‘ଦାନା’ ପ୍ରଭାବରେ ଚାରିଆଡେ ଛାର୍‌ଖାର୍‌, ରାସ୍ତାରେ ପଡିଛି ବଡ଼ ବଡ଼ ଗଛ

Published By : Prameya-News7 Bureau | October 25, 2024 IST

ଭଦ୍ରକ ୨୫।୧୦ :  ‘ଦାନା’ ପ୍ରଭାବରେ ଚାରିଆଡେ ଛାର୍‌ଖାର୍‌ । ବାତ୍ୟା ପରେ ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ବଡ଼ ବଡ଼ ଗଛ ଭାଙ୍ଗିପଡିଛି । ଯାହାଫଳରେ ରାସ୍ତାରେ ଜାମ୍‌ ଦେଖିବାକୁ ମିଳିଛି । 

ଖବର ଅନୁଯାୟୀ, ଗୁରୁବାର ରାତିରେ ବାତ୍ୟା ‘ଦାନା’ ଭିତରକନିକାର ହାବାଳିଖଟିରେ ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ୍‌ କରିଥିଲା । ଯାହାପରେ ଭଦ୍ରକ, କେନ୍ଦ୍ରାପଡ଼ା ଆଦି ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହୁଛି। ଏପିରିକି ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଅନେକ ବଡ଼ ବଡ଼ ଗଛ ଭାଙ୍ଗିପଡିଛି । ତେବେ ବଡ଼ ବଡ଼ ଗଛ ପଡିବା ଦ୍ୱାରା ରାସ୍ତାରେ ଜାମ୍‌ ଦେଖିବାକୁ ମିଳିଛି । ରାସ୍ତା ଜାମ୍‌ ଲାଗି ଅନେକ ଗାଡି ଅଟକି ରହିଛି । ସେହିପରି ପ୍ରବଳ ବର୍ଷା ଲାଗି ୨୦୦ ମିଟରରୁ ଅଧିକ ଦୂର ଯାଏଁ ଦେଖାଯାଉନାହିଁ । 


  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.