନ ମିଳି ନ ପାରେ।




ସୂଚନାଯୋଗ୍ୟ, ଜୁନ ୧ରୁ ଟି-୨୦ ବିଶ୍ଵକପ୍ ୨୦୨୪ ଆରମ୍ଭ ହେଉଛି। ଆମେରିକା ଓ ଓ୍ଵେଷ୍ଟଇଣ୍ଡିଜର ମିଳିତ ଆନୁକୂଲ୍ୟରେ ବିଶ୍ଵକପ୍ ଖେଳାଯିବ। ଆଇସିସି ବିଶ୍ଵକପ୍ ପାଇଁ ଦଳ ଚୟନର ଅନ୍ତିମ ତାରିଖ ମେ ୧ ତାରିଖ ରଖିଛି। ତେଣୁ ବିସିସିଆଇ ଏପ୍ରିଲ ଅନ୍ତିମ ସପ୍ତାହରେ ବିଶ୍ଵକପ୍ ପାଇଁ ଭାରତୀୟ ଦଳ ଘୋଷଣା କରିପାରେ। ମେ ୨୫ ତାରିଖ ପୂର୍ବରୁ ଟୁର୍ଣ୍ଣାମେଣ୍ଟରେ ସାମିଲ ସମସ୍ତ ଦଳଗୁଡ଼ିକୁ ନିଜ ଟିମର କେବଳ ଗୋଟିଏ ପରିବର୍ତ୍ତନ ପାଇଁ ଅନୁମତି ରହିଛି। ବର୍ତ୍ତମାନ ଅଜିତ ଅଗରକରଙ୍କ ନେତୃତ୍ଵାଧୀନ ଚୟନକର୍ତ୍ତା ଖେଳାଳିଙ୍କ ଆଇପିଏଲ୍‌ ପ୍ରଦର୍ଶନ ଉପରେ ନଜର ରଖିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.