କ'ଣ ଇଶାନ କିଷନଙ୍କୁ ଟି-୨୦ ଦଳରୁ ବାହାର କରିବାର ସମୟ ଆସି ଯାଇଛି ? ଏହି ଖେଳାଳି ବି ବଢାଇଲେ ଦଳର ଚିନ୍ତା

Published By : Prameya-News7 Bureau | January 28, 2023 IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଯୁବ ଓପନର ଇଶାନ କିଷନଙ୍କୁ ଏବେ ଟି-୨୦ ଦଳରୁ ବାହାର କରାଯିବାର ସମୟ ଆସି ଯାଇଛି। କାରଣ ନିକଟ ଦିନରେ ତାଙ୍କର ପ୍ରଦର୍ଶନ ବହୁତ ନୈରାଶ୍ୟଜନକ ରହିଛି। ତାଙ୍କ ପ୍ରଦର୍ଶନକୁ ନେଇ ଏମିତି ପ୍ରଶ୍ନ ଉଠିଛି। ଗତ ୧୦ଟି ଟି-୨୦ ଅନ୍ତର୍ଜାତୀୟ ଟି-୨୦ରେ ତାଙ୍କର ପ୍ରଦର୍ଶନ ଦଳକୁ ଚିନ୍ତାରେ ପକାଇଛି। ଏହା ବ୍ୟତୀତ ଦ୍ରୁତ ବୋଲର ଅର୍ଶଦୀପ ସିଂ ମଧ୍ୟ ବାରତୀୟ ଦଳକୁ ହରାଇବାରେ କୌଣସି ସୁଯୋଗ ହାତଛଡା କରୁ ନାହାନ୍ତି।

ଇଶାନ କିଷନ ବାଂଲାଦେଶ ବିପକ୍ଷରେ ଦ୍ଵିଶତକ ଅର୍ଜନ କରିଥିଲେ ହେଁ ଟି-୨୦ରେ ତାଙ୍କର ପ୍ରଦର୍ଶନ ନିରୁତ୍ସାହଜନକ ରହିଛି। ଇଶାନ ଗତ ୧୦ଟି ଟି-୨୦ରେ ଗୋଟିଏ ହେଲେ ଅର୍ଦ୍ଧଶତକ ହାସଲ କରି ପାରିନାହାନ୍ତି। ଏହି ସମୟରେ ତାଙ୍କର ସର୍ବୋଚ୍ଚ ସ୍କୋର ୩୭ ରନ ରହିଛି।

wp:html /wp:html

ଇଶାନ କିଷନ ଗତ ୧୦ଟି ଟି-୨୦ ଅନ୍ତର୍ଜାତୀୟରେ ୧୩.୮୦ ହାରରେ କେବଳ ୧୩୮ ରନ କରିଛନ୍ତି। ଇଶାନ ଏ ପର୍ଯ୍ୟନ୍ତ କ୍ୟାରିୟରରେ ୨୫ଟି ମ୍ୟାଚ୍ ଖେଳି ୨୬.୩୭ ହାରରେ ୬୩୩ ରନ କରିଛନ୍ତି। ଏମିତି ପ୍ରଦର୍ଶନ ନିରୁତ୍ସାହଜନକ ରହିଛି। ନୂତନ ବର୍ଷରେ କିଷନ ଏ ପର୍ଯ୍ୟନ୍ତ ୪ଟି ଟି-୨୦ ଖେଳି ମାତ୍ର ୪୪ ରନ କରିଛନ୍ତି। ଭାରତୀୟ ଦଳ ସଂପ୍ରତି ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ମାଟିରେ ଟି-୨୦ ଶୃଙ୍ଖଳା ଖେଳୁଛି। ପ୍ରଥମ ମ୍ୟାଚ୍‌ ଇଶାନ ନିଜ ଘରୋଇ ପଡିଆରେ ୪ ରନ କରି ପାରିଥିଲେ। ଭାରତୀୟ ଦଳ ଏହି ମ୍ୟାଚ୍‌ରେ ୨୧ ରନରେ ପରାସ୍ତ ହୋଇଛି।

{"id":738635,"width":840,"height":465,"sizeSlug":"full","linkDestination":"none"}

ନୋ ବଲ୍‌କୁ ନେଇ ସମସ୍ୟାରେ ଅର୍ଶଦୀପ

ଦ୍ଵିତୀୟ ଖେଳାଳି ଯିଏ ଭାରତର ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି ସେ ହେଉଛନ୍ତି ଦ୍ରୁତ ବୋଲର ଅର୍ଶଦୀପ ସିଂ। ଯେଉଁ ସମୟରେ ଭାରତୀୟ ଦଳକୁ ତାଙ୍କର ଆବଶ୍ୟକତା ପଡୁଛି ସେ ନୋ ବଲ୍‌ ଫିଙ୍ଗି ଖେଳ ବିଗାଡି ଦେଉଛନ୍ତି। ଏହି କାରଣରୁ ଭାରତ ଜିତିବାକୁ ଥିବା ମ୍ୟାଚ୍‌ ହାରିବାର ଦ୍ଵାର ଦେଶରେ ପହଞ୍ଚି ଯାଉଛି। ନ୍ୟୁଜିଲାଣ୍ଡ ବିପକ୍ଷ ରାଞ୍ଚି ଟି-୨୦ରେ କିଛି ଏମିତି ଖେଳ ଦେଖିବାକୁ ମିଳିଛି।

wp:heading {"level":4}

ଏ ଖବର ପଢନ୍ତୁ- ‘୩୦୦ ରନ ବି କରି ପାରିଥାନ୍ତି’, ଦ୍ଵିଶତକ ହାସଲ ପରେ ଇଶାନ କିଷନଙ୍କ ବଡ ବୟାନ

/wp:heading

ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ନ୍ୟୁଜିଲାଣ୍ଡ ଇନିଂସର ଶେଷ ଓଭର ଅର୍ଶଦୀପଙ୍କୁ ବୋଲିଂ କରିବାକୁ ଦେଇଥିଲେ। ଆଉ ଅର୍ଶଦୀପ ନୋ ବଲ୍‌ରୁ ଓଭର ଆରମ୍ଭ କରିଥିଲେ। ଏହି ଓଭରରେ ଅର୍ଶଦୀପ ମହଙ୍ଗା ସାବ୍ୟସ୍ତ ହୋଇ ୨୭ ରନ ଦେଇଥିଲେ। ମିଚେଲ୍ ତାଙ୍କ ଓଭରରେ ମୋଟ୍ ୩ ଛକା ଏବଂ ଗୋଟିଏ ଚୌକା ମାରିଥିଲେ। ଏହି ଓଭର ଭାରତୀୟ ଦଳକୁ ବହୁତ ମହଙ୍ଗା ପଡିଥିଲା ଏବଂ ଦଳ ୨୧ ରନରେ ପରାଜିତ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.