ବିଶ୍ଵକପ୍ ୨୦୨୩ରେ ଭାରତକୁ ମିଳିବ ନାହିଁ ମନ ମୁତାବକ ପିଚ୍ ? କ୍ୟୁରେଟରଙ୍କୁ ଆଇସିସିର ଦୃଢ ସନ୍ଦେଶ

Published By : Prameya-News7 Bureau | August 24, 2023 IST

ନୂଆଦିଲ୍ଲୀ: ବିଶ୍ଵକପ୍ ୨୦୨୩ ଜିତିବା ପାଇଁ ଅନେକ ଦଳ ଦାବିଦାର ଅଛନ୍ତି। ଏଥିରୁ ଅନ୍ୟତମ ଦଳ ହେଉଛି ଭାରତ। ଏହା ଏଥିପାଇଁ କାରଣ ଭାରତ ସନ୍ତୁଳିତ ସହ ଏକ ମଜବୁତ ଦଳ। ପୁଣି ଦଳ ଘରୋଇ ମାଟିରେ ବିଶ୍ଵକପ୍ ଖେଳିବ। ୨୦୧୧ ବିଶ୍ଵକପ୍‌ ପରଠୁ ଇତିହାସ ଏହା ରହିଛି ଯେ, ଆୟୋଜକ ଦେଶ ଦିନିକିଆ ବିଶ୍ଵକପ୍ ଜିତି ଆସିଛି। ୨୦୧୧, ୨୦୧୫ ଏବଂ ୨୦୧୯ କ୍ରମଶଃ ନିଜ ମାଟିରେ ଭାରତ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିଶ୍ଵକପ୍ ଜିତିଛନ୍ତି। ହେଲେ ଭାରତକୁ ଏଥର ଘରୋଇ ପଡ଼ିଆର ଫାଇଦା ମିଳିବ ନାହିଁ।

ନିକଟରେ ଆଇସିସି ବୈଠକରେ ମୁଖ୍ୟ କ୍ୟୁରେଟର ଆଣ୍ଡି ଆଟକିନ୍ସ ଅନ୍ୟ କ୍ୟୁରେଟରଙ୍କୁ କହିଛନ୍ତି ଯେ, ଓ୍ଵାର୍ମ ଅପ୍ ମ୍ୟାଚ୍ ସହିତ ବିଶ୍ଵକପ୍‌ ଆୟୋଜନ ହେଉଥିବା ସମସ୍ତ ପଡ଼ିଆରେ ପିଚ୍ ପ୍ରସ୍ତୁତ କରିବା ସମୟରେ ଘରୋଇ ଦଳର ଚାପରେ ଯେମିତି ନ ପଡ଼ିବେ। ଦ ଟେଲିଗ୍ରାଫର ରିପୋର୍ଟ ଅନୁସାରେ ଏହି ବୈଠକ ବୁଧବାର ଅଗଷ୍ଟ ୨୩ ତାରିଖରେ ବସିଥିଲା।

{"id":835463,"sizeSlug":"full","linkDestination":"none"}

ବୈଠକରେ ଆଇସିସି ମୁଖ୍ୟ କ୍ୟୁରେଟର କହିଛନ୍ତି ଯେ, କ୍ୟୁରେଟରଙ୍କୁ ଏହା ସୁନିଶ୍ଚିତ କରିବା ଉଚିତ୍ ପିଚ୍ ପ୍ରସ୍ତୁତ ବେଳେ ଘରୋଇ ଦଳର ଚାପରେ ଯେମିତି ନ ଆସିବେ। ପିଚ୍ ପ୍ରସ୍ତୁତ ସମୟରେ ଏହାର ଧ୍ୟାନ ଦିଆଯିବା ଅତି ଆବଶ୍ୟକ ଯେ, ପିଚ୍ ଖେଳ ଉପଯୋଗୀ ହୋଇଥିବ ଏବଂ ଘରୋଇ ଦଳ ପକ୍ଷରେ ନ ଥିବ।

wp:heading {"level":4}

ଅଧିକ ପଢନ୍ତୁ- ବିଶ୍ୱକପ୍‌ ଖେଳସୂଚୀରେ ହେବନି ପରିବର୍ତ୍ତନ, HCAର ଅନୁରୋଧକୁ ପ୍ରତ୍ୟାଖ୍ୟାନ କଲା BCCI

/wp:heading

ଭାରତରେ ମାଟିର ପ୍ରକୃତି ଭିନ୍ନ ଭିନ୍ନ ହୋଇଥିବାରୁ ଭାରତରେ ସବୁ ଷ୍ଟାଡିୟମରେ ସମାନ ଧରଣର ପିଚ୍ ପ୍ରସ୍ତୁତ କରାଯାଇ ପାରିବ ନାହିଁ। ମାତ୍ର ଆଇସିସି ମ୍ୟାଚ୍ ପୂରା ୧୦୦ ଓଭର ଖେଳାଯିବା ପରି ପିଚ୍ ପ୍ରସ୍ତୁତ କରିବାକୁ ବିଚାର କରୁଛି। ଉଲ୍ଲେଖନୀୟ ଅକ୍ଟୋବର ୫ ତାରିଖରୁ ବିଶ୍ଵକପ୍ ଆରମ୍ଭ ହେବ। ଫାଇନାଲ୍ ମ୍ୟାଚ୍ ନଭେମ୍ବର ୧୯ ତାରିଖରେ ଖେଳାଯିବ। ଉଭୟ ମୁକାବିଲା ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.