ଆନ୍ତର୍ଜାତିକ ଲୁଣାଜଙ୍ଗଲ ପରିବ୍ୟବସ୍ଥା ସଂରକ୍ଷଣ ଦିବସ: ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶାରେ ଉପୂକଳ ଅଞ୍ଚଳରେ ଜଳବାୟୁ ସହନଶୀଳତା ନିର୍ମାଣ ପ୍ରୟାସ

Published By : Prameya-News7 Bureau | July 26, 2024 IST

ଭୁବନେଶ୍ୱର: ଜଳବାୟୁ ଆପଦର ମୁକାବିଲା ଏବଂ ପରିବେଶ ସୁରକ୍ଷା ନିମନ୍ତେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ପଦ୍ମପୁର ଗ୍ରାମର ଅଧିବାସୀମାନେ ଗ୍ରାମର ତଟୀୟ ଅଞ୍ଚଳରେ ଶୁକ୍ରବାର ପ୍ରାୟ ୧୦,୦୦୦ ହେନ୍ତାଳ ଚାରା ରୋପଣ କାର୍ଯ୍ୟ ଆରମ୍ଭ କରିଥିଲେ । ଲୁଣାଜଙ୍ଗଲ ପରିବ୍ୟବସ୍ଥା ସଂରକ୍ଷଣ ନିମନ୍ତେ ଆନ୍ତର୍ଜାତିକ ଦିବସ (ଜୁଲାଇ ୨୬) ପାଳନ ଅବସରରେ ଏହି ଚାରା ରୋପଣକୁ ରିଲାଏନ୍ସ ଫାଉଣ୍ଡେସନ ସୁଗମ କରାଇଛି, ଯାହା ପୂର୍ବରୁ ଗତବର୍ଷ ଓଡ଼ିଶା ଓ ପଶ୍ଚିମବଙ୍ଗରେ ପ୍ରାୟ ୬୦,୦୦୦ ଲୁଣାଜଙ୍ଗଲ ଚାରା ରୋପଣକୁ ସମର୍ଥ କରାଇଥିଲା ।

ରିଲାଏନ୍ସ ଫାଉଣ୍ଡେସନ ତାହାର ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର ବାଲେଶ୍ୱର, ଗଞ୍ଜାମ ଏବଂ ଜଗତସିଂପୁହର ଆଦି ବାତ୍ୟା ଓ ବାତ୍ୟାଜନିତ ଜଳପ୍ଳାବନ ଆପଦ ଥିବା ଅଞ୍ଚଳଗୁଡିକରେ ଲୁଣାଜଙ୍ଗଲ ଚାରା ରୋପଣ ପଦକ୍ଷେପ ତାହାର ପ୍ଲାଣ୍ଟ ଫର ଲାଇଫ ଅଭିଯାନ ଜରିଆରେ ଗତବର୍ଷ ବିଶ୍ୱ ପରିବେଶ ଦିବସରେ ହାତକୁ ନେଇଥିଲା । 

୧୯୯୯ର ମହାବାତ୍ୟା, ଫାଇଲିନ ଏବଂ ଅନ୍ୟାନ୍ୟ ଝଡ଼ ଭାରତର ପୂର୍ବ ତଟରେ ପ୍ରବାହିତ ହେବା ସହିତ ନିକଟସ୍ଥ ଗ୍ରାମଗୁଡିକୁ ଧ୍ୱସ୍ତ ବିଧ୍ୱସ୍ତ କରିଛି ଏବଂ ଉକ୍ତ ଗ୍ରାମଗୁଡିକ ଉପକୂଳ ଅଞ୍ଚଳ ଅବକ୍ଷୟ ତଥା ସମୁଦ୍ର ଜଳ ଭୂପୃଷ୍ଠକୁ ମାଡିଆସିବା ଭଳି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି । ସ୍ଥାନୀୟ ଗୋଷ୍ଠୀ ଓ ସମୁଦାୟ ଗୁଡିକ ଦ୍ୱାରା ପରିଚାଳିତ ରିଲାଏନ୍ସ ଫାଉଣ୍ଡେସନ୍‌‍ର ଲୁଣାଜଙ୍ଗଲ ସଂରକ୍ଷଣ ପ୍ରୟାସ ବିଭିନ୍ନ ଗୋଷ୍ଠୀ, ବିଶେଷକରି ଯୁବବର୍ଗ ଏବଂ ସ୍କଲ ଯାଉଥିବା ପିଲାଙ୍କ ମଧ୍ୟରେ ଲୁଣାଜଙ୍ଗଲର ଉପକାରିତା ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଲକ୍ଷ୍ୟ ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.