ହରିୟାଣାର କୈଥଲରେ ମର୍ମନ୍ତୁଦ ଦୁର୍ଘଟଣା, କେନାଳକୁ ଖସିଲା କାର୍, ଗୋଟିଏ ପରିବାରର ୮ ଜଣ ମୃତ

Published By : Prameya-News7 Bureau | October 12, 2024 IST

ନୂଆଦିଲ୍ଲୀ: ହରିୟାଣାର କୈଥଲ ଜିଲ୍ଲାରେ ଶନିବାର ଏକ ବଡ଼ ଦୁର୍ଘଟଣା ଘଟିଛି । ଏକ କାର୍ ଅନିୟନ୍ତ୍ରିତ ହୋଇ ସିରସା ବ୍ରାଞ୍ଚ କେନାଳରେ ଖସି ପଡ଼ିଛି । ଏହି ଦୁର୍ଘଟଣାରେ କାର୍‌ରେ ଥିବା ଗୋଟିଏ ପରିବାରର ଆଠ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଚାରି ମହିଳା ଏବଂ ଚାରି ପିଲା ଅଛନ୍ତି । ଅନ୍ୟପଟେ କାର୍ ଚାଳକଙ୍କ ଅବସ୍ଥା ଗୁରୁତର ଅଛି । ଦୁର୍ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ମୃତ ଦେହଗୁଡ଼ିକର ବ୍ୟବଚ୍ଛେଦ ପାଇଁ କେଥଲ ଜିଲ୍ଲା ହସ୍ପିଟାଲ ପଠାଯାଇଛି । ମୃତଙ୍କ ପରିଚୟ ଦର୍ଶନା (୪୦), ସୁଖବିନ୍ଦ୍ର (୨୮), ଚମେଲି (୬୫), କୋମଲ (୧୭), ବନ୍ଦନା (୧୫), ରିୟା (୧୨), ରଭନୀତ (୬), ଲଭପ୍ରୀତ (୧୩) ବୋଲି ଜଣାପଡ଼ିଛି । ସମସ୍ତେ ଗୋଟିଏ ପରିବାରର ହୋଇଥିବା ବେଳେ ଏମାନଙ୍କ ଘର ଡିଗରେ ବୋଲି ଜଣାପଡ଼ିଛି । ଦଶହରା ମେଳା ଦେଖିବା ପାଇଁ ଯିବା ବେଳେ ଏହି ଦୁର୍ଘଟଣା ଘଟିଛି ।

କାର ମୁନ୍ଦଡୀ ନିକଟରେ ପହଞ୍ଚିବା ବେଳେ କାର୍ ଅନିୟନ୍ତ୍ରିତ ହୋଇ କେନାଳକୁ ଖସି ପଡ଼ିଥିଲା । ସ୍ଥାନୀୟ ଲୋକ ପୋଲିସକୁ ଖବର ଦେବା ସହ ଉଦ୍ଧାର ପାଇଁ କେନାଳକୁ ଡେଇଁଥିଲେ । ବହୁ ଉଦ୍ୟମ ପରେ କାରକୁ ବାହାର କରାଯାଇଥିଲା । ଦୁଇ ଜଣଙ୍କୁ ଜୀବିତ ବାହାର କରାଯାଇଥିଲା, ତେବେ ହସ୍ପିଟାଲ୍ ନେବା ବେଳେ ସେମାନଙ୍କ ମୃତ୍ୟୁ ହୋଇଥିଲା । ଏବେ ବି ବନ୍ଦନାଙ୍କ ମୃତ ଦେହ ମିଳି ନାହିଁ । ଡିଏସପି ଲଲିତ କୁମାର କହିଛନ୍ତି ଯେ ମାମଲାରେ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ହୋଇଛି, ଯେଉଁଥିରେ ୪ ପିଲା ଏବଂ ୩ ମହିଳା ଅଛନ୍ତି । ଜଣେ ଝିଅଙ୍କ ମୃତ ଦେହ ବର୍ତ୍ତମାନ ସୁଦ୍ଧା ମିଳି ନାହିଁ । ଉଦ୍ଧାରକାରୀ ଟିମ୍ ରେସକ୍ୟୁ ଅପରେସନ ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.