ହମାସ ହମଲା ଇସ୍ରାଏଲ ସେନା ପାଇଁ ବଡ଼ ବିଫଳତା; କେଉଁଠି ଫେଲ୍ ମାରିଲେ ସରକାର ?

Published By : Prameya-News7 Bureau | February 28, 2025 IST

ନୂଆଦିଲ୍ଲୀ:  ହାମାସ କିପରି ଏତେ ବଡ଼ ଆକ୍ରମଣ କଲା । କେଇଁଠି ମାତ୍ ଖାଇଲା ଇସ୍ରାଏଲ୍ ସେନା । ଏହାକୁ ନେଇ ଏବେ ଚାଞ୍ଚଲ୍ୟକର ରିପୋର୍ଟ ସାମ୍ନାକୁ ଆସିଛି । ୨୦୨୩ ଅକ୍ଟୋବର ୧୭ ତାରିଖ ଆତଙ୍କବାଦୀ ସଂଗଠନ ଅତର୍କିତ ଭାବେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା  । ଏହି ଆକ୍ରମଣକୁ ଅଟକାଇବାକୁ ସମ୍ପୂର୍ଣ୍ଣ ଭାବେ ଫେଲ୍ ମାରିଥିଲା ଇସ୍ରାଏଲ ଡିଫେନ୍ସ ଫୋର୍ସ । ତେବେ ଏହି ବିଫଳତାକୁ ଇସ୍ରାଏଲ୍ ସେନା ମଧ୍ୟ ସ୍ବିକାର କରିଛି । ହମାସ୍ ହମଲାକୁ ନେଇ ଏକ ଅନ୍ତରୀଣ ଯାଞ୍ଚ ରିପୋର୍ଟ ସାମ୍ନାକୁ ଆସିଛି । ଏଥିରେ ଇସ୍ରାଏଲ୍ ସେନା ପକ୍ଷରୁ କୁହାଯାଇଛି, ଇସ୍ରାଏଲ ଇତିହାସରେ ଏହା ସବୁଠାରୁ ଭୀଷଣ ହମଲା, ଯାହାକୁ ନେଇ ସଫଳ କରିବାରେ ସକ୍ଷମ ହୋଇଥିଲା ଆତଙ୍କବାଦୀ ସଂଗଠନ । ହମାସର ଏହି ଆକ୍ରମଣ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନି ନେତାନ୍ୟାହୁଙ୍କ ଉପରେ ଖୁବ୍ ଚାପ ପକାଇଥିଲା  । ଯାହା ଫଳରେ ଆଇଡିଏଫ ଦ୍ବାରା ଗାଜାରେ ଏତେ ବଡ଼ ନରସଂହାର ହେଲା ।

ହମାସ-ଇସ୍ରାଏଲ ଯୁଦ୍ଧକୁ ନେଇ କିଛି ଇସ୍ରାଏଲୀ ବୁଦ୍ଧିଜୀବୀ କହିଛନ୍ତି, ୨୦୨୩ ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ସେନା ଭୂଲ୍ ପରେ ଭୂଲ କରିଥିଲା । ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ରଣନୀତି ପାଇଁ ଷଡ଼ଯନ୍ତ୍ରକୁ ଭେଦ କରିବାରେ ଫେଲ୍ ମାରିଲା ଗୁଇନ୍ଦା ବିଭାଗ । ତେଣୁ ଆଇଡିଏଫ ତାଙ୍କୁ ଦୋଷୀ ବୋଲି ମାନିଛି । ରିପୋର୍ଟ ଅନୁଯାୟୀ, ନେତାନ୍ୟାହୁଙ୍କ ଏହି ରଣନୀତି ପାଇଁ କତରରୁ ଗାଜାକୁ ନଗଦ ପଠାଇବାକୁ ଅନୁମତି ମିଳିଥିଲା । ଏହା ଉପରେ ଇସ୍ରାଏଲ୍ ସରକାର ନଜର ରଖିନଥିଲେ । ଯୁଦ୍ଧ ପରେ ସମସ୍ତ କଠିନ ପ୍ରଶ୍ନ ଉତ୍ତର ଦିଆଯିବ ବୋଲି ବେଞ୍ଜାମିନ୍ ନେତାନ୍ୟାହୁ କହିଥିଲେ । ବର୍ତ୍ତମାନ ସମୟରେ ଆତଙ୍କୀ ସଂଗଠନ ହମାସ ଏବଂ ଇସ୍ରାଏଲ ମଧ୍ୟରେ ୬ ସପ୍ତାହ ଧରି ଯୁଦ୍ଧ ବିରତି ଲାଗିଛି ।

ସୂଚନା ଅନୁଯାୟୀ, ହମାସ ହମଲାରେ ପ୍ରାୟ ୧୨ଶହରୁ ଅଧିକ ଇସ୍ରାଏଲୀଙ୍କ ମୃତ୍ୟୁ ହୋଇଛି । ପ୍ରାୟ ୨୫୧ଜଣଙ୍କୁ ପଣବନ୍ଦୀ କରି ନିଆଯାଇଥିଲା । ଏହା ପରେ ନରସଂହାର ଆରମ୍ଭ କରିଥିଲା ଇସ୍ରାଏଲ ଡିଫେନ୍ସ ଫୋର୍ସ । ମିସାଇଲ୍ ମାଡ଼ରେ ଗାଜା ସିଟି ଧ୍ବଂସସ୍ତୁପରେ ପରିଣତ ହୋଇଛି । ପ୍ରାୟ ୪୬ ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ୨ ଲକ୍ଷରୁ ଅଧିକ ଲୋକ ବାସହରା ହୋଇଛନ୍ତି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.