ରାବଣ ପୋଡ଼ିରେ ଘରକୁ କାହିଁକି ଅଣାଯାଏ ପୋଡା କାଠ ? ଏହାକୁ ଘରକୁ ଆଣିବା ଶୁଭ କି ଅଶୁଭ ?

Published By : Prameya-News7 Bureau | October 13, 2024 IST

ନୂଆଦିଲ୍ଲୀ ୧୩।୧୦: ଦଶହରା ଅସତ୍ୟ ଉପରେ ସତ୍ୟର ବିଜୟ । ଦେଶର ବିଭିନ୍ନ ସ୍ଥାନରେ ହେବ ରାବଣ ପୋଡ଼ି । ରାବଣ ଦହନ ପରେ ପୋଡ଼ି ଯାଇଥିବା କାଠକୁ ଘରକୁ ଆଣିବାକୁ ଲାଗେ ଲୋକଙ୍କ ମଧ୍ୟରେ ଭିଡ଼ । କିନ୍ତୁ କାହିଁକି ? ଏହି କାଠକୁ ଘରକୁ ଆଣିବା ଶୁଭ କି ଅଶୁଭ ? ଆସନ୍ତୁ ଜାଣିବା...

କୁହାଯାଏ ରାବଣ ଦହନ ପରେ ପୋଡ଼ି ଯାଇଥିବା କାଠକୁ ଘରକୁ ଆଣିବା ବହୁତ ଶୁଭ । ରାବଣ ପୋଡ଼ି କାଠକୁ ଘରକୁ ନିଆଯାଏ ଏବଂ ପୂଜା ସ୍ଥାନରେ ରଖାଯାଏ । ଲୋକଙ୍କ ବିଶ୍ବାସ ଯେ ରାବଣ ଦହନ ପରେ ଘରକୁ କାଠ ଆଣିଲେ ଧନ ଆସିଥାଏ। 

ଏହା ବ୍ୟତୀତ କୁହାଯାଏ ଯେ ରାବଣ ଜଣେ ଜ୍ଞାନୀ ପଣ୍ଡିତ ଥିଲେ, ଯେଉଁ କାରଣରୁ ଘରେ ପାଉଁଶ ରଖିବା ଦ୍ବାରା ସୁଖ ଏବଂ ଧନ ବଢ଼ାଇଥାଏ। ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ, ଶ୍ରୀରାମଙ୍କ ସେନାମାନେ ଲଙ୍କାର ପାଉଁଶକୁ ବିଜୟର ପ୍ରତୀକ ଭାବରେ ଆଣିଥିଲେ, ଯେଉଁଥିପାଇଁ ଏବେ ବି ଲୋକେ ରାବଣ ପୋଡି ପରେ କାଠ କିମ୍ବା ପାଉଁଶ ଘରକୁ ଆଣିଥାନ୍ତି । 

ଆଉ ଏକ ବିଶ୍ବାସ ଅନୁଯାୟୀ ଧନୀ କୁବେରଙ୍କ ଦ୍ୱାରା ନିର୍ମିତ ସ୍ୱର୍ଣ୍ଣଲଙ୍କାର ପାଉଁଶ ଘରେ ରଖିବା ଦ୍ବାରା ସୁଖ-ଶାନ୍ତି ମିଳିଥାଏ। ତେଣୁ ଘରେ ସୁଖ ଏବଂ ସମୃଦ୍ଧତା ଆଣିବା ପାଇଁ ରାବଣ ପୋଡ଼ି କାଠକୁ ଘରକୁ ଅଣାଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.