ବାତ୍ୟା ପରେ ବନ୍ୟା ବିତ୍ପାତ, ଘରେ ଘରେ ପଶିଲା ଡ୍ରେନ୍ ପାଣି

Published By : Prameya-News7 Bureau | October 26, 2024 IST

ଭଦ୍ରକ ୨୬।୧୦ : ବାତ୍ୟା ପରେ ବନ୍ୟା ବିତ୍ପାତ । ଦାନା ଲ୍ୟାଣ୍ଡଫଲ ହେବା ପରେ ଭଦ୍ରକରେ ଏବେବି ବର୍ଷା ପବନ ଜାରି ରହିଛି । ଭଦ୍ରକ ପୌରପାଳିକାର ଅନେକ ଓ୍ୱାର୍ଡରେ ଘରେ ଘରେ ପାଣି ପଶିଯାଇଛି । ଯାହାଫଳରେ ଲୋକମାନେ ହନ୍ତସନ୍ତ ହେଉଛନ୍ତି । 

ତେବେ ଶୁକ୍ରବାର ଦିନ ଓ ରାତି ତମାମ ଅନବରତ ବର୍ଷା ଜାରି ରହିଛି । ଯାହାଫଳରେ ପୌରପାଳିକାର ଅନେକ ଓ୍ୱାର୍ଡର ଥିବା ଡ୍ରେନ୍‌ରେ ପାଣି ଭର୍ତ୍ତି ହୋଇଯାଇଛି । ଏପିରିକି ପାଣି ବାହାରକୁ ନିଷ୍କାସନ ହେବା ପରିବର୍ତ୍ତି ଘରେ ପଶିଛି । ଯାହାଫଳରେ ଲୋକମାନେ ନାହିଁ ନଥିବାର ଅସୁବିଧା ଭୋଗୁଛନ୍ତି । ସେହିପରି ସମାନ ଭାବେ ଗୋପବନ୍ଧୁପୁର, ଗୋବିନ୍ଦପୁର ଆଦି ଗାଁରେ ମଧ୍ୟ ବନ୍ୟା ସମସ୍ୟା ଦେଖାଦେଇଛି । ଧାମନଗର ଅଞ୍ଚଳରେ ମଧ୍ୟ ବନ୍ୟା ସ୍ଥିତି ଦେଖାଦେଇଛି । 


  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.