ନୂଆଦିଲ୍ଲୀ: ରେଟ୍ରୋ ସ୍ପୋର୍ଟୀ ଲୁକ୍ ଓ ଦମଦାର ଇଞ୍ଜିନ ସହ ଲଞ୍ଚ ହୋଇଛି ରୟାଲ ଏନଫିଲ୍ଡ ବିୟର ୬୫୦। ଇଣ୍ଟରସେପ୍ଟର ପ୍ଲାଟଫର୍ମରେ ନିର୍ମାଣ ହୋଇଥିବା ଏହି ବାଇକ ହେଉଛି କମ୍ପାନିର ୫ମ ୬୫୦ ସିସି ବାଇକ। ଖାଲି ସେତିକି ନୁହେଁ ବିୟର ୬୫୦ କମ୍ପାନିର ସବୁଠୁ ଉଚ୍ଚା ବାଇକ୍ ।
ବାଇକରେ ରହିଛି ଦମଦାର ଇଞ୍ଜିନ ଓ ସ୍ପୋର୍ଟୀ ଲୁକ୍ ସହ ୬୪୮ ସିସିର ଏୟାର ଏବଂ ଅଏଲ କୁଲ୍ଡ ପାରାଲାଲ ଟ୍ବିନ ମୋଟର ଇଞ୍ଜିନ। ଏହି ଇଞ୍ଜିନ ୭୧୫୦ RPMରେ ୪୭.୪ PS ପାଓ୍ବାର ଏବଂ ୫୧୫୦ RPMରେ ୫୬.୫ nmର ପିକ୍ ଟର୍କ ଜେନେରେଟ କରିଥାଏ। ସେହିଭଳି ରିୟର ଡିସ୍କ, ଏବିଏସ, ୪ ଇଞ୍ଚର ଟିଏଫଟି କନସୋଲ, ସ୍ମାର୍ଟଫୋନ କନେକ୍ଟିଭିଟି, ଗୁଗଲମ୍ୟାପ୍ସ ନାଭିଗେସନ ଏବଂ ମ୍ୟୁଜିକ୍ କଣ୍ଟ୍ରୋଲ ଫିଚର୍ସ ରହିଛି।
ବାଇକର ଏକ୍ସ ଶୋରୁମ୍ ମୂଲ୍ୟ ୩,୩୯,୦୦୦ ଟଙ୍କାରୁ ଆରମ୍ଭ ହେଉଥିବାବେଳେ । ବାଇକର ବୋର୍ଡଓ୍ବକ ହ୍ବାଇଟ କଲର ଅପ୍ସନର ମୂଲ୍ୟ ୩,୩୯,୦୦୦ ଟଙ୍କା, ପେଟ୍ରୋଲ ଗ୍ରୀନ ଏବଂ ହ୍ବାଇଟ ହନି ୩ ଲକ୍ଷ ୪୪ ହଜାର ଟଙ୍କା , ଗୋଲ୍ଡେନ ସାଡୋ ୩ ଲକ୍ଷ ୫୧ ହଜାର ଟଙ୍କା ଏବଂ ଟୁ ଫୋର ନାଇନ କଲର ଅପ୍ସନର ଦାମ୍ ୩ ଲକ୍ଷ ୫୯ ହଜାର ଟଙ୍କା ରହିଛି।
Flying Flea C6ର ଫାଷ୍ଟ ଲୁକ୍
ସେହିଭଳି କମ୍ପାନି ଏହାର ପ୍ରଥମ ଇଲେକ୍ଟ୍ରିକ ବାଇକ୍ର ଲୁକ୍ ସାମ୍ନାକୁ ଆଣିଛି । ଯାହାର ନାଁ ରହିଛି Flying Flea C6 । ରୟାଲ ଏନଫିଲ୍ଡ Flying Flea C6ରେ ରେଟ୍ରୋ ଡିଜାଇନ ଦେଖିବାକୁ ମିଳିବ। ଏହି ଡିଜାଇନ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବ୍ୟବହାର ହୋଇଥିବା ବାଇକର ଡିଜାଇନ ଭଳି। ବାଇକରେ ଇଞ୍ଜିନ ସ୍ଥାନରେ ବ୍ୟାଟେରୀ ପ୍ୟାକ୍ ଦେଖିବାକୁ ମିଳିବ।
ସେହିଭଳି ବାଇକର ଆଲୁମିନିୟମ ଫ୍ରେମ ସହ ମନୋସକ୍ ସସପେନସନ, ଟିଏଫଟି କନସୋଲ, ସ୍ମାର୍ଟଫୋନ୍ କନେକ୍ଟିଭିଟି, ଟର୍ଣ୍ଣ ଟର୍ଣ୍ଣ ବାଏ ନାଭିଗେସନ ଭଳି ଅନେକ ଫିଚର୍ସ ରହିଛି। କେବଳ ସେତିକି ନୁହେଁ ବାଇକ୍ରେ ଏବିଏସ ଏବଂ କ୍ରୁଜ୍ କଣ୍ଟ୍ରୋଲ ଭଳି ଫିଚର୍ସ ମଧ୍ୟ ରହିଛି। ବାଇକ୍ ୨୦୨୬ ମଧ୍ୟ ଭାଗରେ ଲଞ୍ଚ ହେବା ନେଇ ଯୋଜନା ରହିଥିବାବେଳେ କମ୍ପାନି ଏହାର ଏସ ୬ ନାଁରେ ଏକ ସ୍କ୍ରାମ୍ବଲର ମଡେଲର ଲୁକ୍ ମଧ୍ୟ ଜାରି କରିଛି।