ମୁମ୍ୱାଇ ୨୫/୦୧: ଚେନ୍ନାଇ ଟି-୨୦ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ଶକ୍ତ ଝଟ୍କା । ଆହତ ହୋଇଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର ଓପନର ଅଭିଷେକ ଶର୍ମା । ଫଳରେ ସେ ଖେଳିବେ କି ନାହିଁ ସେନେଇ ଆରମ୍ଭ ହୋଇଛି ସସ୍ପେନ୍ସ । ତେବେ ଧ୍ରୁବ ଜୁରେଲ ନା ଓ୍ୱାଶିଂଟନ ସୁନ୍ଦର କାହାକୁ ମିଳିବ ଚାନ୍ସ ଚର୍ଚ୍ଚା ଚାଲିଛି ।
ଭାରତର ଓପନର ବ୍ୟାଟର ଅଭିଷେକ ଶର୍ମାଙ୍କୁ ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ମ୍ୟାଚ୍ ପୂର୍ବରୁ ଲାଗିଛି ଆଘାତ । ଶୁକ୍ରବାର ଚେନ୍ନାଇ ଏମ୍ ଚିଦାମ୍ୱରମ୍ ଷ୍ଟାଡିୟମରେ ନେଟ୍ ପ୍ରାକ୍ଟିସ ସମୟରେ ତାଙ୍କ ଗୋଇଠିରେ ଆଘାତ ଲାଗିଛି । ଆଘାତ ପରେ ଅଭିଷେକଙ୍କୁ ମୈଦାନରେ ଫିଜିଓ ଟିମ୍ ସହ ଦେଖିବାକୁ ମିଳିଥିଲା । ସଂଗେ ସଂଗେ ଡ୍ରେସିଂ ରୁମ୍କୁ ନିଆଯାଇଥିଲା । ଫାଭିଲିୟନ ଫେରିବା ସମୟରେ ସେ ଟିକେ ଛୋଟେି ଛୋଟେଇ ଚାଲୁଥିବାର ଦେଖିବାକୁ ମିଳିଥିଲା ।
ଏମିତିକି ପ୍ରାକ୍ଟିଟ ବେଳେ ସେ ବ୍ୟାଟି ବି କରିପାରିନିଥିଲେ । ୨୪ ବର୍ଷୀୟ ଅଭିଷେକ ଡ୍ରେସିଂ ରୁମ୍ରେ ଫିଜିଓ ସହ ଅଧ ଘଣ୍ଟାରୁ ଅଧିକ ସମୟ କାଟିଥିଲେ । ଅଭିଷେକ କୋଲକାତା ଟି-୨୦ରେ ବିସ୍ଫୋରକ ବ୍ୟାଟିଂ କରି ୭୯ ରନର୍ ପାଳି ଖେଳିଥିଲେ । ଯାହା ଫଳରେ ୭ ଓ୍ୱିକେଟ ଥାଇ ଇଂଲଣ୍ଡ ବିପକ୍ଷରେ ବଡ ବିଜୟ ହାସଲ କରିଥିଲା ଦଳ ।
ତେବେ ଏଠି କଥା ଉଠୁଛି କି, ଶନିବାର ହେବାକୁ ଥିବା ମ୍ୟାଚ୍ ରେ ସେ ବାହାରେ ବସିପାରନ୍ତି । ଭାରତ ପାଇଁ ଧ୍ରୁବ ଜୁରେଲ କିମ୍ୱା ଓ୍ୱାଶିଂଟନ ସୁନ୍ଦର ପ୍ଲେଇଂ ୧୧ରେ ସାମିଲ ହୋଇପାରନ୍ତି । ଯଦି ଏମିତି ହୁଏ ତେବେ ତିଲକ ବର୍ମା ସଞ୍ଜୁ ସାମସନଙ୍କ ଓପନିଂ କରିପାରନ୍ତି ।
you can also read....
ବଲିଉଡ଼ ଅଭିନେତ୍ରୀରୁ ନାଗା ସ୍ୱାଧୀର ଯାତ୍ରା, ମମତା କୁଲକର୍ଣ୍ଣିରୁ ପାଲଟିଲେ ମମତାନନ୍ଦ ଗିରି