ବାତ୍ୟା 'ଦାନା' ନେଇ ପ୍ରସ୍ତୁତି, ଭଦ୍ରକରେ ତିନୋଟି NDRF ଟିମ୍‌ ମୁତୟନ

Published By : Prameya-News7 Bureau | October 23, 2024 IST

Breaking_1

ଭଦ୍ରକ ୨୩।୧୦ : ସମ୍ଭାବ୍ୟ ବାତ୍ୟା ‘ଦାନା’ ନେଇ ତତ୍ପର ପ୍ରଶାସନ। ସତର୍କ ସୂଚନା ଜାରି କରାଯାଇଥିବା ଜିଲ୍ଲାମାନଙ୍କୁ ଅଧିକରୁ ଅଧିକ NDRF ଟିମ୍‌ ପଠାଯାଉଛି । ଏହିକ୍ରମରେ ଭଦ୍ରକ ଜିଲ୍ଲାରେ ପହଞ୍ଚିଛନ୍ତି ଅଧିକ NDRF ଟିମ୍‌ । ଯେଉଁଥିରେ ୩୪ ଜଣ ସଦସ୍ୟ ସାମିଲ ଥିବା ସୂଚନା ମିଳିଛି । 

ଖବର ଅନୁଯାୟୀ, ସମ୍ଭାବ୍ୟ ବାତ୍ୟା ‘ଦାନା’ର ସ୍ଥିତି ନେଇ ରାଜ୍ୟ ସରକାର ଆକ୍ସନମୋଡ଼କୁ ଆସିଛନ୍ତି । ଖାସ୍‌କରି ଉପକୂଳବର୍ତ୍ତୀ ଏବଂ ସତର୍କ ସୂଚନା ଜାରି କରାଯାଇଥିବା ଜିଲ୍ଲାମାନଙ୍କୁ ଆଗୁଆ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ବାତ୍ୟାର ସ୍ଥିତିରେ ଦେଖି ଭଦ୍ରକ ଜିଲ୍ଲାକୁ ତିନୋଟି NDRF ଟିମ୍‌ ପଠାଯାଇଛି। ଗୋଟିଏ ଟିମ୍‌ ଧାମନଗରରେ ମୁତୟନ ହୋଇଥିବା ବେଳେ ଅନ୍ୟ ଟିମ୍‌କୁ ଧାମରା ପଠାଯାଇଛି । ବାକି ତୃତୀୟ ଟିମ୍‌କୁ କେଉଁଠି ରଖାଯିବ, ସେନେଇ କୌଣସି ନିଷ୍ପତ୍ତି ନେଇନାହିଁ ପ୍ରଶାସନ। ବାତ୍ୟାର ସ୍ଥିତି ଏବଂ କେଉଁ ସ୍ଥାନରେ NDRFର ଆବଶ୍ୟକ ରହିଛି । ସେହି ସ୍ଥାନରେ ମୁତୟନ କରାଯିବ ବୋଲି ସୂଚନା ମିଳିଛି । 

ଅନ୍ୟପଟେ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ଜିଲ୍ଲା ପାଇଁ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି । ଏହିକ୍ରମରେ ବୁଧବାର ଦିନ ଭଦ୍ରକରେ ପହଞ୍ଚିବେ ବରିଷ୍ଠ ଆଇଏଏସ୍‌ ତ୍ରିଲୋଚନ ମାଝୀ । ଭଦ୍ରକରେ ପହଞ୍ଚି ବିଭିନ୍ନ ସ୍ଥିତି ଏବଂ ବାତ୍ୟା ମୁକାବିଲା ସଂପର୍କରେ ବରିଷ୍ଠ ଅଧିକାରୀମାନଙ୍କ ସହ କରିବେ ଆଲୋଚନା । 

  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.