ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଶନିବାର ଇଂଲଣ୍ଡ ବିପକ୍ଷ ଅବଶିଷ୍ଟ ୩ ଟେଷ୍ଟ ପାଇଁ ଦଳ ଘୋଷଣା କରିଛି। ଦଳ ଘୋଷଣା ପରେ ଏବେ ସଭିଙ୍କ ନଜର ଚୂଡ଼ାନ୍ତ ଏକାଦଶ ଉପରେ ରହିଛି। ବ୍ୟକ୍ତିଗତ କାରଣରୁ ବିରାଟ କୋହଲି ପୁରା ସିରିଜ୍ ଓହରି ଯାଇଛନ୍ତି। ଆହତ କାରଣରୁ ଶ୍ରେୟସ ଆୟର ମଧ୍ୟ ଶୃଙ୍ଖଳାରୁ ବାଦ୍ ପଡିଛନ୍ତି। କିନ୍ତୁ ଶ୍ରେୟସ କାହିଁକି ବାଦ୍ ପଡ଼ିଲେ ତାର କାରଣ ଜଣାଇ ନାହିଁ ବିସିସିଆଇ। କେଏଲ ରାହୁଲ ଓ ରବୀନ୍ଦ୍ର ଜାଡ଼େଜାଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ ହେଁ ଚୂଡ଼ାନ୍ତ ଏକାଦଶରେ ଉଭୟଙ୍କ ଚୟନ ସେମାନଙ୍କର ଫିଟନେସ୍ ଉପରେ ନିର୍ଭର କରେ।
ଶ୍ରେୟସ ବାଦ୍ ପଡ଼ିବାରୁ ନମ୍ବର ୪ରେ କାହାକୁ ସୁଯୋଗ ମିଳିବ ? ଯଦି କେଏଲ ରାହୁଲ ସଂପୂର୍ଣ୍ଣ ଫିଟ୍ ହୋଇ ଯାଆନ୍ତି ତେବେ ନିଃସନ୍ଦେହ ସେ ଏହି କ୍ରମରେ ବ୍ୟାଟିଂ କରିବେ। ଯଦି କେଏଲ ରାହୁଲ ଫିଟ୍ ନ ହୁଅନ୍ତି ତେବେ ସରଫରାଜ ଖାନଙ୍କୁ ପଦାର୍ପଣର ସୁଯୋଗ ମିଳିପାରେ।
wp:heading {"level":4}Also read- ଆକାଶ ଦୀପ କିଏ ? ଯାହାଙ୍କୁ ଇଂଲଣ୍ଡ ବିପକ୍ଷ ସିରିଜ୍ର ଆଗାମୀ ମ୍ୟାଚ୍ରେ ମିଳିଛି ସୁଯୋଗ…
/wp:headingଏହା ବ୍ୟତୀତ ସଭିଙ୍କ ନଜର ରବୀନ୍ଦ୍ର ଜାଡ଼େଜାଙ୍କ ପ୍ରତ୍ୟାବର୍ତ୍ତନ ଉପରେ ରହିଛି। ଜାଡ଼େଜା ଯଦି ଫିଟନେସ୍ ପରୀକ୍ଷଣରେ ଉତ୍ତୀର୍ଣ୍ଣ ହୁଅନ୍ତି ତେବେ ଅକ୍ଷର ପଟେଲ୍ କିମ୍ବା କୁଲଦୀପ ଯାଦବଙ୍କ ମଧ୍ୟରୁ ଜଣକୁ ଦଳରୁ ବାଦ୍ ଦିଆଯାଇପାରେ। ସିରିଜ୍ର ପ୍ରଥମ ଦୁଇଟି ମ୍ୟାଚ୍ ଅକ୍ଷର ପ୍ରଭାବଶାଳୀ ବୋଲିଂ କରି ପାରି ନ ଥିଲେ ହେଁ ବ୍ୟାଟିଂରେ ଭଲ ଯୋଗଦାନ ଦେଇଛନ୍ତି। ଅନ୍ୟପଟେ କୁଲଦୀପ ଯାଦବଙ୍କୁ ଦ୍ଵିତୀୟ ଟେଷ୍ଟେ ସୁଯୋଗ ମିଳିଥିଲା। ସେ ଇଂଲିଶ ବ୍ୟାଟରଙ୍କୁ ବେଶ ଅଡ଼ୁଆରେ ପକାଇଥିଲେ ଓ ୪ଟି ଓ୍ଵିକେଟ୍ ଅକ୍ତିକାର କରିଥିଲେ।
ଭାରତୀୟ ଦଳରେ ତୃତୀୟ ପରିବର୍ତ୍ତନ ଦ୍ରୁତ ବୋଲର ମୁକେଶ କୁମାରଙ୍କ ରୂପେ ହୋଇପାରେ। ମହମ୍ମଦ ସିରାଜଙ୍କୁ ଦ୍ଵିତୀୟ ଟେଷ୍ଟରେ ବିଶ୍ରାମ ଦିଆଯାଇଥିଲା, ଯାହା ଫଳରେ ମୁକେଶ କୁମାରଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିଥିଲେ ହେଁ ସେ ଏହାର ଫାଇଦା ଉଠାଇ ପାରି ନ ଥିଲେ। ତେଣୁ ସେ ଚୂଡ଼ାନ୍ତ ଏକାଦଶରୁ ବାଦ୍ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି।
wp:headingଏମିତି ରହିପାରେ ଚୂଡ଼ାନ୍ତ ଏକାଦଶ
/wp:headingରୋହିତ ଶର୍ମା, ଯଶସ୍ଵୀ ଜୟସ୍ଵାଲ, ଶୁଭମନ ଗିଲ୍, କେଏଲ ରାହୁଲ, ରଜତ ପାଟିଦାର, ରବୀନ୍ଦ୍ର ଜାଡ଼େଜା, କେଏସ ଭରତ, କୁଲଦୀପ ଯାଦବ, ଆର ଅଶ୍ଵିନ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ।