ମ୍ୟୁଚୁଆଲ ଫଣ୍ଡ୍‌ ପ୍ରତି ବଢ଼ୁଛି ଲୋକଙ୍କ ଆଗ୍ରହ, ଏପ୍ରିଲ-ମେ’ରେ ଯୋଡ଼ିହେଲେ ରେକର୍ଡ ନିବେଶକ

Published By : Prameya-News7 Bureau | June 16, 2024 IST

ନୂଆଦିଲ୍ଲୀ: ମ୍ୟୁଚୁଆଲ ଫଣ୍ଡ ପ୍ରତି ବଢ଼ୁଛି ଲୋକଙ୍କ ଆଗ୍ରହ । ନିବେଶର ନୂଆ ମାଧ୍ୟମକୁ ଲୋକେ କରୁଛନ୍ତି ପସନ୍ଦ। ଏଥିପାଇଁତ’ ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ର ପ୍ରଥମ ଦୁଇ ମାସରେ ହିଁ ୮୧ ଲକ୍ଷରୁ ଅଧିକ ନିବେଶକ ମ୍ୟୁଚୁଆଲ ଫଣ୍ଡ୍‌ ସହ ଯୋଡ଼ି ହୋଇଛନ୍ତି। ଆଉ ମ୍ୟୁଚୁଆଲ ଫଣ୍ଡର ଏଭଳି ଲୋକପ୍ରିୟତା କାରଣ ହେଉଛି ମାର୍କେଟିଂ, ସେଲିବ୍ରିଟିଙ୍କ ଦ୍ବାରା ଏହାର ପ୍ରଚାର ଏବଂ ଉତ୍ତମ ମାର୍କେଟିଂ ନେଟଓ୍ବର୍କ ।

ଷ୍ଟକ ଟ୍ରେଡିଂ ପ୍ଲାଟଫର୍ମ ଟ୍ରେଡ୍‌ଜିନୀର ସିଓଓ ତ୍ରିବେଶ ଡି କହିଛନ୍ତି ‘‘ ବର୍ତ୍ତମାନ ଲୋକେ ଏହି ମ୍ୟୁଚୁଆଲ ଫଣ୍ଡକୁ ବେଶ୍‌ ପସନ୍ଦ କରୁଛନ୍ତି। ଏହା ଏଫଡି ବଦଳରେ ଏକ ନୂଆ ବିକଳ୍ପ ଆଣିଛି। ଖାଲି ସେତିକି ନୁହେଁ ଏଥିରୁ ଏଫଡି ତୁଳନାରେ ଭଲ ରିଟର୍ଣ୍ଣ ମଧ୍ୟ ମିଳୁଛି। ତେଣୁ ଏମିତିରେ ମ୍ୟୁଚୁଆଲ ଫଣ୍ଡ ପ୍ରତି ନିବେଶକଙ୍କ ଆଗ୍ରହ ବଢ଼ିବାରେ ଲାଗିଛି। ଆହୁରି ମଧ୍ୟ ମ୍ୟୁଚୁଆଲ ଫଣ୍ଡ୍ ବିଷୟରେ ସଚେତନା ଏବଂ ଲଗାତାର ମାର୍କେଟିଂ ମଧ୍ୟ ବେଶ୍‌ ସହାୟକ ହୋଇଛି।’’ 

ସେହିଭଳି ବିଶେଷଜ୍ଞଙ୍କ ମତ ଅନୁଯାୟୀ, ଏହି ଉଦ୍ୟୋଗରେ ଭଲ ବୃଦ୍ଧି ଆଗକୁ ମଧ୍ୟ ଜାରି ରହିବ। କାରଣ ସଞ୍ଚୟ ପସନ୍ଦ କରୁଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ଏହା ଏକ ଉତ୍ତମ ବିକଳ୍ପ ହୋଇଛି। 

ପିଜିଆଇଏମ ଇଣ୍ଡିଆ ମ୍ୟୁଚୁଆଲ ଫଣ୍ଡର ସିବିଓ ଅଭିଷେକ ତିଓ୍ବାରି କହିଛନ୍ତି ‘‘ଯେଉଁପରି ଭାବରେ ଭାରତର ପ୍ରତି ବ୍ୟକ୍ତିଙ୍କ ଆୟ ବଢ଼ିବ, ସେମାନେ ଏଭଳି ବର୍ଗରେ ଟଙ୍କା ନିବେଶ କରିବାକୁ ଚାହିଁବେ, ଯେଉଁଥିରେ ମୁଦ୍ରାସ୍ଫୀତିକୁ ମାତ୍‌ ଦେବା ସହ ଅର୍ଥ ବୃଦ୍ଧିର କ୍ଷମତା ରହିଥିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.