ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ, ନିଲମ୍ବିତ ହେଲେ ବରାହୀପୁର ସରପଞ୍ଚ ରଶ୍ମିତା ସ୍ୱାଇଁ

Published By : Prameya-News7 Bureau | October 27, 2024 IST

ମାହାଙ୍ଗା ୨୭।୧୦: ନିଲମ୍ବିତ ହେଲେ ମାହାଙ୍ଗା ବ୍ଲକ୍ ବରାହୀପୁର ସରପଞ୍ଚ ରଶ୍ମିତା ସ୍ୱାଇଁ । ନିଲମ୍ବନ କଲେ ପଞ୍ଚାୟତିରାଜ ସଚିବ l ୨ ଲକ୍ଷ ୭ ହଜାରରୁ ଉର୍ଦ୍ଧ୍ବ ସରକାରୀ ଟଙ୍କାକୁ ଆତ୍ମସାତ କରିଥିବାରୁ ନିଲମ୍ବନ ହେଲେ ସରପଞ୍ଚ l ୨୪ ତାରିଖରେ ପଞ୍ଚାୟତିରାଜ ସଚିବ ନିଲମ୍ବନ କରି କଟକ ଜିଲ୍ଲାପାଳ ଏବଂ ମାହାଙ୍ଗା ବିଡ଼ିଓଙ୍କୁ ଚିଠି କରି ଅବଗତ କରାଇଲେ  l 

ତେବେ ବାରାହୀପୁର ପଞ୍ଚାୟତର AC ଦୁର୍ନୀତି ସହ ରାଧେଶ୍ୟାମ ବିଦ୍ୟାଳୟର ଦୁର୍ନୀତି ନେଇ ଗତ ଅଗଷ୍ଟ ମାସରେ କଟକ ଜିଲ୍ଲାପାଳଙ୍କ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହିତ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା l

You Can Read:

ବାତ୍ୟାରେ ଉପୁଡ଼ି ପଡିଥିବା ଗଛ କାଟିବା ବେଳେ ଅଘଟଣ : କଟିଲା ଅଗ୍ନିଶମ କର୍ମଚାରୀଙ୍କ ହାତ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.