ଲେବାନନ ହମ୍‌ଲାର ଜବାବ ଦେଲା ଇସ୍ରାଏଲ; ହିଜବୁଲ୍ଲା ଠିକଣାରେ ୧ ଘଣ୍ଟା ବୋମା ବର୍ଷା

Published By : Prameya-News7 Bureau | October 08, 2024 IST

ନୂଆଦିଲ୍ଲୀ: ସୋମବାର ଲେବାନନ କାଉଣ୍ଟର ଆଟାକ୍‌ର ଜବାବ ଦେଇଛି ଇସ୍ରାଏଲ । ଆଇଡିଏଫ ୧୦୦ ଫାଇଟର ଜେଟରେ ଟାର୍ଗେଟ୍ ଦେଇଛି । ୧୨୦ରୁ ଅଧିକ ହିଜବୁଲ୍ଲା ଠିକଣାରେ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ବୋମା ବର୍ଷା କରିଛି ଇସ୍ରାଏଲ ବାୟୁସେନା । ଫଳରେ ହିଜବୁଲ୍ଲାର ସଂଗଠନର ଆତଙ୍କୀ ଆଡ୍ଡା ସମ୍ପୂର୍ଣ୍ଣ ରୂପେ ଧ୍ବଂସ ହୋଇଯାଇଛି । ଆଇଡିଏଫ ମୁଖପାତ୍ର ଲେବାନନ ନାଗରିକଙ୍କୁ ଆଗାମୀ ସୂଚନା ନ ଆସିବା ଯାଏଁ ଆଓ୍ବାଲୀ ନଦୀର ଦକ୍ଷିଣ ପ୍ରାନ୍ତ ଏବଂ ସମୁଦ୍ର ତଟକୁ ନଯିବାକୁ ଚେତାବନୀ ଦେଇଛନ୍ତି ।  

ଲେବାନନରେ ହିଜବୁଲ୍ଲା ଆତଙ୍କୀ ସଂଗଠନ ବିରୋଧରେ ଇସ୍ରାଏଲ ଏହି ହମଲା ଗତ ବର୍ଷ ଅକ୍ଟୋବର ମାସ ୭ ତାରିଖରୁ ହମାସ୍ ଆକ୍ରମଣ ପରେ ଯୁଦ୍ଧ ଜାରି ରହିଛି । ପୂରା ଏକ ବର୍ଷ ହେଲା ମଧ୍ୟପ୍ରାଚ୍ୟ ଆକାଶରେ ଯୁଦ୍ଧର କଳା ବାଦଲ ଢାଙ୍କି ହୋଇ ରହିଛି । ସୋମବାର ଆଇଡିଏଫ ଉତ୍ତର ଇସ୍ରାଏଲରେ ଏକ ନୂଆ କ୍ଲୋଜ୍‌ଡ ମିଲିଟାରୀ ଜୋନ୍ ଘୋଷିତ କରିଥିଲା । ଲେବାନନରେ ଇସ୍ରାଏଲ ସ୍ଥଳସେନାର ଗ୍ରାଉଣ୍ଡ ଅପରେସନ ଆରମ୍ଭ ହେବା ପରେ ଏହା ଚତୁର୍ଥ କ୍ଲୋଜ୍‌ଡ ମିଲିଟାରୀ ଜୋନ୍ । ଯାହା ଭୂମଧ୍ୟସାଗରର ପୂର୍ବ ଆଡ଼କୁ ଲମ୍ବିଛି ।  

ହିଜବୁଲ୍ଲା ଆତଙ୍କୀ ସଂଗଠନକୁ ଆକ୍ରମଣ କରିବା ପରେ ଇସ୍ରାଏୱ ସେନା ଏକ ବୟାନ ଜାରି କରିଛି । ଏଥିରେ କୁହାଯାଇଛି, ଇସ୍ରାଏଲ ବିମାନ ହିଜବୁଲ୍ଲାର ବିଭିନ୍ନ ୟୁନିଟକୁ ଟାର୍ଗେଟ୍ କରି ହମଲା କରାଯାଇଛି । ଯେଉଁଥିରେ ସର୍ଦନ ଫ୍ରଣ୍ଟର ରିଜିଓନାଲ୍ ୟୁନିଟ୍ସ, ରାଦଓ୍ବାନ ଫୋର୍ସ୍‌ଡ, ମିସାଇଲ୍ ଏବଂ ରକେଟ୍ ଫୋର୍ସ ଏବଂ ଗୁଇନ୍ଧା ବିଭାଗ ସାମିଲ୍ ଥିଲା ।...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.