ପାକିସ୍ତାନ ଏବଂ ଚୀନକୁ ଦିଆଯିବ କଡା ଜବାବ : ଆମେରିକା ଠାରୁ ୩୦ଟି ଘାତକ ଡ୍ରୋନ୍‌ କିଣିବ ଭାରତ, ଖର୍ଚ୍ଚ ହେବ ୨୧ହଜାର କୋଟି ଟଙ୍କା

Published By : Prameya-News7 Bureau | November 15, 2021 IST

ନୂଆଦିଲ୍ଲୀ ୧୫/୧୧ : ପ୍ରତିରକ୍ଷା କ୍ଷେତ୍ରରେ ଆହୁରି ମଜବୁତ ହେବାକୁ ଯାଉଛି ଭାରତ । ପାକିସ୍ତାନ ଏବଂ ଚୀନକୁ ମୁହଁତୋଡ ଜବାବ ଦେବାକୁ ଆମେରିକା ଠାରୁ ଶକ୍ତିଶାଳୀ ପ୍ରିଡେଟର ଡ୍ରୋନ୍‌ କିଣିବାକୁ ଯାଉଛି ଭାରତୀୟ ସେନା । ଆମେରିକା ଠାରୁ ପ୍ରାୟ ୩୦ଟି ପ୍ରିଡେଟର ଡ୍ରୋନ୍‌ କିଣାଯିବ । ଲମ୍ବା ସମୟ ଧରି ଏହାର ପ୍ରତିକ୍ଷା କରାଯାଇଥିଲା । ଏଥିପାଇଁ ଖର୍ଚ୍ଚ ହେବ ୨୧ ହଜାର କୋଟି ଟଙ୍କା ।

ଉନ୍ନତମାନର ପ୍ରିଡେଟର ଡ୍ରୋନ୍‌ କିଣିବା ନେଇ ସୋମବାର ରକ୍ଷା ମନ୍ତ୍ରାଳୟରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ପ୍ରତିରକ୍ଷା ମନ୍ତ୍ରାଳୟ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଅଛନ୍ତି । ଯଦି ଏହି ବୈଠକରେ ଅଧିଗ୍ରହଣକୁ ମଞ୍ଜୁରୀ ମିଳିଯାଏ ତେ​‌​‌ବେ ଏହି ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧିଗ୍ରହଣ ପରିଷଦକୁ ପଠାଯିବ । ଏହା ପରେ କ୍ୟାବିନେଟ୍‌ କମିଟିକୁ ଅନ୍ତିମ ମଞ୍ଜୁରୀ ପାଇଁ ପଠାଯିବ ।

{"width":788,"height":457}
US acknowledges MQ-1 Predator crashes in Mali, Turkey | News | Flight Global

ଏହି ଉନ୍ନତମାନର ଡ୍ରୋନ୍‌ ଶତ୍ରୁ ପକ୍ଷର ଯେକୌଣସି ପ୍ଲାନ୍‌କୁ ଫେଲ କରିବା​‌ରେ ସକ୍ଷମ ହେବ । ଏହା ସହିତ ଶତ୍ରୁ ପକ୍ଷକୁ ଅନେକ ଦୂରରୁ ଚିହ୍ନଟ କରି ସଠିକ୍‌ ଭାବେ ଆକ୍ରମଣ କରିପାରିବାର କ୍ଷମତା ମଧ୍ୟ ରହିଛି । କ୍ୟାବିନେଟ୍‌ ମଞ୍ଜୁରୀ ପରେ ଭାରତୀୟ ସ୍ଥଳ ସେନା, ଜଳ ସେନା ଏବଂ ବାୟୁ ସେନା ପ୍ରତ୍ୟେକଙ୍କୁ ୧୦ଟି ଲେଖାଏଁ ଡ୍ରୋନ୍‌ ପ୍ରଦାନ କରାଯିବ । ଭାରତୀୟ ସେନା ପୂର୍ବରୁ ମଧ୍ୟ ସିଗାର୍ଡିୟାନ୍‌ ଡ୍ରୋନ୍‌ ବ୍ୟବହାର କରୁଛି । ତେବେ ପ୍ରିଡେଟର ଡ୍ରୋନ୍‌ କିଣିବା ପରେ ଭାରତୀୟ ସେନା ଆହୁରି ଶକ୍ତିଶାଳୀ ହେବ ।

ପ୍ରତିରକ୍ଷା ଅଧିଗ୍ରହଣ ନିୟମ ୨୦୨୦ ଏବଂ ପ୍ରତିରକ୍ଷା କ୍ରୟ ନିୟମ ୨୦୦୯ ଅନୁଯାୟୀ, ଅସ୍ତ୍ରଶସ୍ତ୍ର ଲିଜ୍ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ବର୍ଷ ବର୍ଷ ଧରି ଭାରତୀୟ ସଶସ୍ତ୍ର ବାହିନୀ ଆମେରିକାର ଉନ୍ନତମାନର ଅସ୍ତ୍ରଶସ୍ତ୍ର କ୍ରୟ କରିବା ନଜିର ରହିଛି । ଭାରତୀୟ ନୌସେନା ପୂର୍ବରୁ ୯ଟି ପି-୮ଆଇ ଭଳି ଦୀର୍ଘ ଦୂରଗାମୀ ବିମାନ ବ୍ୟବହାର କରୁଛି ଏବଂ ଆସନ୍ତା କିଛି ବର୍ଷ ମଧ୍ୟରେ ଆହୁରି ୯ଟି ଆଣିବା ନେଇ ଯୋଜନା ଚାଲିଛି ।

MQ-1B Predator | Military.com

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.