ଜୁଲାଇ ୮ରେ ଲାଗୁ ହେବ ନୂଆ H-1B ଭିସା ନିୟମ, ଭାରତୀୟଙ୍କ ଉପରେ ପଡ଼ିପାରେ ପ୍ରଭାବ

Published By : Prameya-News7 Bureau | June 24, 2024 IST

India Today

ନୂଆଦିଲ୍ଲୀ: ଜୁଲାଇ ୮ରେ ଲାଗୁ ହେବ ନୂଆ H-1B ଭିସା ନିୟମ। ଆମେରିକାରେ ନାଗରିକତା ଠକେଇର ମୁକାବିଲା ତଥା ଜାତୀୟ ନିରାପତ୍ତାକୁ ବଢାଇବା ପାଇଁ H-1B ଭିସା ପାଇଁ ନୂତନ ନିୟମ ଲାଗୁ କରିବ ଆମେରିକାର ନାଗରିକତା ଏବଂ ଇମିଗ୍ରେସନ ସର୍ଭିସେସ୍ (USCIS)। ନୂତନ ଭିସା ନିୟମ ନିଯୁକ୍ତିଦାତା (କମ୍ପାନୀ) ଏବଂ ବିଶେଷ କରି ଭାରତୀୟଙ୍କ ଉପରେ ଏହା ପ୍ରଭାବ ପକାଇପାରେ। ଆମେରିକାର ଗୃହ ବିଭାଗ (DHS) କହିଛି ଯେ ନୂତନ ପ୍ରସ୍ତାବିତ ନିୟମ ଅନୁଯାୟୀ ସମସ୍ତ H-1B ଭିସା ବିସ୍ତାର ପାଇଁ ୪,୦୦୦ ଡଲାର୍ ହେବ। ସେହିପରି L-1 ଭିସା ପାଇଁ ୪୫୦୦ ଡଲାର ମୂଲ୍ୟ ହେବ। 

TOHS କହିବା ଅନୁସାରେ, "ଆମର ପ୍ରସ୍ତାବିତ ପରିବର୍ତ୍ତନଗୁଡିକ ଆମର ଇମିଗ୍ରେସନ ସିଷ୍ଟମକୁ ମଜବୁତ କରିବା ଏବଂ ନିଯୁକ୍ତି ଭିତ୍ତିକ ଭିସା କାର୍ଯ୍ୟକ୍ରମର ଅଖଣ୍ଡତା ସୁନିଶ୍ଚିତ କରିବା ସହିତ ଜାତୀୟ ସୁରକ୍ଷାକୁ ମଧ୍ୟ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ।"

ମିଣ୍ଟ ରିପୋର୍ଟ ଅନୁଯାୟୀ, ଭିସା ପରିବର୍ତ୍ତନ ଲାଗୁ କରିବା ପୂର୍ବରୁ ଆମେରିକା ଜୁଲାଇ ୮ରେ ନୂତନ ନିୟମ ଲଞ୍ଚ୍ କରିବ। ଭାରତୀୟ ଆଇଟି କମ୍ପାନୀଗୁଡିକ ପାଇଁ ସେମାନଙ୍କର ସଫ୍ଟୱେୟାର ଇଞ୍ଜିନିୟରିଂ ପ୍ରଫେସନାଲମାନଙ୍କୁ ଆମେରିକାରେ ନିୟୋଜିତ କରିବା ପାଇଁ H-1B ହେଉଛି ମୁଖ୍ୟ ମାର୍ଗ | ରିପୋର୍ଟ ଅନୁଯାୟୀ, ଅତୀତରେ H-1B ଭିସା ପାଇଥିବା ଭାରତୀୟଙ୍କ ସଂଖ୍ୟା ସର୍ବାଧିକ ଥିଲା।

ଅଧିକାରୀମାନେ ମଧ୍ୟ L-1 ଭିସା ସମ୍ପ୍ରସାରଣ ମୂଲ୍ୟରେ ପରିବର୍ତ୍ତନ ଅଣାଯାଇଛି। ଏହି ଭିସା କମ୍ପାନୀମାନଙ୍କୁ ବିଦେଶୀ କାର୍ଯ୍ୟାଳୟରୁ ପରିଚାଳକ ଏବଂ କାର୍ଯ୍ୟନିର୍ବାହୀ ନିଯୁକ୍ତ କରିବାକୁ ଏବଂ ସେମାନଙ୍କୁ ଆମେରିକାରେ ଆଣିବାକୁ ଅନୁମତି ଦେଇଥାଏ। L-1 ଭିସା ବଢାଇବା ପାଇଁ 4,500 ଡଲାର୍ ଦେୟ ପ୍ରଦାନ କରିବ।

୨୦୧୫ରେ ଲାଗୁ ହୋଇଥିବା  ଭିସା ନିୟମ 9/11 ରେସପନ୍ସ ଏବଂ ବାୟୋମେଟ୍ରିକ୍ ଏଣ୍ଟ୍ରି-ଏଗଜିଟ୍ ଫି’ର ଏହି ସମ୍ପ୍ରସାରଣ, ଯାହା ବର୍ତ୍ତମାନ କେବଳ ପ୍ରାରମ୍ଭିକ ଭିସା ଆବେଦନ ଏବଂ ନିଯୁକ୍ତିଦାତାଙ୍କ ପରିବର୍ତ୍ତନ ପାଇଁ ପ୍ରଯୁଜ୍ୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.