ବାତ୍ୟାରେ ଉପୁଡ଼ି ପଡିଥିବା ଗଛ କାଟିବା ବେଳେ ଅଘଟଣ : କଟିଲା ଅଗ୍ନିଶମ କର୍ମଚାରୀଙ୍କ ହାତ

Published By : Prameya-News7 Bureau | October 27, 2024 IST

ଭଦ୍ରକ ୨୭।୧୦: ବାତ୍ୟା ‘ଦାନା’ରେ ଉପୁଡ଼ି ପଡିଥିବା ଗଛ କାଟିବା ବେଳେ ଅଘଟଣ । ଅଗ୍ନିଶମ କର୍ମଚାରୀଙ୍କ ହାତ କଟିଲା । ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ଭଦ୍ରକ ଜିଲ୍ଲାରେ ଘଟିଛି ଏଭଳି ଅଭାବନୀୟ ଘଟଣା । 

ସୂଚନାଯୋଗ୍ୟ ଯେ, ବାତ୍ୟା ‘ଦାନା’ ସମୟରୁ ସୁନ୍ଦରଗଡ଼ରୁ ଭଦ୍ରକ ଆସିଥିଲେ ଅଗ୍ନିଶମ ବାହିନୀ । ସେମାନଙ୍କ ସହ ଗେନ୍ଦ୍ରା ଓରାମ୍ ମଧ୍ୟ ରହିଥିଲେ । କେନ୍ଦୁଆପଦା ପଞ୍ଚାୟତ ଅଧୀନ ଅଣ୍ଡିଆ ଗ୍ରାମରେ ବାତ୍ୟାରେ ଭାଙ୍ଗିଥିବା ଗଛ କାଟୁଥିଲେ । ଏହି ସମୟରେ କଟର ମେସିନ ହାତରେ ଲାଗିଯାଇଥିଲା । ପରେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

You Can Read:

ସାବାଡ଼ ହେବେ ଅମାନିଆ, ଏଣିକି ଥାନାରେ ପୋଲିସ ପିନ୍ଧିବେ ବଡ଼ି କ୍ୟାମେରା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.