ଅଲମ୍ପିକ୍‌ ସୁନା ପଦକରେ ବି ଲୁହା! ପଦକ ସବୁର ବି ଏତେ ଦାମ୍‌

Published By : Prameya-News7 Bureau | July 26, 2024 IST

ନୂଆଦିଲ୍ଲୀ ୨୬/୦୭: ଅଲିମ୍ପିକ୍‌ରେ ସୁନା ପଦକ ଜିତିବା ପ୍ରତିଟି ଆଥ୍‌ଲେଟ୍‌ର ସ୍ୱପ୍ନ । ତେବେ ଆମ ମାନଙ୍କ ମନରେ ଧାରଣ ରହିଛି ଯେ, ମିଳୁଥିବା ସୁନାର ପଦକରେ ଥାଏ ସବୁ ସୁନା । ତେବେ ଯଦି ଏହା ଭାବୁଛନ୍ତି ତେବେ ସଂପୂର୍ଣ୍ଣ ଭୁଲ୍ । କାରଣ ଗୋଲ୍ଡ ପଦକରେ ସବୁ ନଥାଏ ସୁନା । 

ଏଥର ଅଲିମ୍ପିକ୍ସରେ ଖେଳାଳିଙ୍କୁ ଦିଆଯିବ ୫୨୯ ଗ୍ରାମ ଓଜନର ସୁନାର ପଦକ । ତେବେ କହିବାକୁ ଗଲେ ୯୫.୪% ଚାନ୍ଦି ରହିଥାଏ । ଯାହର ଓଜନ ୫୦୫ ଗ୍ରାମ । ତେବେ ଏଥିରେ ଛଅ ଗ୍ରାମ ସୁଦ୍ଧ ସୁନା ଏବଂ ୧୮ ଗ୍ରାମ ଲୁହା ଥାଏ । ପ୍ୟାରିସ ଅଲିମ୍ପକ୍ସରେ ଦିଆଯାଉଥିବା ଗୋଲ୍ଡ ମେଡାଲ ଦାମ୍ ୯୫୦ ଡଲାର । ଯାହାର ପାଖାପାଖି ଦାମ ୮୦ ହଜାର ଟଙ୍କା । 

ଫୋର୍ବସ ରିପୋର୍ଟ ମୁତାବିକ୍ ଯଦି ସ୍ୱର୍ଣ୍ଣ ପଦକ ସୁଦ୍ଧ ସୁନାରେ ତିଆରି ହୋଇଥାନ୍ତା ତେବେ ଏହାର ମୂଲ୍ୟ ୪୧,୧୬୧.୫୦ ଡଲାର  । ଯାହାର ଅନୁମାନିକ ମୂଲ୍ୟ ୩୪.୪୬ ଲକ୍ଷ ଟଙ୍କା ହେବ । ଏହି କାରଣରୁ ଶେଷ ଥର ସୁଦ୍ଧ ସୁନା ପଦକ ୧୯୧୨ରେ ଦିଆଯାଇଥିଲା । ସେହିଭଳି ସିଲଭର ମେଡାଲର ଓଜନ ୫୨୫ ଗ୍ରାମ । ୫୦୭ ଗ୍ରାମ ଚାନ୍ଦି ସହ  ୧୮ ଗ୍ରାମ ଲୁହା ଥାଏ । ଏହାର ମୂଲ୍ୟ ପାଖାପାଖି ୪୮୬ ଡଲାର(୪୧ ହଜାର) । 

ସେହିଭଳି ବ୍ରୋଞ୍ଜ ପଦକର ଓଜନ ୪୫୫ ଗ୍ରାମ । ଏଥିରେ ୪୧୫.୧୫ ତମ୍ୱା ସହ ୨୧.୮୫ ଗ୍ରାମ ଜିଙ୍କ ଏବଂ ୧୮ ଗ୍ରାମ ଲୁହା ଥାଏ । ଏହାର ମୂଲ୍ୟ ୧୩ ଡଲାର(୧୧୦୦ ଟଙ୍କା) । ପ୍ୟାରିସ୍ ଅଲିମ୍ପିକରେ ଦିଆଯିବାକୁ ଥିବା ପ୍ରତି ପଦକ ଏଫିଲ୍ ଟାଓ୍ୱାରରେ ଥିବା ଲୁହାର ଅଂଶ ଥାଏ । ଯଦି କଞ୍ଚା ଲୁହାରୁ ଅତିରିକ୍ତ କାର୍ବନ ହଟାଯାଏ, ତେବେ ଯେତେ ଲୁହା ବଞ୍ଚିଯାଏ ତେବେ ସେ ପାଖାପାଖି ସୁଧ ଓ ଅତ୍ୟନ୍ତ ମଜ୍‌ଭୁତ୍ ହୋଇଥାଏ । LVMH ଜୁଏଲାରୀ ହାଉସ୍ ଓ ଚୌମେଟ ଏହି ପଦକଗୁଡିକର ଡିଜାଇନ୍ କରିଥାନ୍ତି । 

ମେଡାଲକୁ ଷଡଭୁଜ୍ ଆକାର ଦିଆଯାଇଛି । ଯାହା ୬ ବିନ୍ଦୁ ଫ୍ରାନ୍ସ ମାନଚିତ୍ରକୁ ଦର୍ଶାଇଥାଏ । ଏହା ପ୍ରଥମ ଥର ଯାହା କୌଣସି ବଣିଆ ଅଲିମ୍ପିକ୍ ପାଇଁ ମେଡାଲ ଡିଜାଇନ୍ କରିଥିଲେ । ପ୍ୟାରିସ୍ ଅଲିମ୍ପିକ୍ସ ଏବଂ ପାରା ଅଲିମ୍ପିକ୍ସ ବେଳେ ୫,୦୮୪ ପଦକ ଦିଆଯାଇଥିଲା । ପ୍ୟାରିସ୍ ଅଲିମ୍ପିକ୍ସ ୨୬ ଜୁଲାଇରୁ ୧୧ ଅଗଷ୍ଟ ଯାଏଁ ଚାଲିବ । ଏହି ଗେମ୍ସରେ ପାଖାପାଖି ୧୦.୫୦୦ ଆଥଲେଟ୍ ଭାଗ ନେଇଛନ୍ତି । ଏହି ସମୟରେ ୩୨ ପ୍ରତିଯୋଗିତାର ୩୨୯ ଇଭେଣ୍ଟ ରହିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.