ଉବୁଟୁବୁ ଭଦ୍ରକ ଜିଲ୍ଲା, ବାଇକ୍ ଚଳାଇ ପ୍ରଭାବିତ ଅଞ୍ଚଳ ବୁଲିଲେ ଉଚ୍ଚଶିକ୍ଷା ମନ୍ତ୍ରୀ

Published By : Prameya-News7 Bureau | October 27, 2024 IST

ଭଦ୍ରକ ୨୭।୧୦: ବନ୍ୟାରେ ଉବୁଟୁବୁ ଭଦ୍ରକ ଜିଲ୍ଲା । ଅନେକ ଅଞ୍ଚଳ ଏବେବି ପାଣି ଘେରରେ । ଭଦ୍ରକ ଜିଲ୍ଲାରେ ବାତ୍ୟା ଦାନା ପୂର୍ବରୁ ରହି ସ୍ଥିତି ଉପରେ ନଜର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ବାତ୍ୟା ପର ଠାରୁ ଏବେ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ପ୍ରଭାବିତ ଅଞ୍ଚଳ ବୁଲି ଦେଖୁଛନ୍ତି । ଅନେକ ସ୍ଥାନରେ ବନ୍ୟା ପାଣି ରାସ୍ତା ଉପରେ ଚାଲିଛି । ତେବେ ଧାମନଗର ନିର୍ବାଚନ ମଣ୍ଡଳୀ ଅଧୀନ ଅଚକ ପଂଚାୟତର କେତେକ ପ୍ରଭାବିତ ଅଞ୍ଚଳ ବୁଲିବା ପାଇଁ ଯାଇଥିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ । ରାସ୍ତାରେ ପାଣି ଚାଲି ଥିବାରୁ ଗାଡ଼ି ଯିବା ସମ୍ଭବ ହୋଇ ପାରିନଥିଲା । ମନ୍ତ୍ରୀ ନିଜେ ବାଇକ୍ ଚଳାଇ ଗାଁ ଭିତରକୁ ଯାଇଥିଲେ । ଗାଁରେ ପହଞ୍ଚି ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ଲୋକଙ୍କ ସହ ସମସ୍ୟାକୁ ନେଇ ଆଲୋଚନା କରିଛନ୍ତି ।

You Can Read:

ଶିମିଳିପାଳକୁ ମହାରାଷ୍ଟ୍ରରୁ ଆସିଲା ବାଘୁଣୀ, କୋର୍ ଅଞ୍ଚଳରେ ରଖାଯିବ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.