ଭାରତୀୟ କର୍ମଜୀବୀ ମହିଳା ଅଧିକ ଚାପଗ୍ରସ୍ତ, ସର୍ଭେରୁ ହେଲା ଖୁଲାସା

Published By : Prameya-News7 Bureau | July 21, 2024 IST

ମୁମ୍ଵାଇ ୨୧।୦୭: ଭାରତୀୟ କର୍ମଜୀବୀ ମହିଳା ଓ ଝିଅ ପୁରୁଷଙ୍କ ତୁଳନାରେ ଅତ୍ୟଧିକ ଚାପଗ୍ରସ୍ତ । ୟୋର୍‌ଦୋସ୍ତ ନିଜର ଇମୋସ୍‌ନାଲ ୱେଲନେସ୍‌ ଷ୍ଟେଟ୍‌ ଅଫ୍‌ ଏମ୍ପେ୍ଲାୟିଜ୍‌’ ଶୀର୍ଷକ ସଦ୍ୟତମ ଅଧ୍ୟୟନ ନିମନ୍ତେ ୫ ହଜାର ଭାରତୀୟ କର୍ମଜୀବୀଙ୍କ ଉପରେ ସର୍ଭେ କରିଥିଲା । ଏଥିରୁ କର୍ମସ୍ଥଳୀ ଚାପ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଥିଲା । ସର୍ଭେରେ ୭୨.୨ ପ୍ରତିଶତ ବା ତିନି ଚତୁର୍ଥାଂଶରୁ ଅଧିକ ମହିଳା ଅତ୍ୟଧିକ ଚାପରେ ଥିବା କଥା କହିଥିଲେ । ଅନ୍ୟପକ୍ଷେ୫୩.୬୪ ପ୍ରତିଶତ ପୁରୁଷ ସମାନ ପ୍ରଶ୍ନର ଜବାବରେ ଅତ୍ୟଧିକ ଚାପରେ ଥିବା କଥା ଦାବି କରିଥିଲେ । ମହିଳାଙ୍କୁ କାମ ଓ ବ୍ୟକ୍ତିଗତ ଦାୟିତ୍ୱ ମଧ୍ୟରେ ସନ୍ତୁଳନ ରକ୍ଷା କରିବାର ଚାପ ପୁରୁଷଙ୍କ ତୁଳନାରେ ଅଧିକ ଥିଲା।

୧୨ ପ୍ରତିଶତ ପୁରୁଷ ଓ ୧୮ ପ୍ରତିଶତ ମହିଳା ଏହାର ସମ୍ମୁଖୀନ ହେଉଥିବା ଜଣାପଡ଼ିଲା । ମହିଳାଙ୍କ ଚାପ ସ୍ତର ବୃଦ୍ଧିରେ ଅନ୍ୟତମ ମୁଖ୍ୟ କାରକ ହେଉଛି କର୍ମମୟ ଜୀବନରେ ସନ୍ତୁଳନର ଅଭାବଅସ୍ୱୀକାର ଭାବନାଆତ୍ମସମ୍ମାନ ହାନି ଓ ବୈଚାରିକ ଚିନ୍ତା ବୋଲି ସର୍ଭେରୁ ଜଣାପଡ଼ିଛି  ପୁରୁଷମାନେ ସମୟର ମାତ୍ର ୯.୨୭ ପ୍ରତିଶତ ଅବସାଦଗ୍ରସ୍ତ ଅନୁଭବ କରୁଥିବାବେଳେ ମହିଳା ସମୟର ୨୦ ପ୍ରତିଶତ ଅବସାଦଗ୍ରସ୍ତ ଅନୁଭବ କରୁଥିଲେ । ସର୍ଭେ ଅନୁସାରେସ୍ୱାସ୍ଥ୍ୟସେବାହସ୍‌ପିଟାଲରିୟଲ ଇଷ୍ଟେଟ୍‌ ଓ ହୋଲ୍‌ସେଲିଂ ଏବଂ ମନୋରଞ୍ଜନ ସମେତ ୧୭ ପ୍ରମୁଖ ଉଦ୍ୟୋଗରେ କର୍ମଚାରୀମାନେ ସେମାନଙ୍କ ବସ୍‌ ପ୍ରଦାନ କରୁଥିବା ଭାବନାତ୍ମକ କଲ୍ୟାଣ କାର୍ଯ୍ୟକ୍ରମକୁ ନେଇ ସନ୍ତୁଷ୍ଟ ନ ଥିଲେ । ସେମାନେ ନିଜ କାମ ଓ ଭାବନାତ୍ମକ ସମର୍ଥନକୁ ନେଇ ନିଜର ଅସନ୍ତୋଷକୁ ଅଧିକ ଗୁରୁତ୍ୱ ଦେଇଥିଲେ । 

ସର୍ଭେରୁ ଆହୁରି ଜଣାପଡ଼ିଲା୬୪ ପ୍ରତିଶତ ଯୁବ କର୍ମଜୀବୀ ଉଚ୍ଚ ସ୍ତରୀୟ ଚାପର ସମ୍ମୁଖୀନ ହେଉଛନ୍ତି । ୩୧-୪୦ ବର୍ଷୀୟ କର୍ମଜୀବୀ ସର୍ବୋଚ୍ଚ ଚାପ (୫୯.୧୮ ପ୍ରତିଶତ)ର ସମ୍ମୁଖୀନ ହେଉଛନ୍ତି । ଅନ୍ୟପକ୍ଷେ୪୧-୫୦ ବର୍ଷୀୟ କର୍ମଜୀବୀ ସର୍ବନିମ୍ନ ଚାପର ସମ୍ମୁଖୀନ ହେଉଛନ୍ତି । ଅଧ୍ୟୟନ ଅନୁସାରେଯୁବ କର୍ମଜୀବୀମାନେ ମାନସିକ ସ୍ୱାସ୍ଥ୍ୟ ବିଷୟ ଉପରେ କଥା ହେବାକୁ ଅଧିକ ଇଚ୍ଛୁକ ହୋଇପାରନ୍ତି । କିନ୍ତୁ ସେମାନେ ସାଙ୍ଗପରିବାର ଓ ଅନ୍ୟ ଉତ୍ସରୁ ଅଧିକ ଚାପର ଶିକାର ମଧ୍ୟ ହେଉଛନ୍ତି । ୟୋରଦୋସ୍ତ୍‌ର ମୁଖ୍ୟ ସାଇକୋଲୋଜି ଅଫିସର ଜିନି ଗୋପୀନାଥ କାମରେ ବିଭିନ୍ନ ଦିଗର ପରିବର୍ତ୍ତନର ଗୁରୁତ୍ୱ ଉପରେ ପ୍ରାଧାନ୍ୟ ଦେଇଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.