ଲଗାଣ ବର୍ଷାରେ ବେହାଲ ବୈପାରିଗୁଡ଼ା ବୋଦାପୁଟ ପଞ୍ଚାୟତ, ୭ ଖଣ୍ଡ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

Published By : Prameya-News7 Bureau | July 26, 2024 IST

ବୈପାରୀଗୁଡ଼ା: ଲଗାଣ ବର୍ଷାରେ ବେହାଲ ବୈପାରିଗୁଡ଼ା ବୋଦାପୁଟ ପଞ୍ଚାୟତ। ଲଗାଣ ବର୍ଷା ଫଳରେ ବୋଦାପୁଟ ପଞ୍ଚାୟତର ମାଦି ପୋଲ ଉପରେ ୨ ଫୁଟ୍ ଉଚ୍ଚତାରେ ପାଣି ପ୍ରଭାବିତ ହେଉଛି l  ଫଳରେ ୭ ଖଣ୍ଡ ଗାଁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି । ପୋଲ ଉପରେ ବିପଦ ସଂକୁଳ ଅବସ୍ଥାରେ ଲୋକେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି l 

ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଗାଁ ଗୁଡ଼ିକ ହେଉଛି ମାଦି, କାଳିଆଗୁଡ଼ା, କବରୁଗୁଡ଼ା, ତଳପାମି, ତୋକାଲ, ମାଳିଗୁଡ଼ା, ପାଣ୍ଡରିଗୁଡ଼ା । ଏ ସମସ୍ତ ଗାଁ ଗୁଡ଼ିକ ପାହାଡ଼ି ଅଞ୍ଚଳର ପାଦ ଦେଶରେ ରହିଛି। ତେଣୁ ଲଗାଣ ବର୍ଷା ଯୋଗୁଁ ପୋଲ ଉପରେ ଏଭଳି ପରିସ୍ଥିତି ଉପୁଜିଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.