ନୂଆଦିଲ୍ଲୀ: ଦିନକ ପରେ ଇତିହାସ ରଚିବ ଭାରତ । ଇସ୍ରୋ ନିଜ ମିଶନରେ ସଫଳ ହେବ । ଚନ୍ଦ୍ରଯାନକୁ ଦକ୍ଷିଣ ମେରୁରେ ସୁରକ୍ଷିତ ଭାବେ ଅବତରଣ କରିବାକୁ ପ୍ରସ୍ତୁତ ହେଇଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା । ଅଗଷ୍ଟ ୨୩ ତାରିଖରେ ସଂଧ୍ୟାରେ ଚନ୍ଦ୍ରପୃଷ୍ଠର ଅନ୍ଧକାର ଅଂଶରେ ଲ୍ୟାଣ୍ଡିଂ କରିବ । ହେଲେ ଏହାପୂର୍ବରୁ ଚନ୍ଦ୍ରର କିଛି ନୂଆ ଫଟୋ ପଠାଇଲା ଚନ୍ଦ୍ରଯାନ । ଚନ୍ଦ୍ରପୃଷ୍ଠରେ ସମତଳ ସ୍ଥାନ ଖୋଜିବା ସହିତ ଦୂରରୁ ଚନ୍ଦ୍ର କିପରି ଦେଖାଯାଉଛି ଏହାର ଫଟୋ ଉଠାଇଛି । ଲ୍ୟାଣ୍ଡର ବିକ୍ରମ ଅବତରଣ ପାଇଁ ନିରାପଦ ସ୍ଥାନ ଖୋଜୁଛି । ଏଥିପାଇଁ ଲ୍ୟାଣ୍ଡରରେ ଲାଗିଥିବା ହାଜାର୍ଡ ଡିଟେକ୍ସନ ଓ ଏଭୋଇଡାନ୍ସ କ୍ୟାମେରା ସହଯୋଗ କରୁଛି । LHDA କ୍ୟାମେରାରେ ଏହି ଫୋଟ୍ ଉତ୍ତୋଳନ କରାଯାଇଛି । ଆଉ ଏହାକୁ ଇସ୍ରୋ ସେୟାର କରିଛି ।
wp:html/wp:htmlChandrayaan-3 Mission:
— ISRO (@isro) August 21, 2023
Here are the images of
Lunar far side area
captured by the
Lander Hazard Detection and Avoidance Camera (LHDAC).
This camera that assists in locating a safe landing area -- without boulders or deep trenches -- during the descent is developed by ISRO… pic.twitter.com/rwWhrNFhHB
ଆସନ୍ତା ଅଗଷ୍ଟ ୨୩ ତାରିଖ ସଂଧ୍ୟା ପ୍ରାୟ ୬ଟା ୪ମିନିଟରେ ସଫ୍ଟ ଲ୍ୟାଣ୍ଡିଂ । ଜୁଲାଇ ୧୪ ତାରିଖରେ ମିଶନ ମୁନକୁ ଲଞ୍ଚ କରିଥିଲା ଇସ୍ରୋ । ଏହା ଗତ ୫ ଅଗଷ୍ଟରେ ଚନ୍ଦ୍ର କକ୍ଷପଥକୁ ପ୍ରବେଶ କରିଥିଲା । ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ପହଞ୍ଚିବା ପରେ ରୋଭରରେ ଥିବା ଏଲ୍ଆଇବିଏସ୍ ବା ଲେଜର ଇଣ୍ଡ୍ୟୁସଡ ବ୍ରେକଡାଉନ ସ୍ପେକ୍ଟ୍ରୋସ୍କୋପ ଚନ୍ଦ୍ରର ମାଟି ଓ ଚଟାଣର ସଂରଚନା ଉପରେ ଅଧ୍ୟୟନ କରିବ । ସେହିଭଳି ଲ୍ୟାଣ୍ଡର ଚନ୍ଦ୍ରର ତାପମାତ୍ରା, ଭୂମିକମ୍ପ ଏବଂ ଚନ୍ଦ୍ରର ଉପର ଓ ଭିତର ଅଂଶ କିଭଳି ଗଠିତ ହୋଇଛି ତାର ଅଧ୍ୟୟନ କରିବ । ଏଥିରେ ଇସ୍ରୋ ସଫଳ ହେଲେ ଆମେରିକା, ଋଷ ଓ ଚୀନ ପରେ ଭାରତରେ ଚତୁର୍ଥ ଦେଶ ଭାବେ ଇତିହାସ ରଚିବ ।
wp:embed {"url":"https://www.prameyanews7.com/chadrayan-3-update/","type":"wp-embed","providerNameSlug":"prameya-news-7"} /wp:embed