HMPV ଭାଇରସ୍‌କୁ ନେଇ ଓଡ଼ିଶାରେ ସତର୍କତା, ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ

Published By : Prameya-News7 Bureau | January 07, 2025 IST

ଭୁବନେଶ୍ବର ୭।୧: HMPV ଭାଇରସ୍‌କୁ ନେଇ ଓଡ଼ିଶାରେ ସତର୍କତା । HMPVକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ । ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ HMPV ଭାଇରସ୍ ଓ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ନେଇ ଆଲୋଚନା । ଏହି ବୈଠକରେ ସ୍ୱାସ୍ଥ୍ୟ ସଚିବ, ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଅଛନ୍ତି ।

ତେବେ ବୈଠକ ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ବିଭିନ୍ନ ହସ୍ପିଟାଲ ଅଧିକାରୀଙ୍କ ସହ ଆଲୋଚନା ହୋଇଛି । ଲୋକ ମାନେ ଭୟଭୀତ ହୁଅନ୍ତୁ ନାହିଁ । ସେମିତି କିଛି ପ୍ରଭାବ ହୋଇ ନାହିଁ । ଓଡ଼ିଶାରେ କେସ୍ ଆସିନାହିଁ । ଓଡ଼ିଶା ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଭାରତ ସରକାର ଯାହା ଗାଇଡଲାଇନ ଦେବେ ମାନିବୁ । ହସ୍ପିଟାଲରେ ଡାକ୍ତରୀ ଟିମ୍ ପ୍ରସ୍ତୁତ ଅଛନ୍ତି । ଥଣ୍ଡା କାଶ ହେଲେ ଡାକ୍ତର ପରାମର୍ଶ କରନ୍ତୁ । ଆମେ ସାମ୍ପଲ ଟେଷ୍ଟ କରିବୁ । ସାମ୍ପଲ ଟେଷ୍ଟ କରିବାକୁ ଆଇସିଇଆର, ଆଇଏଲଏସ, ଏମ୍ସ ପ୍ରସ୍ତୁତ ଅଛନ୍ତି । ରାଜ୍ୟ ହସ୍ପିଟାଲ ଗୁଡିକୁ କୁହାଯାଇଛି ପ୍ରସ୍ତୁତ ରହିବାକୁ ।

ସୂଚନାଯୋଗ୍ୟ ଯେ, ଦେଶରେ ବ୍ୟାପିଲାଣି ଚୀନ୍ ଭାଇରସ୍ HMPV । ଏପର୍ଯ୍ୟନ୍ତ ଦେଶରୁ ଚିହ୍ନଟ ହେଲେଣି ୭ ଜଣ HMPV ପଜିଟିଭ୍ ।

You Can Read:

ବିଜେପି ନେତାଙ୍କୁ ଗାଡି ଚଢାଇ ହତ୍ୟା ଘଟଣା, ସୋମବାର ୩ ଦିନିଆ ରିମାଣ୍ଡରେ ଅଭିଯୁକ୍ତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.