ସବୁ ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨୫ରୁ ରାଜ୍ୟରେ ପ୍ରବଳ ବର୍ଷା

Published By : Prameya-News7 Bureau | June 23, 2024 IST

ଭୁବନେଶ୍ୱର ୨୩।୦୬ : ଆସନ୍ତା ୨୫ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ହେବ । ମୌସୁମୀ ପ୍ରଭାବରେ ରାଜ୍ୟର ବିସ୍ତୃତ ଅଞ୍ଚଳରେ ଭଲ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । 

ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଆସନ୍ତା ଦୁଇ ଦିନ ରବିବାର ଓ ସୋମବାର ରାଜ୍ୟର ବିକ୍ଷିପ୍ତ ସ୍ଥାନରେ ବର୍ଷା ହେବ । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।୨୫ରୁ  ବର୍ଷା ପରିମାଣ ବଢ଼ିବ ବୋଲି ପାଣିପାଗ  କେନ୍ଦ୍ର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି କହିଛନ୍ତି । ରାଜ୍ୟର ବିସ୍ତୃତ ଅଞ୍ଚଳରେ ବର୍ଷା ହେବ । ୨୫ ଓ ୨୬   ତାରିଖରେ ଭାରୀ ବର୍ଷା ହୋଇପାରେ । ୨୫ରେ ବାଲେଶ୍ୱର, ଭଦ୍ରକ, ଯାଜପୁର,  କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର,  ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ,  ଗଜପତି, କେନ୍ଦୁଝର, ମୟୂରଭଞ୍ଜ,  ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ,  ବୌଦ୍ଧ, କନ୍ଧମାଳ ଓ ରାୟଗଡ଼ାରେ  ବର୍ଷା ହୋଇପାରେ । ୨୬ରେ ଗଜପତି,  ଗଞ୍ଜାମ ଓ କନ୍ଧମାଳରେ ପ୍ରବଳ ବର୍ଷା ସମ୍ଭାବନା ଅଛି । 

ବରିଷ୍ଠ ପାଣିପାଗ ବିଶେଷଜ୍ଞ  ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ  କହିଛନ୍ତି, ଏ ମାସ ସାରା ନିଅଣ୍ଟିଆ ବର୍ଷା ସ୍ଥିତି ଲାଗି ରହିବ । ଏହା ଭରଣା  ହୋଇପାରିବନି । ଆସନ୍ତା ୧୦ ଦିନରେ  ହାରାହାରି ୫୧ ମିମି ବର୍ଷା ହେବ । ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗରରେ ମୌସୁମୀ ବାୟୁ ସକ୍ରିୟ ନାହିଁ । ଏଥିପାଇଁ   ମୌସୁମୀ ପ୍ରଭାବରେ ଅଧିକ ବର୍ଷା ସମ୍ଭାବନା ନାହିଁ । ରବିବାର ଫୁଲବାଣୀରେ ୫୧ମିମି, ନବରଙ୍ଗପୁରରେ ୨୮, ଖୋର୍ଦ୍ଧାରେ ୨୫ମିମି, ହୀରାକୁଦରେ ୧୩ ଓ ଝାରସୁଗୁଡ଼ାରେ ୧୨.୨ ମିମି ବର୍ଷା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.