ନୂଆଦିଲ୍ଲୀ ୦୪।୧୧: ଏପରି ଜଣେ ଯୁବ ଇଞ୍ଜିନିୟର । ସ୍ବପ୍ନର ଚାକିରୀ ପାଇଁ କରିଛନ୍ତି କଠିନ ପରିଶ୍ରମ । ଚାକିରୀ ଖୋଜି ଖୋଜି ୫ମାସ ରହିଥିଲେ ବେରୋଜଗାର । ସ୍ଥିତି ଏପରି ହୋଇଥିଲା କି ଛାଡିବାକୁ ପଡିଥିଲା ରହୁଥିବା ଘର । ଏୟାର ବେଡ୍ରେ ଶୋଉଥିଲେ ଆଉ ନିଜ ମନ ପସନ୍ଦର ଚାକିରୀ ପାଇଁ କରୁଥିଲେ ଆବେଦନ । ସେ ପୁଣି ଥରେ କି ଦୁଇଥର ନୁହେଁ । ସେ ୩୦୦ରୁ ଅଧିକଥର କରିଥିଲେ ଆବେଦନ । ତଥାପି ମାନିନଥିଲେ ହାର୍। ଶେଷରେ ପୂରଣ ହୋଇଥିଲା ଭାରତୀୟ ମୂଳ ଇଞ୍ଜିନିୟରଙ୍କ ସ୍ବପ୍ନର ଚାକିରୀର ଆଶା । ସେ ଟେସଲାରେ ପାଇଛନ୍ତି ନିଜ ମନ ପସନ୍ଦର ଚାକିରୀ ।
ଏହି ଯୁବକ ଜଣକ ହେଉଛନ୍ତି ଧ୍ରୁବ ଲୋୟା । ବୟସ ମାତ୍ର ୨୨ ବର୍ଷ । ଆମେରିକୀୟ ବାସିନ୍ଦା ଧ୍ରୁବ । କିନ୍ତୁ ସେ ମୂଳତଃ ଭାରତର ବାସିନ୍ଦା । ଧ୍ରୁବ ବାୟୋମେଡିକାଲ୍ ଇଞ୍ଜିନିୟରିଂ ସ୍ନାତକ କରିଛନ୍ତି । ସେ ମାସ ମାସ ଧରି କଠିନ ପରିଶ୍ରମ କରିଥିଲେ । କିନ୍ତୁ ତାଙ୍କ ସ୍ବପ୍ନର ଚାକିରୀ ପାଇନଥିଲେ । ସେ ନିଜ ଜିଦିରେ ରହିଥିଲେ ଅଟଳ । ୩୦୦ରୁ ଅଧିକ ଥର ଆବେଦନ ଏବଂ ୫୦୦ରୁ ଅଧିକ କରିଥିଲେ ଇ-ମେଲ୍ । ଏତେ ପରେ ବି ହୋଇନଥିଲେ ସକ୍ସେସ୍ । ଧ୍ରୁବ ହାର ନମାନି କରିଥିଲେ ଅପେକ୍ଷା । ଏହି ଅପେକ୍ଷାର ମିଳିଥିଲା ସୁଫଳ । ଭାଗ୍ୟ ଦେଇଥିଲା ସାଥ୍, ପାଇଲେ ମସ୍କଙ୍କ ଟେସଲାରେ ପାଓ୍ବାରଓ୍ବାଲ୍ ଟେକ୍ନିକାଲ୍ ସପୋର୍ଟ ସ୍ପେଶାଲିଷ୍ଟ ଭାବେ ଚାକିରୀ ।
ବର୍ତ୍ତମାନ ଧ୍ରୁବ ନିଜର ସଫଳତାର ଯାତ୍ରା ବିଷୟରେ କହିଛନ୍ତି । ସେ କହିଛନ୍ତି ଏହି ସ୍ଥାନରେ ପହଞ୍ଚିବା ତାଙ୍କ ପାଖରେ ନଥିଲା ସହଜ । ତାଙ୍କ ପାଖରେ ୩ଟି ଇଣ୍ଟର୍ନସିପ୍, ଭଲ GPA ଏବଂ ଏକ୍ସଟ୍ରା କରିକୁଲାର ଥାଇ ମଧ୍ୟ ସେ ଚାକିରୀ ପାଇନଥିଲେ । ଧ୍ରୁବ ଦୀର୍ଘ ପାଞ୍ଚ ମାସ ଧରି ବେରୋଜଗାର ରହିଥିଲେ । ସେ ନିଜର ଲିଜ୍, ସ୍ବାସ୍ଥ୍ୟ ବୀମା ହରାଇ ସାରିଥିଲେ । ଏମିତିକି ତାଙ୍କର ଭିସା ଷ୍ଟାଟସ ଶେଷ ହେବାକୁ ଯାଉଥିଲା । ଯାହାପରେ ତାଙ୍କୁ ଛାଡିବାକୁ ପଡିଥାନ୍ତା ଆମେରିକା । ଏମିତିକି ସ୍ଥିତି ଏପରି ହୋଇଥିଲା ଧ୍ରୁବ ତାଙ୍କ ସାଙ୍ଗଙ୍କ ଆପାର୍ଟମେଣ୍ଟରେ ରହିଥିଲେ । ଆଉ ଏୟାର ଗଦିରେ ଶୋଇବାକୁ ପଡିଥିଲା ।
ବର୍ତ୍ତମାନ ଧ୍ରୁବ ଚାକିରୀ ଖୋଜୁଥିବା ୟଙ୍ଗ୍ ଜେନେରେସନ୍କୁ ଚାକିରୀ ପାଇଁ ଦେଇଛନ୍ତି ଟିପ୍ସ । ଧ୍ରୁବ କହିଛନ୍ତି ସମସ୍ତେ ନିଜ ଚାକିରୀ ପାଇଁ ଆବେଦନ କରିବା ପାଇଁ ୯-୫ ସମୟ ରଖିବା ଉଚିତ୍ । କାରଣ ସଂନ୍ଦ୍ୟା ସମୟ ଏବଂ ଓ୍ବିକେଣ୍ଡର ବ୍ୟବହାର ଆରାମ କରିବା ଏବଂ ସେହି ଜିନିଷ କରନ୍ତୁ ଯାହା ଆପଣଙ୍କୁ କରିବାକୁ ପସନ୍ଦ । ସେ କିଛି ଫର୍ମୁଲା ସେୟାର କରିଛନ୍ତି , ଯାହା ତାଙ୍କୁ ଚାକିରୀ ଦେବାରେ କରିଥିଲା ସାହାଯ୍ୟ । ସେ କହିଛନ୍ତି କି କୋଲ୍ଡ ଇମେଲ୍ ପାଇଁ Hunter.io, ଚାକିରୀ ଖୋଜିବା ପାଇଁ ଲିଙ୍କଡଇନ୍, ଇନଡେଡ୍, ହ୍ୟାଣ୍ଡସେକ ଏବଂ ଜବ୍ ରାଇଟ୍.ଏଆଇ ବ୍ୟବହାର କରିବା ଉଚିତ । ଏହାବ୍ୟତୀତ ରିଜ୍ୟୁମ୍ ଏବଂ କଭର ଲେଟର ତିଆରି କରିବା ପାଇଁ ChatGPT ବ୍ୟବହାର କରନ୍ତୁ । ସେ ଶେଷରେ କହିଛନ୍ତି କି ସକରାତ୍ମକ ଭାବନା ଏବଂ ନିଜ ଉପରେ ବିଶ୍ବାସ ରଖନ୍ତୁ । ସଫଳତା ଆପେ ଆପେ ମିଳିବ ।