ରେମୁଣା ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଦଳରେ ମିଶିଲେ ବିଜେଡି ଛାଡ଼ିଥିବା ନେତା କର୍ମୀ

Published By : Prameya-News7 Bureau | September 08, 2024 IST

ନୀଳଗିରି: ରବିବାର ସନ୍ଧ୍ୟାରେ ବାଲିଆ ସ୍ଥିତ ରେମୁଣା ବିଜେପି କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ହରିପୁର ଗ୍ରାମପଞ୍ଚାୟତର ବିଜେଡି ସମର୍ଥିତ ସରପଞ୍ଚ ରମାମଣି ସେନାପତି, ବିଜେଡିର ବରିଷ୍ଠ କାର୍ଯ୍ୟକର୍ତ୍ତା ନରେନ୍ଦ୍ର ସେନାପତି,୧୦ ନମ୍ବର ୱାର୍ଡର ୱାର୍ଡମେମ୍ବର ଭବାନୀ ଶଙ୍କର ସାହୁଙ୍କ ସମେତ ତାଙ୍କର କିଛି ସମର୍ଥକ ବିଜେପିରେ ଯୋଗଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଏବଂ ରେମୁଣା ବିଧାୟକଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ବିଜେଡି ଛାଡ଼ି ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିବା କହିଛନ୍ତି ସମସ୍ତେ। ଏହି ମିଶ୍ରଣ ପର୍ବରେ ସରକାରୀ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ବିଧାୟକ ପ୍ରତିନିଧି କାର୍ତ୍ତିକ ଚନ୍ଦ୍ର ଗିରି,କୋର କମିଟି ଆବାହକ ଉମାକାନ୍ତ ପଣ୍ଡା,ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ସାହା,ମଳୟ କୁମାର ବିଶ୍ବାଳ,ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ସୁବୋଧ ଚନ୍ଦ୍ର ପଣ୍ଡା, ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ନାରାୟଣ ମହନ୍ତ ଏବଂ ହରିପୁର ପଞ୍ଚାୟତ ସଭାପତି ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା।

ବିଧାୟକ ମିଶିଥିବା ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ବିଜେପି ଉତ୍ତରୀୟ ଏବଂ ଟୋପି ପିନ୍ଧାଇ ଦଳକୁ ସ୍ବାଗତ କରିଥିଲେ। ବିଜେପି ଏକ ରାଷ୍ଟ୍ରବାିଦୀ ଦଳ ହୋଇଥିବା ବେଳେ ଏକ ମନ ଏକ ପ୍ରାଣ ହୋଇ କାମ କରିବା ସହ ବିକଶିତ ଭାରତ ଗଠନ ସହିତ ବିକଶିତ ରେମୁଣା ଗଠନ କରିବା ନେଇ ଶପଥ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.