ଭୁବନେଶ୍ୱର ୦୧।୧୨ : ଚଳିତ ଆର୍ଥିକ ବର୍ଷରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା । ଖୁବ୍ ଶୀଘ୍ର ଗୋପବନ୍ଧୁ ଆରୋଗ୍ୟ ଯୋଜନା ସହ ଆୟୁଷ୍ମାନ ଭାରତ ଯୋଜନାର ଏମଓୟୁ ସ୍ୱାକ୍ଷର ହେବ। ସାଢେ ୩ କୋଟି ଲୋକଙ୍କୁ ସ୍ଵତନ୍ତ୍ର କାର୍ଡ ଦିଆଯିବ । ଏହାଦ୍ୱାରା କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ୨୭ ହଜାର ହସ୍ପିଟାଲରେ ଚିକିତ୍ସା ସୁବିଧା ପାଇବେ।
ସେହିପରି ସରକାରୀ ହସ୍ପିଟାଲରେ ରହିବେ ରେଡିଓଗ୍ରାଫର୍ । ୨୫୦ ଜଣ ରେଡିଓଗ୍ରାଫରଙ୍କୁ ଦିଆଯିବ ନିଯୁକ୍ତି ପତ୍ର। ସର୍ଭିକାଲ କ୍ୟାନସର ସଚେନତନତା ଆଗାମୀ ଦିନରେ ସ୍ବାସ୍ଥ୍ୟ ବିଭାଗ ବଡ଼ କାର୍ଯ୍ୟକ୍ରମ କରିବ ବୋଲି ସ୍ବାସ୍ଥ୍ଯମନ୍ତ୍ରୀ କହିଛନ୍ତି । ସ୍କୁଲ ଓ କଲେଜରେ କ୍ୟାମ୍ପ ସହ ଟୀକାକରଣ ବ୍ୟବସ୍ଥା କରାଯିବ। ସର୍ଭିକାଲ କ୍ୟାନ୍ସର କେମିତି କିଶୋରୀମାନଙ୍କ କ୍ଷେତ୍ରରେ ରୋକାଯାଇ ପାରିବ ତାକୁ ନେଇ ହେବ ବ୍ୟାପକ ଟିକାକରଣ କରାଯିବ ।