ପଦାର୍ଥ ବିଜ୍ଞାନରେ ଏହି ଦୁଇ ବୈଜ୍ଞାନିକଙ୍କୁ ମିଳିଲା ନୋବେଲ ପୁରସ୍କାର

Published By : Prameya-News7 Bureau | October 08, 2024 IST

indiatoday

ନୂଆଦିଲ୍ଲୀ: ଫିଜିକ୍ସ(ପଦାର୍ଥ ବିଜ୍ଞାନ) ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି। ଚଳିତ ଥର ଜେ. ହୋପଫାଇଲ୍ଡ ଏବଂ ଜେଫ୍ରି ହିଣ୍ଟନଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଦିଆଯାଇଛି। ଷ୍ଟକହୋମର ରୟାଲ୍ ସ୍ୱିଡିଶ୍ ଏକାଡେମୀ ଅଫ୍ ସାଇନ୍ସ ପକ୍ଷରୁ ଏହି ପୁରସ୍କାର ଘୋଷଣା କରାଯାଇଛି। ଆର୍ଟିଫିସିଆଲ୍ ନ୍ୟୁରଲ ନେଟୱାର୍କ୍ସ ଉପରେ ଆଧାରିତ ମେସିନ୍ ଲର୍ନିଂ ସହିତ ଜଡିତ ନୂଆ କୌଶଳର ଆବିଷ୍କାର ପାଇଁ ଦୁଇ ବୈଜ୍ଞାନିକଙ୍କୁ ଏହି ପୁରସ୍କାର ଦିଆଯାଇଛି। 

ଗବେଷଣା ପାଇଁ ମେସିନ୍ ଲର୍ନିଂର ଆବଶ୍ୟକତା ବହୁ ପୂର୍ବରୁ ରହି ଆସିଛି। ବହୁ ସଂଖ୍ୟାର ଡାଟାର ସର୍ଟିଂ ଏବଂ ବିଶ୍ଳେଷଣ ସହିତ କରିବା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା କୃତ୍ରିମ ବୁଦ୍ଧିମତା (AI)ର ଏକ ଅଂଶ। ଏହା ବିନା କୌଣସି ନିର୍ଦ୍ଦିଷ୍ଟ ପ୍ରୋଗ୍ରାମିଂ ନ କରି ଡାଟାରୁ ତଥ୍ୟ ନେଇ ସମୟ ଅନୁସାରେ, କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବାକୁ ଏହା ଅନୁମତି ଦେଇଥାଏ।କୌଣଶି ନିର୍ଦ୍ଦିଷ୍ଟ ନିର୍ଦ୍ଦେଶରେ ପହଞ୍ଚିବା ପରିବର୍ତ୍ତେ ଏହାର ମେସିନ୍ ଲର୍ନିଂ ଆଲଗୋରିଦମ ଡାଟା ପେଟର୍ଣ୍ଣକୁ ବିଶ୍ଲେଷଣ କରି ନୂଆ ସୂଚନା ଅନୁସାରେ ଏହା ଅନୁମାନ କରିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.