IAS ଅରବିନ୍ଦ ପାଢ଼ୀଙ୍କୁ ନୂଆ ଦାୟିତ୍ବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନେଲେ ଅତିରିକ୍ତ ଦାୟିତ୍ବ

Published By : Prameya-News7 Bureau | May 24, 2024 IST

ଭୁବନେଶ୍ବର ୨୪।୫: ଆଇଏଏସ୍ ଅରବିନ୍ଦ ପାଢ଼ୀଙ୍କୁ ନୂଆ ଦାୟିତ୍ବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହେଲେ ଅରବିନ୍ଦ ପାଢ଼ୀ । ଆଇଏଏସ୍ ବୀର ବିକ୍ରମ ଯାଦବଙ୍କ ଅନୁପସ୍ଥିତି ଯୋଗୁଁ ଅରବିନ୍ଦ ପାଢ଼ୀଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି । ତେବେ ୨୧ ଦିନିଆ ଛୁଟିରେ ଅଛନ୍ତି ବୀର ବିକ୍ରମ ଯାଦବ । ବୀର ବିକ୍ରମଙ୍କ ଅନୁପସ୍ଥିତରେ ଅରବିନ୍ଦଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି । 

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ  ଭାବେ ଅତିରିକ୍ତ ଦାୟିତ୍ୱ ନେଇଛନ୍ତି କୃଷି ବିଭାଗର  ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ । ଶ୍ରୀମନ୍ଦିର  ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱରେ ଥିବା  ବୀର ବିକ୍ରମ ଯାଦବ ୨୧ ଦିନିଆ ବିଦେଶ ଗସ୍ତରେ  ଯାଇଥିବାରୁ ଅଭଇଅଧ ପାଢ଼ୀ ଏହି ଦାୟିତ୍ୱ ତୁଲାଉଛନ୍ତି ।  ଅରବିନ୍ଦ ପାଢ଼ୀ ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଥିଲେ ।  ତେଣୁ ତାଙ୍କର ବିଶେଷ ଅଭିଜ୍ଞତା ରହିଛି । ନିର୍ବାଚନ  ଓ ରଥଯାତ୍ରାକୁ ଦୃଷ୍ଟିରେ ରଖି ତାଙ୍କୁ ଏହି ଅତିରିକ୍ତ  ଦାୟିତ୍ୱ ମିଳିଛି । ଶ୍ରୀ ଯାଦବ ଫେରିବା ପରେ ସେ  ପୁଣି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ନେବେ ।  ଶ୍ରୀମନ୍ଦିର ସ୍ଥାୟୀ ମୁଖ୍ୟ ପ୍ରଶାସକ ଦାୟିତ୍ୱ  ସରକାର ହଟାଇ ଦେବା ପରେ ଏପର୍ଯ୍ୟନ୍ତ ଏଠାରେ  ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସନ ନିଯୁକ୍ତି ଦ୍ୱନ୍ଦ୍ୱ ଲାଗି  ରହିଛି । ସୁପ୍ରିମ୍‌କୋର୍ଟ ସ୍ଥାୟୀ ମୁଖ୍ୟ ପ୍ରଶାସକ  ନିଯୁକ୍ତି ସାଙ୍ଗକୁ ଶ୍ରୀମନ୍ଦିରରେ ଶୃଙ୍ଖଳା ରକ୍ଷା  ନିମନ୍ତେ ଅନେକ ନିର୍ଦ୍ଦେଶ ଦେଇଥିଲେ । ହେଲେ  ଏପର୍ଯ୍ୟନ୍ତ ଅଧିକାଂଶ ନିର୍ଦ୍ଦେଶ ପାଳନ ହୋଇନି । ସେପଟେ ଆସନ୍ତା ଜୁନ୍‌ ୪ରେ ଭୋଟ  ଗଣତି ଓ ଫଳାଫଳ ପରେ ରଥଯାତ୍ରା ପାଇଁ  ୨୦ ତାରିଖ ସୁଦ୍ଧା ଶ୍ରୀମନ୍ଦିର ପରିଚାଳନା  କମିଟି ବୈଠକ ବସିବାକୁ ପ୍ରସ୍ତୁତି ହେଉଛି ।

You Can Read :

ସାଙ୍ଗ ହୋଇ ବୁଲୁଛନ୍ତି ମହାବଳ ଓ କଳା ବାଘ, ସୂଚନା ଦେଲେ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.