୨୮କୁ ଖସି ଆସିବ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ସଂଖ୍ୟା; ମିଶ୍ରଣ ଯୋଜନା ରଖିଛନ୍ତି କେନ୍ଦ୍ର ସରକାର

Published By : Prameya-News7 Bureau | November 06, 2024 IST

ନୂଆଦିଲ୍ଲୀ: ଦେଶରେ ୪୩ ବ୍ୟାଙ୍କ ସଂଖ୍ୟା ୨୮କୁ ଖସି ଆସିବ । କ୍ଷେତ୍ରୀୟ ଗ୍ରାମୀଣ ବ୍ୟାଙ୍କ୍ ଉପରେ ଏବେ ସରକାରଙ୍କ ନଜର । ସାରା ଦେଶରେ ରହିଛି ୪୩ ବ୍ୟାଙ୍କ । ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ବ୍ୟାଙ୍କ ମିଶ୍ରଣ ଦ୍ୱାରା ଏହି ସଂଖ୍ୟା ୨୮କୁ ଖସିବା ନେଇ ଯୋଜନା ରହିଛି । ଏହା ଦ୍ୱାରା ବ୍ୟାଙ୍କ ଗୁଡିକର ପରିଚାଳନା ଖର୍ଚ୍ଚ କମିବା ସହିତ ପୁଞ୍ଜି ବୃଦ୍ଧିରେ ସହାୟକ ହେବ । ରୟଟର୍ସର ଏକ ରିପୋର୍ଟ ମୁତାବକ, ସରକାର ଏହାକୁ ନେଇ ଏକ ଦସ୍ତାବିଜ ପ୍ରସ୍ତୁତ କରିଛନ୍ତି । ଏଥିରେ ଗ୍ରାମୀଣ ବ୍ୟାଙ୍କ ଗୁଡିକର ମିଶ୍ରଣ ନେଇ ପ୍ରସ୍ତାବ ରହିଛି । ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କଗୁଡିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ, କୃଷି ଶ୍ରମିକ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କୁ ଋଣ ପ୍ରଦାନ କରିଥାନ୍ତି । ମାତ୍ର ପୁଞ୍ଜି ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ବ୍ୟାଙ୍କ ଗୁଡିକ ଏତେଟା ଉନ୍ନତ ସ୍ଥିତିରେ ନାହାନ୍ତି । 

୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ଏହି ବ୍ୟାଙ୍କ ଗୁଡିକରେ ମୋଟ୍ ୬.୬ ଲକ୍ଷ କୋଟି ଟଙ୍କାର ଜମା ରହିଛି । ସେହିଭଳି ଅଗ୍ରୀମ ସ୍ତର ରହିଛି ୪.୭ ଲକ୍ଷ କୋଟି । ପ୍ରକ୍ରିୟା ସହ ଜଡିତ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପ୍ରସ୍ତାବିତ ମିଶ୍ରଣ ପରେ ରାଜ୍ୟ ପିଛା ମାତ୍ର ଗୋଟିଏ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ରହିଯିବ । ତେବେ ଏହି ପ୍ରସ୍ତାବ ସମ୍ପର୍କରେ ଅର୍ଥ ମନ୍ତ୍ରଣାଳୟର ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଆସେଟ୍‌ ଦୃଷ୍ଟିକୋଣରୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଅର୍ଦ୍ଧାଧିକ ଅଂଶ ହାସଲ କରିଛନ୍ତି । ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ସ୍ଥିତି ଦୃଢ଼ କରିବା ସହ ପୁଞ୍ଜି ସ୍ୱଚ୍ଛଳତା ବୃଦ୍ଧି ଦିଗରେ ସରକାର କାମ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.