ନ ହେଉ ଦେଶର ଅପମାନ ! ପୁରସ୍କାର ଫେରାଇବା ରାଜନୀତି ଉପରେ କଠୋର ସଂସଦୀୟ କମିଟି, ନୂଆ ବ୍ୟବସ୍ଥା ପାଇଁ କଲା ସୁପାରିଶ

Published By : Prameya-News7 Bureau | July 24, 2023 IST

ନୂଆଦିଲ୍ଲୀ: ଗତ କିଛି ବର୍ଷରେ ଏପରି କିଛି ଘଟଣା ଘଟିଛି ଯେତେବେଳେ ରାଜନୈନିକ ବିବାଦରେ ଏଭଳି କିଛି ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଛନ୍ତି ଯାହା ବିବାଦକୁ ଅଧିକ ବଢାଇଥିଲା । ଏହାସହ କିଛି ନିର୍ଦ୍ଦିଷ୍ଟ ବିବାଦରେ ସେମାନେ ନିଜ ପୁରସ୍କାର ଫେରାଇ ଦେଇଥିଲେ । ସଂସଦର ସ୍ଥାୟୀ କମିଟି ଏହାକୁ ଦେଶର ଅପମାନ କହିବା ସହ ଏବଂ ଏହାଦ୍ୱାରା ପୁରସ୍କାରର ସମ୍ମାନ ଖରାପ ହେଉଛି ବୋଲି କହିଛି ।

କମିଟି ଏଥିପାଇଁ ସରକାରଙ୍କୁ ଏକ ବ୍ୟବସ୍ଥା କରିବା ପାଇଁ ସୁପାରିଶ କରିଛି । ଏହା ଅନୁସାରେ ପୁରସ୍କାର ଦିଆଯିବା ପୂର୍ବରୁ ପ୍ରାପ୍ତକର୍ତ୍ତାଙ୍କାଠାରୁ ଭବିଷ୍ୟତରେ ପୁରସ୍କାର ଫେରାଇବେ ନାହିଁ ବୋଲି ସହମତି ନିଆଯିବ । ଏହାସହ ସେହି ବ୍ୟକ୍ତିଙ୍କଠାରୁ ଏକ ଶପଥ ପତ୍ର ମଧ୍ୟ ନିଆଯିବ । ଏହି ସହମତି ବିନା କାହାକୁ ମଧ୍ୟ ପୁରସ୍କାର ନଦିଆଯିବା ଦରକାର ବୋଲି କମିଟି କହିଛି ।

ପଢନ୍ତୁ: ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ଆକ୍ରମଣ: ଉପସ୍ଥିତ ଥିଲେ ସିଏମ, ୫ ସୁରକ୍ଷାକର୍ମୀ ଆହତ

କମିଟି ୨୦୨୫ରେ କର୍ଣ୍ଣାଟକ ପ୍ରସିଦ୍ଧ ଲେଖକ କଲବୁର୍ଗିଙ୍କ ହତ୍ୟା ପରେ ଦେଶରେ ଆରମ୍ଭ ହୋଇଥିବା ପୁରସ୍କାର ଫେରାଇବା ଅଭିଯାନ ସହ ଅନେକ ମାମଲାର ଉଲ୍ଲେଖ କରିଛି । ଏବଂ କହିଛି ଯେ ଏଥିରେ ସାମିଲ ଅନେକ ଲୋକଙ୍କୁ ଏହା ପରେ ମଧ୍ୟ ପୁଣି ଥରେ ପୁରସ୍କାର ଏବଂ ଅନ୍ୟ ପ୍ରମୁଖ ପଦ ପାଇଁ ନାମିତ କରାଯାଇଛି ।  

କମିଟି କହିଛି ଯେ ସାହିତ୍ୟ ଏକାଡେମୀ ସହିତ ପୁରସ୍କାର ପ୍ରଦାନ ଦେଉଥିବା ଅନ୍ୟ ସଂସ୍ଥାଗୁଡିକ ଏକ ଅଣରାଜନୈତିକ ସଂଗଠନ । ରାଜନୀତି ପାଇଁ ଏଠାରେ କୌଣସି ସ୍ଥାନ ନାହିଁ । କମିଟି ସୁପାରିଶ କରିଛି ଯେ କୌଣସି ପୁରସ୍କାର ଦିଆଯିବା ବେଳେ ପ୍ରାପ୍ତକର୍ତ୍ତାଙ୍କାଠାରୁ ଏଥିପାଇଁ ମହମତିକୁ ବାଧ୍ୟତାମୂଳକ କରାଯିବା ଦରକାର । ଫଳରେ ସେ ରାଜନୈତିକ କାରଣରୁ ଏହାକୁ ଫେରାଇ ପାରିପାରିବେ ନାହିଁ।

ପଢନ୍ତୁ: ୭୦୦ କୋଟି ଟଙ୍କାରୁ ଅଧିକ ସାଇବର ଠକେଇର ଖୁଲାସା, ସ୍କାନରରେ ଚୀନ୍‌ର ମାଷ୍ଟରମାଇଣ୍ଡ

ଉଲ୍ଲେଖଯୋଗ୍ୟ ଯେ ସଂସ୍କୃତି ମନ୍ତ୍ରାଳୟ ସହ ଜଡ଼ିତ ସଂସଦର ଏହି ସ୍ଥାୟୀ କମିଟିର ଅଧ୍ୟକ୍ଷ ରାଜ୍ୟସଭା ସାଂସଦ ତଥା ୱାଇଏସଆର କଂଗ୍ରେସର ବରିଷ୍ଠ ନେତା ବିଜୟସାୟ ରେଡ୍ଡୀ ଅଛନ୍ତି । ଏହି କମିଟିରେ ଲୋକସଭାର ୨୧ ସଦସ୍ୟ ଏବଂ ରାଜ୍ୟସଭାର ୧୦ ସଦସ୍ୟ ଅଛନ୍ତି।

Also Read: କର୍ଣ୍ଣାଟକ ହାଇକୋର୍ଟର ସମସ୍ତ ବିଚାରପତିଙ୍କୁ ହତ୍ୟା ଧମକ, ଦୁର୍ବୃତ୍ତ କହିଲା- ବଞ୍ଚିବାକୁ ଚାହୁଁଥିଲେ ୫୦ ଲକ୍ଷ ଦିଅ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.