ସାଇବର ଠକଙ୍କ ହାବୁଡ଼ରେ ପଡ଼ିଲେ ତହସିଲଦାର, ଲିଙ୍କ୍ କ୍ଲିକ୍ କରୁ କରୁ କଟିଗଲା ୮୦ ହଜାର ଟଙ୍କା

Published By : Prameya-News7 Bureau | October 27, 2024 IST

ଅନୁଗୋଳ ୨୭।୧୦: ତାଳଚେର ତହସିଲଦାର ରୋଜାଲିନ ବେହେରା ସାଇବର ଠକଙ୍କ ଶିକାର ହୋଇଛନ୍ତି। ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୮୯,୫୦୦ ଟଙ୍କା ସାଇବର ଠକ ଲୁଟି ନେଇଛି । ତାଳଚେର ସଦର ଥାନାରେ ଅଭିଯୋଗ ପରେ ଘଟଣା ଜଣାପଡ଼ିଛି । 

ସାଇବର ଠକ ତହସିଲଦାରଙ୍କୁ କହିଥିଲେ ଯେ, ତାଙ୍କର ଆଧାର କାର୍ଡ ଏବଂ ଫୋନ୍ ନମ୍ବର ଅନ୍ୟ କେହି ବ୍ୟବହାର କରୁଛନ୍ତି । ଅନେକ ବେଆଇନ କାମରେ ଲଗାଯାଇଛି । ଆଧାର କାର୍ଡର ଅପବ୍ୟବହାର କରାଯାଇଛି । ଆଉ କିଛି ଘଣ୍ଟା ପରେ ଆଧାର କାର୍ଡକୁ ବ୍ଲକ୍ କରାଯିବ ବୋଲି ଧମକ ଦେଇଛନ୍ତି । ଏହା କହି ଏକ ଲିଙ୍କ୍ ତହସିଲଦାରଙ୍କ ନିକଟକୁ ପଠାଇଥିଲେ । ଲିଙ୍କ୍ ଖୋଲିଲା ପରେ ତାଙ୍କ ଆକାଉଣ୍ଟରୁ ୮୯,୫୦୦ ଟଙ୍କା କଟି ଯାଇଥିଲା । ତେଣୁ ସେ ଜାଣିବାକୁ ପାଇଥିଲେ ଯେ, ସେ ସାଇବର ଠକଙ୍କ ଶିକାର ହୋଇଛନ୍ତି । ଏ ବାବଦରେ ଏକ ଲିଖିତ ଅଭିଯୋଗ ତାଳଚେର ଥାନାରେ କରିଛନ୍ତି । ଏହାପରେ ତାଳଚେର ପୋଲିସ ତନାଘନା ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ଠକ ସମ୍ପର୍କରେ କୌଣସି ସୁରାକ ମିଳି ନଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

You Can Read:

ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ, ନିଲମ୍ବିତ ହେଲେ ବରାହୀପୁର ସରପଞ୍ଚ ରଶ୍ମିତା ସ୍ୱାଇଁ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.