ଓଡ଼ିଶାକୁ ଏମିତି ଶିଳ୍ପ ଆସୁ ଯେମିତି ଅଧିକ ନିଯୁକ୍ତି ସୃଷ୍ଟି ହେବ : ଶିଳ୍ପ ମନ୍ତ୍ରୀ

Published By : Prameya-News7 Bureau | December 06, 2024 IST

ଭୁବନେଶ୍ବର ୬।୧୨: ଓଡ଼ିଶାରୁ କୌଣସି ଶିଳ୍ପ ଫେରୁନାହିଁ । ଶିଳ୍ପ କମ୍ପାନୀ ଗୁଡିକ ପକ୍ଷରୁ ମଧ୍ୟ ଏ ନେଇ ସ୍ପଷ୍ଟ କରାଯାଇଛି ବୋଲି ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଛନ୍ତି । ଏଏନଏମସର ସ୍ଥିତି ଯଦି ଦେଖିବା ତହସିଲଦାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ଜମି କିଣା ବିକା ବନ୍ଦ ପାଇଁ ସେଠି ପ୍ରକଳ୍ପ ପାଇଁ ରାସ୍ତା ନିର୍ମାଣ ଚାଲିଛି । ରେଳ ପ୍ରକଳ୍ପ ପାଇଁ ଡିପିଆର ପ୍ରସ୍ତୁତି କରାଯାଉଛି । ୧୮ ମାସରେ ବିଦ୍ୟୁତ ଯୋଗାଯୋଗ କାମ ସରିବ । ସମସ୍ତ ପ୍ରକାର ଅନୁସଙ୍ଗୀକ କାମ ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପୂର୍ବ ସରକାର ସମୟରେ ବି ଯେଉଁ ଶିଳ୍ପ ଫେରିଥିଲା ତାକୁ ବି ଆମେ ଓଡିଶା ଫେରାଇବାକୁ ଚେଷ୍ଟା କରୁଛୁ । କିଛି ଅନୁମତି ମିଳିବା ବାକି ଅଛି କମ୍ପାନୀ ପକ୍ଷରୁ ଆବଶ୍ୟକୀୟ କାଗଜ ମିଳିଲେ ହୋଇଯିବ ।

ସେ ଆହୁରି ମଧ୍ୟ କହିଛନ୍ତି, ନିଯୁକ୍ତି ଖାଲି ଘୋଷଣା ନାମାରେ ରଖିଲେ ହେବ ନାହିଁ । ନିଯୁକ୍ତି ସୃଷ୍ଟି କରିବାର ଆବଶ୍ୟକତା ଅଛି । ଆମ ସରକାର ସେ ନେଇ ପ୍ରସ୍ତୁତ ଅଛି । ଖାଲି ଥିବା ସରକାରୀ ପଦବୀ ପୂରଣ କରାଯାଉଛି । ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ୱ ଦେଉଛନ୍ତି । ଓଡିଶାକୁ ଏମିତି ଶିଳ୍ପ ଆସୁ ଯେମିତି ନିଯୁକ୍ତି ଅଧିକ ସୃଷ୍ଟି ହେବ । ବିବିଧ ଶିଳ୍ପ ମାଧ୍ୟମରେ ଭିନ୍ନ ଭିନ୍ନ ଶିଳ୍ପରେ ନିଯୁକ୍ତି ସୃଷ୍ଟି ପାଇଁ ଆମେ ଚେଷ୍ଟା କରୁଛୁ । ସରକାରଙ୍କ ପ୍ରାଥମିକତା ଅଛି । ସରକାର ସେ ଦିଗରେ କାମ କରୁଛନ୍ତି । ଯେତିକି ପ୍ରତିଶ୍ରୁତି ଦିଆଯାଇଛି ପୂରଣ କରାଯିବ ।

ବାରମ୍ବାର ସମସ୍ତ କଳାକାରଙ୍କର ଅଭିଯୋଗ ଓଡ଼ିଶାରେ ସିନେମା ଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ । ବିଗତ ସରକାର ପ୍ରୋତ୍ସାହନ ନଦେବାରୁ ସିନେମା ଶିଳ୍ପ ରୁଗ୍ଣ ଅବସ୍ଥାକୁ ପଳେଇଛି । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି । କଳିଙ୍ଗ ଷ୍ଟାଡିୟମରେ କଳାକାର, ନିର୍ଦ୍ଦେଶକ ମାନଙ୍କ ସହ ଆଲୋଚନା ହୋଇଛି । ସେମାନେ ତାଙ୍କ ପ୍ରସ୍ତାବ ଦେଇଛନ୍ତି । ସରକାର ସେ ଦିଗରେ ଅନୁଧ୍ୟାନ କରୁଛନ୍ତି ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ । ହଲ୍ ବଢିବା ସହ ଅନ୍ୟ ସୁବିଧା ଦିଆଯିବ ।

You Can Read:

ଅଟୋ ପାର୍ଟ୍ସ ନାଁରେ ଚାଲିଛି ନକଲି ଚା’ ବେପାର, ବିପୁଳ ପରିମାଣର ପ୍ୟାକେଟ୍ ଜବତ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.