ଚନ୍ଦ୍ରଯାନ-୩ର ସଫ୍ଟ ଲ୍ୟାଣ୍ଡିଂ ପାଇଁ ମାତ୍ର କେଇ ଘଣ୍ଟା ବାକି, ସ୍ଥିତି ଅନୁକୂଳ ନହେଲେ ଘୁଞ୍ଚିବ ତାରିଖ

Published By : Prameya-News7 Bureau | August 22, 2023 IST

ବେଙ୍ଗାଳୁରୁ: ବଢୁଛି ଉତ୍କଣ୍ଠା, ଇତିହାସ ରଚିବାକୁ ଆଉ ମାତ୍ର କେଇ ଘଣ୍ଟାର ସମୟ ବାକି । ବୁଧବାର ସଂଧ୍ୟାରେ ଚନ୍ଦ୍ରରେ ପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୩ । ଏହି ଐତିହାସିକ ମୁହୂର୍ତ୍ତ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ । ଆସନ୍ତାକାଲି ଅପରାହ୍ଣ ୫ଟା ୪୫ରେ ଅବତରଣ ପ୍ରକ୍ରିୟା ଆରମ୍ଭ ହେବ ଏବଂ ସନ୍ଧ୍ୟା ପ୍ରାୟ ୬ଟା ୪ମିନିଟରେ ଏହା ଚନ୍ଦ୍ରର ଦକ୍ଷିଣମେରୁ ତଥା ଅନ୍ଧକାର କ୍ଷେତ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିବ ।

wp:embed {"url":"https://www.prameyanews7.com/chandrayaan-3-formally-welcomed-by-chandrayaan-2-orbiter-isro-tweets/","type":"wp-embed","providerNameSlug":"prameya-news-7"}
https://www.prameyanews7.com/chandrayaan-3-formally-welcomed-by-chandrayaan-2-orbiter-isro-tweets/
/wp:embed

ଇସ୍ରୋର ପ୍ଲାନ୍-‘B’

ମିଶନ ମୁନ ସଫଳ ହେବା ନେଇ ଇସ୍ରୋ ବୈଜ୍ଞାନିକ ଆଶା ରଖିଥିବା ବେଳେ ଭାରତ ଉପରେ ପୂରା ବିଶ୍ବର ନଜର ରହିଛି । ସେପଟେ ଅବତରଣ ପୂର୍ବରୁ ଦୁଇ ଘଣ୍ଟା ଚନ୍ଦ୍ରପୃଷ୍ଠ ନିରୀକ୍ଷଣ କରାଯିବ । ସ୍ଥିତି ଅନୁକୂଳ ରହିଲେ ସଫ୍ଟ ଲ୍ୟାଣ୍ଡିଂ କରାଯିବ, ନହେଲେ ଇସ୍ରୋ ପ୍ଲାନ-ବି ପ୍ରସ୍ତୁତ କରିଛି । ଫଳରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂକୁ ଆସନ୍ତା ୨୭ ତାରିଖକୁ ଘୁଞ୍ଚାଇ ଦିଆଯିବ ।  

ସେପଟେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ମଡ୍ୟୁଲକୁ ସ୍ବାଗତ କରିଛି ପୂର୍ବରୁ ଛଡ଼ାଯାଇଥିବା ଚନ୍ଦ୍ରଯାନ-୨ ଅରବିଟର୍ । ୨୦୧୯ରେ ଚନ୍ଦ୍ରଯାନ ୨ କ୍ରାସ କରିଯାଇଥିଲା। କିନ୍ତୁ ଏହା ସହିତ ଯାଇଥିବା ଅର୍ବିଟର ଏବେବି କାର୍ଯ୍ୟକ୍ଷମ ରହିଛି। ଚନ୍ଦ୍ରର କକ୍ଷପଥରେ ଚନ୍ଦ୍ରକୁ ପରିକ୍ରମା କରୁଛି। ଚନ୍ଦ୍ରଯାନ-୨ର ସେହି ଅର୍ବିଟର ଓ ଚନ୍ଦ୍ରଯାନ ୩ର ଲ୍ୟାଣ୍ଡର ମଡ୍ୟୁଲ ବିକ୍ରମ ମଧ୍ୟରେ ଯୋଗାଯୋଗ ସ୍ଥାପିତ ହୋଇଛି। ମୁନ ମିଶନର ଏହା ଥିଲା ଏକ ଗୁରୁତ୍ବପୂର୍ଣ୍ଣ ସୋପାନ ।  ପୂର୍ବ ଭଳି ଏଥର ହେବନି ଚନ୍ଦ୍ରଯାନ ୩ ସୁରକ୍ଷିତ ଚନ୍ଦ୍ରକୁ ସ୍ପର୍ଶ କରିବ ବୋଲି ଇସ୍ରୋର ପୂର୍ବତନ ମୁଖ୍ୟ କେ. ଶିବନ କହିଛନ୍ତି।

wp:html /wp:html

ଚନ୍ଦ୍ରରେ ଅବତରଣ ପୂର୍ବରୁ ଫଟୋ ପଠାଇଲା ଲ୍ୟାଣ୍ଡର । ଲ୍ୟାଣ୍ଡର ବିକ୍ରମ ମଧ୍ୟ ଚନ୍ଦ୍ରର ଦୂର ପାର୍ଶ୍ବର ଫଟୋ ଉତ୍ତୋଳନ କରି ପୃଥିବୀକୁ ପଠାଇଛି । ଚନ୍ଦ୍ରର ଦୂରତମ ପାର୍ଶ୍ବ ଯାହା ଦେଖାଯାଏ ନାହିଁ ସେହି ସ୍ଥାନର ଫଟୋ ଉଠାଇଛି ଲ୍ୟାଣ୍ଡର ବିକ୍ରମର LHDA କ୍ୟାମେରା । ଚନ୍ଦ୍ରରେ ଅବତରଣ କରିବା ପୂର୍ବରୁ ସ୍ଥାନ ଚିହ୍ନଟ କରୁଛି ବିକ୍ରମ। ଯେପରିକି କୌଣସି ପାହାଡ଼ରେ ଏହା ଯେପରି ଧକ୍କା ନହୁଏ ଏବଂ ଏହା ସୁରକ୍ଷିତ ଭାବେ ଅବତରଣ କରିବ।

wp:html /wp:html



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.