ମେଡିକାଲ ରିପୋର୍ଟରେ ଖୁଲାସା, ଅଲିମ୍ପିକ ମେଡାଲ ବିଜେତା ଇମାନ ଖଲିପ୍ ପୁରୁଷ ହୋଇଥିବା ସ୍ପଷ୍ଟ

Published By : Prameya-News7 Bureau | November 05, 2024 IST

ନୂଆଦିଲ୍ଲୀ ୦୫/୧୧: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଆଲଜେରିଆର ବକ୍ସର ଇମାନ ଖଲିଫ ଜିତିଥିଲେ ସ୍ୱର୍ଣ୍ଣ ପଦକ । ମହିଳା ବର୍ଗରେ ଆଲଜେରିଆର ବକ୍ସର ହାତେଇଥିଲେ ସୁନା । ଖିନ୍ତୁ  ଅଲିମ୍ପିକ୍ସ ସମୟରେ ଇମାନର ଜେଣ୍ଡରକୁ ନେଇ ଦେଖାଦେଇଥିଲା ବିବାଦ । ତେବେ ଅଲିମ୍ପିକ ସରିବାର ଦୀର୍ଘଦିନ ପରେ ସାମ୍ନାକୁ ଆସିଛି ତାଙ୍କର ଡାକ୍ତରୀ ରିପୋର୍ଟ । ଯେଉଁଥିରେ କୁହାଯାଇଛି ଯେ ଇମାନଙ୍କ ଶରୀରରେ ରହିଛି ଅନେକ ପୁରୁଷ ଅଙ୍ଗ । 

ରିପୋର୍ଟ ଅନୁଯାୟୀ ଖଲିଫାଙ୍କ ଶରୀରରେ ଅତିରିକ୍ତ ଅଣ୍ଡକୋଷ ଏବଂ XY କ୍ରୋମୋଜୋମ୍ ଅଛି, ଯାହା ୫-ଆଲଫା ରେଡକ୍ଟେଜ୍ ଅଭାବ ବୋଲି ଦର୍ଶାଏ । କହିବାକୁ ଗଲେ ଅଲିମ୍ପିକ୍ସ ସମୟରେ ଇମାନ ଖଲିଫଙ୍କ ବିପକ୍ଷରେ ଖେଳିଥିବା ଅନେକ ମହିଳା ବକ୍ସର ପରୋକ୍ଷରେ ଇଙ୍ଗିତ କରିଥିଲେ କି, ଇମାନଙ୍କ ଶରୀରରେ XY କ୍ରୋମୋଜୋମ୍ ଅଛି । ପ୍ୟାରିସର କ୍ରେମଲିନ୍-ବିକ୍ରେଟ୍ ହସ୍ପିଟାଲ୍ ଏବଂ ଆଲଜେର୍ସର ମହମ୍ମଦ ଲାମିନ ଦେବଗିନ୍ ହସ୍ପିଟାଲର ବିଶେଷଜ୍ଞମାନେ ୨୦୨୩ ରିପୋର୍ଟରେ ଅନେକ ଖୁଲାସା କରିଥିଲେ । 

ରିପୋର୍ଟରେ ଇମାନଙ୍କ ଜୈବିକ ଗୁଣ ବର୍ଣ୍ଣନା କରାଯାଇଛି ଯେପରିକି ଅଣ୍ଡକୋଷ ଥିବା ସହ ଗର୍ଭାଶୟ ନାହିଁ । ଯାହାକି ମହିଳାଙ୍କ ଶରୀରରେ ରହିଥାଏ । ଏହା ବ୍ୟତୀତ ରେଡକ୍ସର ରିପୋର୍ଟ ଅନୁଯାୟୀ, ଏମଆରଆଇରେ ଇମାନଙ୍କ ମାଇକ୍ରୋପେନିସ ଥିବା ଜଣାପଡିଥଲା । ଏବେ ରିପୋର୍ଟରେ ଖୁଲାସ ସରିଛି, କିନ୍ତୁ ଆଗକୁ କଣ ପଦକ୍ଷେପ ନିଆଯିବ ତାକୁ ହିଁ ଅପେକ୍ଷା । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.