ମହାସମୁଦ୍ରରେ ଶତ୍ରୁ ହେବେ ଥରହର; ପରମାଣୁ ଶକ୍ତି ସମ୍ପନ୍ନ ବୁଡ଼ାଜାହାଜ ନିର୍ମାଣ କରିବ ଭାରତ

Published By : Prameya-News7 Bureau | October 10, 2024 IST

ନୂଆଦିଲ୍ଲୀ: ଅଥଳ ସମୁଦ୍ରରେ ଶତ୍ରୁକୁ ଚେକ୍ ଦେବ ସ୍ବଦେଶୀ ସବ-ମେରାଇନ । ଭାରତରେ ନିର୍ମାଣ ହେବ ଦୁଇଟି ପରମାଣୁ ସମ୍ପନ୍ନ ବୁଡ଼ା ଜାହାଜ । ୪୦ ହଜାର କୋଟି ଟଙ୍କାର ପ୍ରକଳ୍ପକୁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଭାରତ ସରକାରଙ୍କ ସିସିଏସ ବା ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ବସିଥିବା କ୍ୟାବିନେଟ୍ କମିଟି ଏବଂ ସୁରକ୍ଷା ପରିଷଦ ସ୍ବଦେଶୀ ପରମାଣୁ କ୍ଷମତା ସମ୍ପନ୍ନ ବୁଡ଼ାଜାହାଜ ନିର୍ମାଣ କରିବାକୁ ମଞ୍ଜୁରୀ ଦେଇଛି ।  ଭାରତୀୟ ନୌସେନାର ସାମରିକ କ୍ଷମତାକୁ ବୃଦ୍ଧି କରିବାକୁ ଏଭଳି ପଦକ୍ଷେପ ନିଆଯାଇଛି  । ଏହି ବୁଡ଼ାଜାହାଜ ଭାରତ ମହାସାଗର ଏବଂ ଚୀନ ସାଗରରେ ଶତ୍ରୁ ଦେଶକୁ ଚେକ୍ ଦେବ । 

ଏହି ସବ୍-ମେରାଇନକୁ ବିଶାଖାପାଟଣାର ସିପ୍ ବିଲ୍ଡି ସେଣ୍ଟରେ ନିର୍ମାଣ କରାଯିବ । ଲାର୍ସନ ଏବଂ ଟର୍ବୋ କମ୍ପାନି ସହଯୋଗରେ ଏହାକୁ ନିର୍ମାଣ କରାଯିବ । ଏହି ବୁଡ଼ାଜାହାଜ ୯୫ ପ୍ରତିଶତ ସ୍ବଦେଶୀ ଜ୍ଞାନ କୌଶଳରେ ତିଆରି ହେବ । ଏହି ପରମାଣୁ କ୍ଷମତା ସମ୍ପନ୍ନ ଜାହାଜ ଆରିଘାତ କ୍ଲାସରୁ ଭିନ୍ନ ହେବ । ଏହାକୁ ଅତ୍ୟାଧୁନିକ ଟେକ୍ନୋଲୋଜିରେ ତିଆରି କରାଯିବ । 

ବର୍ତ୍ତମାନ ଦୁଇଟି ପରୁମାଣୁ କ୍ଷମତା ସମ୍ପନ୍ନ ବୁଡ଼ାଜାହାଜ ନିର୍ମାଣ କରାଯିବ । ଏହି ସବ୍-ମେରାଇନ ସଫଳ ହେବେ ପରେ ଆଉ 4ଟି ବୁଡ଼ାଜାହାଜ ନିର୍ମାଣ କରାଯିବ । ପ୍ରତିରକ୍ଷା ବିଭାଗ କିଛି ଦିନ ପୂର୍ବରୁ SSBN ବା ପରମାଣୁ କ୍ଷମତା ସମ୍ପନ୍ନ ବୁଡାଜାହାଜ INS ‘ଅରିଘାତ’ର କମିଶନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.