ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ ପୂର୍ବରୁ ସମସ୍ତ ୧୦ ଦଳ ରିଟେନ କରିଥିବା ଖେଳାଳିଙ୍କ ତାଲିକା ଜାରି କରିଛନ୍ତି। ପ୍ରାଞ୍ଚାଇଜଗୁଡ଼ିକ ପାଖରେ ସର୍ବାଧିକ ୬ ଖେଳାଳିଙ୍କୁ ରିଟେନ କରିବାର ଅଧିକାର ଥିଲା। ତଥାପି କେବଳ ୨ ଦଳ ୬ ଖେଳାଳିଙ୍କୁ ରିଟେନ୍ କରିଛନ୍ତି। ବାକି ଦଳଗୁଡ଼ିକ ୬ରୁ କମ ଖେଳାଳିଙ୍କୁ ରିଟେନ କରିଥିବା ବେଳେ କିଛି ଦଳ ଅନେକ ମେଗା ଷ୍ଟାର ଖେଳାଳିଙ୍କୁ ଦଳରୁ ରିଲିଜ କରିଛି। ତେବେ ଆସନ୍ତୁ ଜାଣିବା ଆଇପିଏଲ୍ ୨୦୨୫ର ମେଗା ନିଲାମରେ କେଉଁ ୨୫ ତାରକା ଖେଳାଳି ନଜର ଆସିବେ।
ଚାରି ଅଧିନାୟକଙ୍କ ଛୁଟି
ଆଇପିଏଲ୍ର ୧୦ ଦଳ ମଧ୍ୟରୁ ୪ ଫ୍ରାଞ୍ଚାଇଜ ନିଜର ଅଧିନାୟକଙ୍କୁ ମଧ୍ୟ ଦଳରୁ ଛୁଟି କରି ଦେଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ଦିଲ୍ଲୀ କ୍ୟାପିଟାଲ୍ସ, ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ଗତ ସିଜିନର ଚାମ୍ପିଅନ କୋଲକାତା ନାଇଟ୍ ରାଇଡର୍ସ ଦଳର ଅଧିନାୟକଙ୍କୁ ବି ରିଲିଜ୍ କରି ଦେଇଛି। ଅଧିନାୟକଙ୍କୁ ରିଲିଜ୍ କରିବାର ସବୁଠୁ ଚକିତକର ନିଷ୍ପତ୍ତି ନେଇଛି କେକେଆର।
କେକେଆର ଗତ ସିଜିନ ଅର୍ଥାତ ଆଇପିଏଲ ୨୦୨୪ରେ ଶ୍ରେୟସ ଆୟରଙ୍କ ନେତୃତ୍ଵରେ ଟାଇଟଲ୍ ଜିତିଥିଲା। ଏବେ ଆଇପିଏଲ୍ ୨୦୨୫ ପୂର୍ବରୁ ଫ୍ରାଞ୍ଚାଇଜ ଟାଇଟଲ୍ ଜିତାଇଥିବା ଅଧିନାୟକଙ୍କୁ ହିଁ ଦଳରୁ ଛାଡ଼ି ଦେଇଛି। ଏହା ବ୍ୟତୀତ ରିଲିଜ ହୋଇଥିବା ତିନି ଅଧିନାୟକ ଋଷଭ ପନ୍ତ, କେଏଲ ରାହୁଲ ଓ ଫାଫ ଡୁପ୍ଲେସିସ୍ ରହିଛନ୍ତି। ପନ୍ତଙ୍କୁ ଡିସି, ଡୁପ୍ଲେସିସ୍ଙ୍କୁ ଆରସିବି ଓ କେଏଲଙ୍କୁ ଏଲଏସଜି ରିଲିଜ୍ କରିଛି।
ରିଲିଜ୍ କରାଯାଇଥିବା ତାରକା ଖେଳାଳି ମଧ୍ୟରେ ଭାରତୀୟ ଦଳର ତାରକା ବୋଲର ମହମ୍ମଦ ଶାମି ଓ ମହମ୍ମଦ ସିରାଜଙ୍କଠୁ ନେଇ ଅନେକ ନାଁ ସାମିଲ। ଶାମିଙ୍କୁ ଗୁଜରାଟ୍ ଓ ସିରାଜଙ୍କୁ ଆରସିବି ରିଲିଜ୍ କରିଛି।
ଆଇପିଏଲ୍ ୨୦୨୫ର ମେଗା ନିଲାମରେ ନଜର ଆସିବେ ୨୫ ଖେଳାଳି
ଋଷଭ ପନ୍ତ, ଶ୍ରେୟସ ଆୟର, କେଏଲ ରାହୁଲ, ମହମ୍ମଦ ଶାମି, ଇଶାନ୍ତ ଶର୍ମା, ୟୁଜବେନ୍ଦ୍ର ଚହଲ, ରବିଚନ୍ଦ୍ରନ ଅଶ୍ଵିନ, ଓ୍ଵାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ଦୀପକ ଚହର, ମହମ୍ମଦ ସିରାଜ, ଗ୍ଲେନ ମ୍ୟାକ୍ସଓ୍ଵେଲ, ଫାଫ୍ ଡୁ ପ୍ଲେସିସ୍, କ୍ୟାମେରୁନ ଗ୍ରୀନ, ଓ୍ଵିଲ ଜ୍ୟାକ୍ସ, ଫିଲ ସଲ୍ଟ, ଡେଭିଡ ଓ୍ଵାର୍ଣ୍ଣର, କ୍ଵିଣ୍ଟନ ଡିକକ୍, ମିଚେଲ୍ ମାର୍ଶ, ମିଚେଲ୍ ଷ୍ଟାର୍କ, ଜୋଶ ହେଜେଲଉଡ, ରଚିନ ରବୀନ୍ଦ୍ର, ଡେଭନ କନଓ୍ଵେ, ଡେଭିଡ ମିଲର, ଆଡନ ମାରକ୍ରମ।