ଦେଶର ଭଲ ଚାହୁଁଥିଲେ ଭାରତ ନିଜ ଉତ୍ପାଦନ ଉପରେ ଶୁଳ୍କ କମାଉ: ନୀତି ଆୟୋଗ ସିଇଓ

Published By : Prameya-News7 Bureau | February 22, 2025 IST

INTERNET

ନୂଆଦିଲ୍ଲୀ: ଭାରତ ଉପରେ ଟ୍ରମ୍ପଙ୍କ ଟାରିଫ ମାଡ଼ ନେଇ ଚାରିଆଡ଼େ ଚର୍ଚ୍ଚା ହେଉଥିବା ବେଳେ ନୀତି ଆୟୋଗର ସିଇଓ ବିଭିଆର୍ ସୁବ୍ରମଣ୍ୟମ ଏନେଇ ପ୍ରତିକ୍ରିୟା ଦେଇଛନ୍ତି। ଟାରିଫ କୌଣସି ଦେଶକୁ ସୁରକ୍ଷା ଦିଏନି ବୋଲି ସେ କହିଛନ୍ତି। ଭାରତ ମଧ୍ୟ ନିଜ ଦେଶର ଭଲ ପାଇଁ  ନିଜ ଉତ୍ପାଦ ଉପରେ ଶୁଳ୍କ କମ୍ କରିବା, ଉଚିତ୍ ବୋଲି ସେ କହିଛନ୍ତି। 

ଶୁକ୍ରବାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସୁବ୍ରମଣ୍ୟମ କହିଛନ୍ତି ଯେ ଯଦି ଭାରତ ଏକ ବିକଶିତ ଦେଶ ହେବାକୁ ଚାହେଁ, ତେବେ ବିଶ୍ୱ ପାଇଁ ଖୋଲା ରହିବାକୁ ଏହାର ଶ୍ରେଷ୍ଠ ପାଞ୍ଚଟି ପ୍ରାଥମିକତା ମଧ୍ୟରେ ସାମିଲ କରିବାକୁ ପଡିବ। ସେହିପରି ଶୁଳ୍କ ହ୍ରାସ କରିବା ପାଇଁ, ଭାରତକୁ ୟୁରୋପିୟନ ୟୁନିୟନ, ୟୁକେ ଏବଂ ଅନ୍ୟାନ୍ୟ ପ୍ରମୁଖ ଅର୍ଥନୀତି ସହିତ ବାଣିଜ୍ୟ ଚୁକ୍ତିନାମା ସମାପ୍ତ କରିବାକୁ ପଡିବ ବୋଲି ସୁବ୍ରମଣ୍ୟମ ପରାମର୍ଶ ଦେଇଛନ୍ତି। 

ପଢ଼ନ୍ତୁ- ଭାରତ ଉପରେ କେଉଁ ରାଗ ସୁଝାଉଛନ୍ତି ଡୋନାଲ୍ଡ ଟ୍ରମ୍ପ ? ଦେଶକୁ ଭୂଆଁ ବୁଲାଉନି ତ ଟେସ୍‌ଲା ?

ଭାରତକୁ ବିଶ୍ୱ ଯୋଗାଣ ଶୃଙ୍ଖଳର ଏକ ଅଂଶ କରିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସ୍ତରରେ କଟକଣା ମୁକ୍ତ ସହଯୋଗର ଆବଶ୍ୟକତା ରହିଛି। କାରଣ ବିଦେଶୀ କମ୍ପାନୀମାନଙ୍କର ଭାରତ ଉପରେ ଆଗ୍ରହ ରହିଛି। ସେମାନେ ଭାରତ ଆସୁଛନ୍ତି ହେଲେ ଦେଖଇ ଚାହିଁ ପୁଣି ଅନ୍ୟ ଦେଶକୁ ଫେରି ଯାଉଛନ୍ତି। ତେଣୁ ସପ୍ଲାଏ ଚେନ୍ ସୁଧାର ଆଣିବାକୁ ସହଯୋଗର ନିତ୍ୟାନ୍ତ ଆବଶ୍ୟକାତ ରହିଛି ବୋଲି ସେ ଗୁରୁତ୍ୱ ଦେଇଥିଲେ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.