ଜଳବାୟୁ ପରିବର୍ତ୍ତନ ମୁକାବିଲାରେ ଭାରତ ଯାହା କହିଛି ତାହା ପୂରା କରି କରିଛି: ପିଏମ୍ ମୋଦୀ

Published By : Prameya-News7 Bureau | November 30, 2023 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ବିକାଶଶୀଳ ରାଷ୍ଟ୍ରଙ୍କୁ ଜଳବାୟୁ ପରିବର୍ତ୍ତନ ମୁକାବିଲାରେ ସକ୍ଷମ ହେବା ପାଇଁ ପର୍ଯ୍ୟାପ୍ତ ଆର୍ଥିକ ସହଯୋଗ ଓ ପ୍ରଯୁକ୍ତି ହସ୍ତାନ୍ତରଣ ପାଇଁ ଆହ୍ୱାନ ଦେଇଛନ୍ତି । ବିଶ୍ୱ ଜଳବାୟୁ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ଦୁବାଇ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜଳବାୟୁ ଉପରେ ଭାରତ ଯାହା କହୁଛି ତାହା କରି ଦେଖାଉଛି । ଏହାସହ ସେ ଜି-୨୦ ଅଧ୍ୟକ୍ଷତା ସମୟରେ ଭାରତ ଦ୍ୱାରା ଏହି ପ୍ରସଙ୍ଗକୁ ଦିଆଯାଇଥିବା ଗୁରୁତ୍ୱକୁ ରେଖାଙ୍କିତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, 'ୟୁଏଇ ରାଷ୍ଟ୍ରପତି ଓ ଆବୁ ଧାବି ଶାସକ ହିଜ ହାଇନେସ ଶେଖ ମହମ୍ମଦ ବିନ୍ ଜାୟଦ ଅଲ୍ ନାହୟାନଙ୍କ ନିମନ୍ତ୍ରଣରେ ଡିସେମ୍ୱର ୧ରେ କୋପ-୨୮ ବିଶ୍ୱ ଜଳବାୟୁ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଦୁବାଇ ଗସ୍ତ କରୁଛି । ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ୟୁଏଇ ଅଧ୍ୟକ୍ଷତାରେ ଆୟୋଜିତ କରାଯାଉଥିବାରୁ ମୁଁ ଖୁସି । ୟୁଏଇ କ୍ଲାଇମେଟ୍ ଆକ୍ସନ କ୍ଷେତ୍ରରେ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସହଭାଗୀ ରହିଛି' ।

wp:html /wp:html

ପିଏମ୍ ମୋଦୀ କହିଛନ୍ତି, 'ଆମ ସଭ୍ୟତାର ମୂଲ୍ୟବୋଧକୁ ଧ୍ୟାନରେ ରଖି, ଭାରତ ସବୁବେଳେ ସାମାଜିକ ଓ ଆର୍ଥିକ ବିକାଶକୁ ଆଗକୁ ବଢାଇ ଜଳବାୟୁ ମୁକାବିଲା ଉପରେ ଜୋର ଦେଇଛି । ଜି-୨୦ ଅଧ୍ୟକ୍ଷତା ବେଳେ ଜଳବାୟୁ ଆମର ପ୍ରାଥମିକତାରେ ସବୁଠୁ ଉପରେ ଥିଲା । ନୂଆଦିଲ୍ଲୀ ଘୋଷଣାପତ୍ରରେ ଜଳବାୟୁ ପରିବର୍ତ୍ତନ ମୁକାବିଲା ସହ ସ୍ଥାୟୀ ବିକାଶ ଉପରେ ଅନେକ ପଦକ୍ଷେପ ନିଆଯାଇଛି । ମୁଁ ଏହି ପ୍ରସଙ୍ଗରେ ସର୍ବ ସହମତିକୁ ଆଗକୁ ନେବା ପାଇଁ କୋପ-୨୮ରେ ଆଶଆ ରଖିଛି'।

ପ୍ରଧାନମନ୍ତ୍ରୀ ମୋଦୀ ଜଳବାୟୁ ଉପରେ ମିଳିତ ଜାତିସଂଘର କନଫେନ୍ସ ଅଫ୍ ପାର୍ଟିଜକର ବିଶ୍ୱ ଜଳବାୟୁ କାର୍ଯ୍ୟାନୁଷ୍ଠାନ ଶିଖର ସମ୍ମିଳନୀରେ ଯୋଗ ଦେବେ ।

Also read: ଶତାବ୍ଦୀ ମଧ୍ୟ ସୁଦ୍ଧା ଗରମ ଜନିତ ମୃତ୍ୟୁ ସଂଖ୍ୟା ବଢିପାରେ ପାଞ୍ଚ ଗୁଣା, ଜଳବାୟୁ ପରିବର୍ତ୍ତନ ସାର୍ବଜାନୀନ ସ୍ୱାସ୍ଥ୍ୟକୁ ବିପଦ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.