ଆଧାର କାର୍ଡ଼ କେତେ ରଙ୍ଗର ହୋଇଥାଏ ? କାହାକୁ ମିଳେ କେଉଁ କାର୍ଡ...

Published By : Prameya-News7 Bureau | September 30, 2024 IST

ନୂଆଦିଲ୍ଲୀ ୩୦।୦୯: ଆଧାର କାର୍ଡ଼ ।  ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ । ଏହାର ଆବଶ୍ୟକ ସବୁ ସ୍ଥାନରେ ହୋଇଥାଏ ଷ କିନ୍ତୁ ଜାଣନ୍ତି କି କେତେ ରଙ୍ଗ ମିଳିଥାଏ ଆଧାର କାର୍ଡ଼ ?  ଆଧାର କାର୍ଡର ରଙ୍ଗ ସାଧାରଣତଃ ଧଳା ହୋଇଥାଏ  କିନ୍ତୁ ଏହାବ୍ୟତୀତ ଅନ୍ୟ ଏକ ରଙ୍ଗର ଆଧାର କାର୍ଡ ମଧ୍ୟ ଅଛି, ଯାହା ବିଷୟରେ ଜାଣିବା ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । 

UIDAI ଅନୁଯାୟୀ ଆଧାର କାର୍ଡର ଦୁଇଟି ରଙ୍ଗ ଅଛି । ଗୋଟିଏ ଧଳା ଅନ୍ୟଟି ନୀଳ। ସାଧାରଣତଃ ଧଳା ଆଧାର କାର୍ଡ ଲୋକଙ୍କୁ ଦିଆଯାଏ। ପିଲାମାନଙ୍କ ପାଇଁ ଦିଆଯାଏ ନୀଳ ରଙ୍ଗର କାର୍ଡ । ହ୍ୱାଇଟ ଆଧାର କାର୍ଡ ସମସ୍ତଙ୍କ ପାଖରେ ଥାଏ। ଆଉ ନୀଳ ଆଧାର କାର୍ଡ କେବଳ ୫ ବର୍ଷରୁ କମ୍ ପିଲାମାନଙ୍କ ପାଇଁ ପ୍ରସ୍ତୁତ ହୋଇଥାଏ । ଏଥିପାଇଁ ବାୟୋମେଟ୍ରିକ୍ସ ମଧ୍ୟ ଆବଶ୍ୟକ ନୁହେଁ । 

ପିଲାଟି ୧୫ ବର୍ଷ ବୟସ ନହେବା ପର୍ଯ୍ୟନ୍ତ ବାୟୋମେଟ୍ରିକ୍ ଅପଡେଟ୍ ହୋଇନଥାଏ । ବ୍ଲୁ ଆଧାର କାର୍ଡ ପାଇଁ ଶିଶୁର ବାୟୋମେଟ୍ରିକ୍ ତଥ୍ୟ ଆବଶ୍ୟକ ନଥାଏ । ଏଥିପାଇଁ ସୂଚନା କେବଳ ତାଙ୍କ ଫଟୋଗ୍ରାଫରୁ ନିଆଯାଏ । ଯେତେବେଳେ ପିଲାଟି ୧୫ ବର୍ଷ ବୟସ ହୁଏ, ସେତେବେଳେ ଆଙ୍ଗୁଠି, ଆଖି ପତା ଏବଂ ମୁହଁର ବାୟୋମେଟ୍ରିକ୍ ତଥ୍ୟ ଦେବାକୁ ପଡ଼ିଥାଏ । ଯଦି ଏପରି କରାନଯାଏ ତେବେ ଏହି କାର୍ଡ ଅବୈଧ ବୋଲି ଧରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.