ସାବାଡ଼ ହେବେ ଅମାନିଆ, ଏଣିକି ଥାନାରେ ପୋଲିସ ପିନ୍ଧିବେ ବଡ଼ି କ୍ୟାମେରା

Published By : Prameya-News7 Bureau | October 27, 2024 IST

ଭୁବନେଶ୍ବର ୨୭।୧୦: ଡିଜିପି ସମ୍ମିଳନୀ ପୂର୍ବରୁ କମିଶନରେଟ୍ ପୋଲିସର ନୂଆ ପଦକ୍ଷେପ । ଅମାନିଆଙ୍କୁ ସାବାଡ଼ ପାଇଁ ପୋଲିସର ନୂଆ ଯୋଜନା । ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କଲା କମିଶନରେଟ୍‌ ପୋଲିସ । ଏଣିକି ପୋଲିସ ପିନ୍ଧିବେ ବଡ଼ି କ୍ୟାମେରା । ରିସେପ୍ସନିଷ୍ଟ ସମେତ ସମସ୍ତ ଅଧିକାରୀ ପିନ୍ଧିବେ ବଡ଼ି କ୍ୟାମେରା । ଯେକୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବ ପୋଲିସ । 

ସବୁ ଥାନାକୁ ଦିଆଯିବ ବଡ଼ି କ୍ୟାମେରା । ଥାନାରେ ଉତ୍ପାତ କରୁଥିବା ଅମାନିଆଙ୍କ ଅଡିଓ, ଭିଡିଓ ରେକର୍ଡ ହେବ । କେବଳ ଏତଲାକାରୀ ନୁହେଁ, ପୋଲିସର ବ୍ୟବହାର ମଧ୍ୟ ରେକର୍ଡ ହେବ । ବଡ଼ି କ୍ୟାମେରାର ଭିଜୁଆଲ ସିପି ଓ ଡିସିପି ଦେଖିବେ । ପାନିକ୍‌ ବଟନ୍ ଦବାଇବା ମାତ୍ରେ ଅଭାବନୀୟ ଘଟଣା ରେକର୍ଡ ହେବ । 

You Can Read:

୬୮ଘଣ୍ଟା ପରେ ମିଳିଲା ନିଖୋଜ ଶୁକ୍ରା ଗୋଲରୀଙ୍କ ମୃତଦେହ, ମାଛ ଧରିବାକୁ ଯାଇ ନିଖୋଜ ଥିଲେ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.