ନିର୍ବାଚନ ପାଇଁ ଗାଁରେ ବଣ୍ଟା ହେବାକୁ ଚାଲାଣ ହେଉଥିଲା ମଦ, ୩ ଜଣକୁ ବାନ୍ଧିଲା ପୋଲିସ

Published By : Prameya-News7 Bureau | May 26, 2024 IST

ଉଦଳା ୨୬/୫: ଦାମୀ ଗାଡିରେ ଥାକ ମରା ହୋଇଛି ୩୫୦ରୁ ଅଧିକ ମଦ ବୋତଲ । ଆଉ ୪ ଦିନ ପରେ ଶେଷ ପର୍ଯ୍ୟାୟ ନିର୍ବାଚନ ଥିବାରୁ ଗାଁ ଗାଁରେ ବଣ୍ଟାହେବାକୁ ଚାଲାଣ ହେଉଥିଲା । କୌଣସି ସୂତ୍ରରୁ ଖବର ପାଇ ମାଡିବସିଲା ପୋଲିସ । କପ୍ତିପଦା ଥାନା ଫୁଲବାଡିଆ ଛକ ନିକଟରେ ଗାଡିରୁ ବିପୁଳ ପରିମାଣର ମଦ ଜବତ କରିଛି ପୋଲିସ । 

୨୫ଟି ପେଟିରେ ପ୍ରାୟ ୩୫୦ରୁ ଅଧିକ ମଦ ବୋତଲ ରଖାଯାଇଥିଲା ।  ଯାହାର ମୂଲ୍ୟ ପ୍ରାୟ ଦେଢ ଲକ୍ଷ ପାଖାପାଖି ହେବ । ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇଛି । ଗିରଫ ୩ ଜଣ ହେଲେ ନୂଆ ସାହିର ମଦ ବେପାରୀ ସୁବଳ ମହାନ୍ତି,ଝାଡଖଣ୍ଡର ଛୋଟୁ ମହାଳୀ ଓ ବିହାରର ଆକାଶ କୁମାର । 

ଚାଲାଣ ପଛର ମୁଖ୍ୟ କାର୍ପଟଦାର ଥିଲା ମଦ ବେପାରୀ ସୁବଳ । ପୋଲିସ ଆଖିରେ ଧୂଳିଦେଇ ବାହାର ରାଜ୍ୟର ଯୁବକଙ୍କ ଦ୍ବାରା ଦାମୀ ଗାଡିରେ ମଦ ଚାଲାଣ କରୁଥିଲା ସୁବଳ । ହେଲେ ତାର ଯୋଜନାକୁ ପଣ୍ଡ କରି ମଦ ଜବତ କରିଛି ପୋଲିସ । ତେବେ ମଦ ଚାଲାଣର କୌଣସି ରସିଦ ନଥିବାରୁ ମଦ ଅସଲି କି ନକଲି, ଛାନଭିନ ଚଳାଇଛି ପୋଲିସ । 

You Can Read:

ତ୍ରୁଟି ଥିଲେ ହେବ ରି-ଚେକିଂ, ୧୨ ଜୁନ୍ ଯାଏଁ କରିପାରିବେ ଆବେଦନ

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.