ନୂଆଦିଲ୍ଲୀ: ହୀରା ବ୍ୟବସାୟରେ ଚୀନକୁ ଟପିଲା ଭାରତ। ଚୀନରେ ଡିମାଣ୍ଡ ହ୍ରାସ ଯୋଗୁ ଭାରତ ବିଶ୍ୱର ଦ୍ୱିତୀୟ ବଡ଼ ହୀରା ମାର୍କେଟ୍ ଭାବେ ଉଭା ହୋଇଛି। ଇଂଲଣ୍ଡ ସ୍ଥିତ ହୀରା ଫାର୍ମ ଡି ବିୟର୍ସ ଗ୍ରୁପର ସିଇଓ ଅଲ୍ କୁକ୍ ଏହି ସୂଚନା ଦେଇଛନ୍ତି। ଇଂଲଣ୍ଡ ସ୍ଥିତ ହୀରା ଫାର୍ମ ଡି ବିୟର୍ସ ଗ୍ରୁପର ସିଇଓ ଆଲ୍ କୁକ୍ ଅନ୍ତର୍ଜାତୀୟ ଗଣମାଧ୍ୟମ ବ୍ଲୁମବର୍ଗ କହିଛନ୍ତି, ଭାରତ ହୀରା ବ୍ୟବସାୟରେ ଚୀନକୁ ଟପି ଯାଇଛି। ବର୍ତ୍ତମାନ ଇଣ୍ଡିଆ ବିଶ୍ୱର ଦ୍ୱିତୀୟ ବଡ଼ ହୀରା ବଜାର ହୋଇପାରିଛି। ହୀରା ବ୍ୟବସାୟରେ ଦୁଇଗୁଣା ବୃଦ୍ଧି ଯୋଗୁ ଭାରତ ଏହି ସଫଳତା ଲାଭ କରିଛି। ଯାହା ଭାରତ ପାଇଁ ଏକ ଭଲ ଖବର ବୋଲି ଅଲ୍ କୁକ୍ କହିଛନ୍ତି।
ଚୀନ ପଛରେ ପଡ଼ିଯିବା ନେଇ ଅଲ୍ କୁକ୍ କହିଛନ୍ତି ଯେ ବର୍ତ୍ତମାନ ଚୀନର ଆର୍ଥିକ ବିକାଶ ହାର କିଛି ମାତ୍ରାରେ ମନ୍ଥର ହୋଇ ଯାଇଛି। ତେଣୁ ଦେଶରେ ଲଗ୍ଜୁରି କ୍ଷେତ୍ରରେ ଡିମାଣ୍ଡ କମି ଯାଇଛି। ଏହା ଏକ ଦୀର୍ଘକାଳୀନ ସମସ୍ୟା ହୋଇପାରେ ବୋଲି ଅଲ୍ କୁକ୍ କହିଛନ୍ତି। ତେବେ ଚୀନ ବଜାର ସ୍ଥିର ରହିପାରେ। ବର୍ତ୍ତମାନ ଡିମାଣ୍ଡରେ ଯେଉଁ ସ୍ଥିରତା ଦେଖା ଦେଇଛି ଏହା ପୂର୍ବ ସ୍ଥିତିକୁ ଫେରିବାକୁ ସମୟ ଲାଗିପାରେ ବୋଲି ଅଲ କୁକ୍ କହିଛନ୍ତି।
ଭାରତରେ ହୀରା ବ୍ୟବସାୟ ନେଇ ନିକଟରେ ରୟଟର୍ସ ଏକ ରିପୋର୍ଟ ପ୍ରକାଶ କରିଥିଲା। ଏଥିରେ କୁହାଯାଇଥିଲା ଯେ ଆମେରିକା ଏବଂ ଚୀନରେ ଚାହିଦା ହ୍ରାସ ପାଇବା ଯୋଗୁ ଭାରତର କଟ୍ ଏବଂ ପଲିସ୍ ହୋଇଥିବା ହୀରା ରପ୍ତାନି ହ୍ରାସ ପାଇଛି। ହେଲେ ଭାରତର ଘରୋଇ ବଜାରରେ ହୀରା ଡିମାଣ୍ଡ ବଢ଼ି ଯାଇଛି। ଫଳରେ ବିଶ୍ୱ ହୀରା ବଜାରରେ ଭାରତର ସ୍ଥିତି ମଜଭୁତ କରିଛି।
ପଢନ୍ତୁ- ବନ୍ଦ ହେଇଗଲା ସୋଭରେନ ଗୋଲ୍ଡ ବଣ୍ଡ ଯୋଜନା, ଏବେ କେଉଁଠି କରିବେ ସୁନାରେ ନିବେଶ?
ଭାରତର ହୀରା ବଜାର ବିସ୍ତାରଲାଭ କରୁଛି। ବିଶେଷଜ୍ଞଙ୍କ କହିବା କଥା ହେଲା ଯଦି ଭାରତ ନିରନ୍ତର ଏଭଳି ଅଗ୍ରଗତି ହାସଲକରେ ତେବେ ଏହା ବିଶ୍ୱ ଚାହିଦା ଢାଞ୍ଚାକୁ ଗଠନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଚୀନ୍ରେ ଲଗଜୁରୀ ପ୍ରଡକ୍ଟର ଡିମାଣ୍ଡରେ ମାନ୍ଦାବସ୍ଥା ସୃଷ୍ଟି ହେବାରୁ ଭାରତର ପ୍ରଭାବଶାଳୀ ଅଭିବୃଦ୍ଧି ବିଶ୍ୱ ଅଳଙ୍କାର ବଜାରର ଦିଗ ଭାରତ ଆଡକୁ ମୋଡୁଛି। ତେଣୁ ଏ ଦିଗରେ ଭାରତ ଆଗକୁ ଏକ ବଡ଼ ଭୂମିକା ନିର୍ବାହ କରିବ ବୋଲି ଆଶା କରାଯାଉଛି।