ରେଳବାଇ କ୍ଷେତ୍ରରେ ଆମେରିକା ସହ ଭାରତର MoU, ଅଙ୍ଗାରକାମ୍ଳ ବିକିରଣ ହ୍ରାସ ଓ ବିକଳ୍ପ ଶକ୍ତି ଉପଯୋଗ ଲକ୍ଷ୍ୟ

Published By : Prameya-News7 Bureau | June 23, 2023 IST

ନୂଆଦିଲ୍ଲୀ, ୨୩/୦୬: ଅଙ୍ଗାରକାମ୍ଳ ବିକିରଣ କମ୍ ଦିଗରେ ଭାରତୀୟ ରେଳବାଇ ଲଗାତାର ଚେଷ୍ଟା ଜାରି ରଖିଛି। ଏଥିପାଇଁ ରେଳବାଇ ତରଫରୁ ଅନେକ ପଦକ୍ଷେପ ମଧ୍ୟ ନିଆଯାଉଛି। ଏହି ପଦକ୍ଷେପ ମଧ୍ୟରେ, ୨୦୩୦ ସୁଦ୍ଧା ଶୂନ୍ୟ ଅଙ୍ଗାରକାମ୍ଳ ବିକିରଣ ହାସଲ ଲକ୍ଷ୍ୟ ରଖିଛି ଭାରତୀୟ ରେଳବାଇ। ଆଉ ଏହି କ୍ରମରେ ଶୁକ୍ରବାର ଭାରତୀୟ ରେଳବାଇ (ଆଇଆର) ଏବଂ ୟୁନାଇଟେଡ ଷ୍ଟେଟ୍ସ ଏଜେନ୍ସୀ ଫର୍‌ ଇଣ୍ଟରନାସନାଲ ଡେଭେଲପମେଣ୍ଟ/ଇଣ୍ଡିଆ (USAID/India) ମିଳିତ ଭାବରେ ଏକ ଏମଓୟୁ ସ୍ବାକ୍ଷରିତ କରିଛନ୍ତି ।

ଶୁକ୍ରବାର ଏହି ଚୁକ୍ତି ନେଇ ରେଳ ମନ୍ତ୍ରାଳୟ ତରଫରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି। ବିଜ୍ଞପ୍ତି ଅନୁଯାୟୀ, ରେଲଓ୍ବେ ବୋର୍ଡ ଅଧ୍ୟକ୍ଷ ଅନିଲ କୁମାର ଲାହୋତିଙ୍କ ଉପସ୍ଥିତିରେ ରେଲଓ୍ବେ ବୋର୍ଡ ସଦସ୍ୟ ନବୀନ ଗୁଲାଟି ଏବଂ USAIDର ଉପପ୍ରଶାସକ ଇସାବେଲ କୋଲମ୍ୟାନଙ୍କ ମଧ୍ୟରେ ଏମଓୟୁ ସ୍ବାକ୍ଷରିତ ହୋଇଛି। ଏହି ଚୁକ୍ତି ଅନୁଯାୟୀ ଉଭୟ ମିଳିତ ଭାବ​‌ରେ ନବୀକରଣ ଯୋଗ୍ୟ ଏବଂ ଉର୍ଜା ଦକ୍ଷତା ଉପରେ କାମ କରିବେ।

wp:embed {"url":"https://twitter.com/PIB_India/status/1672127460375396357?s=20","type":"rich","providerNameSlug":"twitter","responsive":true}
https://twitter.com/PIB_India/status/1672127460375396357?s=20
/wp:embed

USAID/India ଆମେରିକା ସଂଘୀୟ ସରକାରଙ୍କ ଏକ ସ୍ବତନ୍ତ୍ର ସଂସ୍ଥା ଯାହା ଆର୍ଥିକ ବିକାଶ, କୃଷି କ୍ଷେତ୍ର, ବାଣିଜ୍ୟ, ସ୍ବାଚ୍ଛ ଇନ୍ଧନ, ବୈଶ୍ବିକ ସ୍ବାସ୍ଥ୍ୟ, ଲୋକତନ୍ତ୍ର, ମାନବୀୟ ସହାୟତା, ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗ ଏବଂ ସଂଘର୍ଷ ପ୍ରସଙ୍ଗରେ ସହାୟତା କରି ଅନ୍ତରାଷ୍ଟ୍ରୀୟ ବିକାଶର ସମର୍ଥନ କରିଥାଏ।

ଏମଓୟୁରେ ରହିଛି ଭାରତୀୟ ରେଳବାଇ ସ୍ବଚ୍ଛ ଇନ୍ଧନ ଦୀର୍ଘକାଳୀନ ଶକ୍ତି ଯୋଜନା:

ଏହି ଏମଓୟୁ ଅନୁଯାୟୀ, ଭାରତୀୟ ରେଳବାଇକୁ ଯାନ୍ତ୍ରିକ ସହଯୋଗ ସହାୟତା ଯୋଗାଇଦିଆଯିବ। ଆହୁରି ମଧ୍ୟ, ଏହାର ଉଦ୍ଦେଶ୍ୟ ଭାରତୀୟ ରେଳବାଇକୁ ଦୀର୍ଘକାଳୀନ ଉର୍ଜା ଯୋଗାଣ ଯୋଜନାରେ ସାହାଯ୍ୟ ପାଇଁ ରହିଛି। ଯାହା ସ୍ବଚ୍ଛ ଇନ୍ଧନ ଉପାୟ ଆପଣାଇବାରେ ସହଯୋଗ କରିବ। ଏଥିରେ ଭାରତୀୟ ରେଳବାଇର ବିଲ୍ଡିଂ ଏକ ଉର୍ଜା ଦକ୍ଷତା ପଲିସି ଏବଂ ଆକ୍ସନ ପ୍ଲାନ ବିକଶିତ ନେଇ ମଧ୍ୟ ଉଲ୍ଲେଖ ରହିଛି। ଭାରତୀୟ ରେଳବାଇର ‘ନେଟ୍‌ ଜି​‌ରୋ ଭିଜନ’କୁ ହାସଲ ଦିଗରେ ସ୍ବଚ୍ଛ ଇନ୍ଧନ କିଣିବା ଯୋଜନା ଉପରେ କାମ କରିବା ରହିଛି। ଇ-ମୋବିଲିଟିକୁ ପ୍ରୋତ୍ସାହିତ ଦେବାରେ ମଧ୍ୟ ସହାୟତା ପ୍ରଦାନ କରାଯିବ।

ଆହୁରି ପଢ଼ନ୍ତୁ: ବାଇଜୁର ବଢିଲା ଅଡୁଆ, ବିବାଦ ଯୋଗୁ ବୋର୍ଡରୁ ୩ ବରିଷ୍ଠ ଅଧିକାରୀଙ୍କ ଇସ୍ତଫା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.