ସର୍ବୋଚ୍ଚ ସମ୍ମାନରେ ସମ୍ମାନୀତ ହେବେ ରତନ ଟାଟା! ମହାରାଷ୍ଟ୍ର କ୍ୟାବିନେଟ୍‌ରେ ପ୍ରସ୍ତାବ ପାରିତ

Published By : Prameya-News7 Bureau | October 10, 2024 IST

ନୂଆଦିଲ୍ଲୀ ୧୦/୧୦: ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନରେ କରାଯାଉ ସମ୍ମାନିତ । ମହାରାଷ୍ଟ୍ର କ୍ୟାବିନେଟ୍‌ରେ ଏନେଇ ଏକ ପ୍ରସ୍ତାବ ପାରିତ ହୋଇଛି ଏମିତି କିଛି ଦାବି । 

ଭାରତ ରତ୍ନ ପୁରସ୍କାର ପାଇଁ ଶିଳ୍ପପତି ରତନ ଟାଟାଙ୍କ ନାମ ପ୍ରସ୍ତାବିତ ହୋଇ କେନ୍ଦ୍ର ସରକାରଙ୍କୁ ପଠାଯିବ ବୋଲି ମହାରାଷ୍ଟ୍ର କ୍ୟାବିନେଟ ବୈଠକରେ ନିଆଯାଇଛି ନିଷ୍ପତ୍ତି । ମହାରାଷ୍ଟ୍ର କ୍ୟାବିନେଟର ପାରିତ ହୋଇଥିବା ଏହି ପ୍ରସ୍ତାବ ଉପରେ କେନ୍ଦ୍ର ସରକାର ନେବେ ଚୂଡ଼ାନ୍ତ ନିଷ୍ପତ୍ତି । 

ସୂଚନା ଥାଉକି, ରତନା ଟାଟାଙ୍କ ବିୟୋଗରେ ମହାରାଷ୍ଟ୍ରରେ ପାଳନ ହେଉଛି ଦିନିକିଆ ଶୋକ । ଏହି ଅବସରରେ ବସିଥିଲା କ୍ୟାବିନେଟ୍‌ ବୈଠକ । ବୈଠକରେ ରତନ ଟାଟାଙ୍କ ଦେହାନ୍ତକୁ ନେଇ ଶୋକ ବ୍ୟକ୍ତ କରାଯିବା ସହ ଏକ ଶୋକ ପ୍ରସ୍ତାବ ପାରିତ କରାଯାଇଥିଲା। ଏହା ପରେ ଭାରତ ରତ୍ନ ପୁରସ୍କାର ପାଇଁ ତାଙ୍କ ନାମ ପ୍ରସ୍ତାବ ଦେବାକୁ ନିଷ୍ପତ୍ତି ନିଆଯାଇଛି । 

ମହାରାଷ୍ଟ୍ର ସରକାର ବର୍ତ୍ତମାନ ଏହି ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇବେ । କହିବାକୁ ଗଲେ ବୁଧବାର ବିଳମ୍ବିତ ରାତିରେ ୮୬ ବର୍ଷ ବୟସରେ ମୁମ୍ବାଇର ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ରତନ ଟାଟାଙ୍କ ଦେହାନ୍ତ ହୋଇଛି । ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ବଢ଼ୁଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ରୀତିନୀତି ଅନୁଯାୟୀ ମୁମ୍ବାଇ ଓ୍ୱର୍ଲିରେ ତାଙ୍କର ଶେଷକୃତ୍ୱ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.