‘ଆମେରିକାରେ ମୁଁ ମୋର ଭବିଷ୍ୟତ ଦେଖୁ ନାହିଁ’, ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ଦେଶ ଛାଡ଼ିବାକୁ ଘୋଷଣା କଲେ ମସ୍କଙ୍କ କିନ୍ନର ଝିଅ

Published By : Prameya-News7 Bureau | November 07, 2024 IST

ନୂଆଦିଲ୍ଲୀ: ଦୁନିଆର ସବୁଠୁ ଧନୀ ତଥା ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟରେ ବଡ଼ ଭୂମିକା ଗ୍ରହଣ କରିଥିବା ଏଲନ୍ ମସ୍କଙ୍କ କିନ୍ନର ଝିଅ ବଡ଼ ଟିପ୍ପଣୀ କରିଛନ୍ତି । ଆଇନଗତ ମାର୍ଗରେ ଜାଭିଅରରୁ ଭିଭିଆନ୍ ଜେନା ୱିଲସନ୍ କହିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ସେ ଆମେରିକାରେ କୌଣସି ଭବିଷ୍ୟତ ଦେଖୁ ନାହାନ୍ତି, ତେଣୁ ଖୁବଶୀଘ୍ର ଦେଶ ଛାଡ଼ିବେ । ୨୦ ବର୍ଷୀୟା ଭିଭିଆନ ୨୦୨୨ ମସିହାରେ ନିଜ ନାଁ ଏବଂ ଲିଙ୍ଗ ପରିବର୍ତ୍ତନ କରିବା ପାଇଁ ପିଟିସନ୍ ଦାଖଲ କରିଥିଲେ । ଏହାପରେ ସେହି ବର୍ଷ ହିଁ ନିଜ ବାପା ମସ୍କଙ୍କ ସହ ସମ୍ପର୍କ ତୁଟାଇଥିଲେ ।

ଥ୍ରେଡରେ ଭିଭିଆନ ଲେଖିଛନ୍ତି, 'ମୁଁ ଏହା ଉପରେ ବିଚାର କରୁଥିଲି, କିନ୍ତୁ ଗତକାଲି ସ୍ଥିର କଲି । ଆମେରିକାରେ ମୁଁ ମୋର ଭବିଷ୍ୟତ ଦେଖିପାରୁ ନାହିଁ ।' ସେ ଆହୁରି କହିଛନ୍ତି ଯେ ଟ୍ରମ୍ପଠାରୁ ଅଧିକ ନିରାଶ ସେହି ଲୋକଙ୍କ ପାଇଁ ଅଧିକ ଅଛନ୍ତି ଯେଉଁମାନେ ଡେମୋକ୍ରାଟକୁ ସ୍ୱଇଚ୍ଛାରେ ଭୋଟ୍ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଭିଭିଆନ ହେଉଛନ୍ତି ମସ୍କ ଏବଂ ତାଙ୍କ ପ୍ରଥମ ପତ୍ନୀ ଜଷ୍ଟିନ ୱିଲସନଙ୍କ ସନ୍ତାନ । ଦମ୍ପତିଙ୍କ ୬ ପିଲା ଅଛନ୍ତି । ଭିଭିଆନ ପୂର୍ବରୁ ଅଭିଯୋଗ କରିଥିଲେ ଯେ ତାଙ୍କର ସ୍ତ୍ରୀ ଗୁଣ ଯୋଗୁଁ ଏଲନ ମସ୍କ ତାଙ୍କ ସହ କ୍ରୁର ବ୍ୟବହାର କରୁଥିଲେ । ଅନ୍ୟପଟେ ମସ୍କ କହିଥିଲେ ଯେ ‘ତାଙ୍କ ପୁଅ’କୁ ସମ୍ଭ୍ରାନ୍ତ ଘରୋଇ ସ୍କୁଲ ଏବଂ ବିଶ୍ୱବିଦ୍ୟାଳୟରେ ନୂଆ-ମାସ୍କବାଦୀଙ୍କ ଦ୍ୱାରା ବ୍ରେନ ୱାସ୍ କରାଯାଇଛି । ସେ ସମାଜବାଦରୁ ଆଗକୁ ବଢି କମ୍ୟୁନିଷ୍ଟ ହୋଇ ଦୁନିଆର ସବୁ ଧନୀ ଖାରପ ବୋଲି ଭାବୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.